ବିଗ୍‌ ବି@୭୯; ଏବେ ବି ହାର ମାନୁଛି ବୟସ

ମୁମ୍ବାଇ: ବୟସ ତାଙ୍କ ସମ୍ମୁଖରେ ହାର ମାନିଛି । ଛୋଟ ହେଉ କି ବଡ଼, ସବୁ ପରଦାରେ ସେ ହିଟ୍।  ଟ୍ରାଜେଡି, କମେଡ଼ି, ଆକ୍ସନ, ରୋମାନ୍ସ କିମ୍ବା ପାରିବାରିକ ସିନେମା ହେଉ ସବୁ ଚରିତ୍ରରେ ସେ ଫିଟ୍‌। ଆଖି ପାଉ ନ ଥିବା ଉଚ୍ଚତା ସାଙ୍ଗକୁ ଦମଦାର ଡାଏଲଗ୍‌ । କେତେବେଳେ ଆଙ୍ଗ୍ରି ମ୍ୟାନ୍‌ର ଲୁକ୍‌ ତ କେତେବେଳେ ଫୁଲ୍‌ କମେଡି ମୁଡ୍‌। ଏପରି ଭିନ୍ନ ଭିନ୍ନ ଚରିତ୍ରରେ ଦୀର୍ଘ ୫ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ […]

amitav bachhan

amitav bachhan

Niharika Rout
  • Published: Monday, 11 October 2021
  • Updated: 11 October 2021, 11:06 AM IST

Sports

Latest News

ମୁମ୍ବାଇ: ବୟସ ତାଙ୍କ ସମ୍ମୁଖରେ ହାର ମାନିଛି । ଛୋଟ ହେଉ କି ବଡ଼, ସବୁ ପରଦାରେ ସେ ହିଟ୍।  ଟ୍ରାଜେଡି, କମେଡ଼ି, ଆକ୍ସନ, ରୋମାନ୍ସ କିମ୍ବା ପାରିବାରିକ ସିନେମା ହେଉ ସବୁ ଚରିତ୍ରରେ ସେ ଫିଟ୍‌। ଆଖି ପାଉ ନ ଥିବା ଉଚ୍ଚତା ସାଙ୍ଗକୁ ଦମଦାର ଡାଏଲଗ୍‌ । କେତେବେଳେ ଆଙ୍ଗ୍ରି ମ୍ୟାନ୍‌ର ଲୁକ୍‌ ତ କେତେବେଳେ ଫୁଲ୍‌ କମେଡି ମୁଡ୍‌। ଏପରି ଭିନ୍ନ ଭିନ୍ନ ଚରିତ୍ରରେ ଦୀର୍ଘ ୫ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିବା ବଲିଉଡର ଶେହନଶାହ ବିଗ୍ ବି ଅମିତାଭ ବଚ୍ଚନ ଆଜି ୭୯ ବର୍ଷ ବୟସରେ ପାଦ ଥାପିଛନ୍ତି । ପ୍ରତି ଭାରତୀୟଙ୍କ ହୃଦୟରେ  ରାଜ୍‌ କରୁଥିବା ଅମିତାଭଙ୍କ ନିକଟକୁ  ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ।

ଏହି ଅବସରରେ ତାଙ୍କର ଫ୍ୟାନ୍ମମାନେ ବିଳମ୍ବିତ ରାତିରେ ମୁମ୍ବାଇସ୍ଥିତ ଜଲ୍ସା ବାସଭବନ ବାହାରେ  ବିଗ୍‌ ବିଙ୍କ ଜନ୍ମଦିନ ପାଳିଛନ୍ତି । କେକ୍ କାଟି ଏବଂ ବିଗ୍ ବିଙ୍କ ଅଭିନୀତ ଫିଲ୍ମର ଗୀତରେ ଝୁମି ଝୁମି ନିଜ ପ୍ରିୟ ତାରକାଙ୍କ ଜନ୍ମଦିନ ମନାଇଛନ୍ତି  । ଅମିତାଭଙ୍କ ଗୋଟିଏ ଝଲକ ଦେଖିବାକୁ  ରାତି ସାରା ଫ୍ୟାନ୍ ଅମିତାଙ୍କ ବାସଭବନ ସମ୍ମୁଖରେ ଅନାଇ ବସିଛନ୍ତି । ସୋଶାଲ ମିଡିଆରେ ମଧ୍ୟ ହଜାର ହଜାର ଶୁଭେଚ୍ଛୁ ବାଦଶାହଙ୍କୁ ଜନ୍ମ ଦିନର ଢେର ଅଭିନନ୍ଦନ ଜଣାଇଛନ୍ତି  ।

ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ମେଗାଷ୍ଟାର ଅମିତାଭ ନିଜେ ହିଁ ପ୍ରଥମେ ନିଜ ଜନ୍ମଦିନ ସମ୍ପର୍କରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି। ସେ ନିଜର କିଛି ଫଟୋ କୋଲାଜ କରି ୮୦ ବର୍ଷରେ ପାଦ ଥାପିଥିବା ଉଲ୍ଲେଖ କରିଛନ୍ତି। ଏହି ଫଟୋରେ ଅମିତାଭ କାନ୍ଧରେ ଏକ ବ୍ୟାଗ୍‌ ଓହଳାଇଥିବା ବେଳେ ଜନ୍ମ ଦିନରେ ବି ସକାଳୁ ସକାଳୁ ସେ କାମ ନିମନ୍ତେ ବାହାରି ପଡ଼ିଛନ୍ତି।  କିନ୍ତୁ ନିଜେ ବଲିଉଡର ବାଦଶାହ ନିଜ ବୟସ ଅଙ୍କ କଷିବାରେ ସାମାନ୍ୟ ଭୁଲ୍‌ କରିଦେଇଥିବା ଦେଖିବାକୁ ମିଳିଛି। ଅମିତାଭଙ୍କ ଝିଅ ଶ୍ୱେତା ବଚ୍ଚନ ଫ୍ୟାନ୍ସଙ୍କୁ ଠିକ୍‌ ସୂଚନା ଦେବାକୁ ଯାଇ କମେଣ୍ଟ ସେକ୍ସନରେ ‘୭୯ତମ’ ବୋଲି ଲେଖିବା ସହ ହାର୍ଟ ଇମୋଜି ଦେଇଛନ୍ତି।  ଅମିତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ନାତୁଣୀ ନଭ୍ୟା, ବଲିଉଡ ଆକ୍ଟର ରଣବୀର ସିଂ, ଭୂମି ପେଡନେକର ପ୍ରମୁଖ ବିଗ୍‌ ବିଙ୍କ ଜନ୍ମ ଦିନର ଢେର ଶୁଭେଚ୍ଛା ଜଣାଇଛନ୍ତି ।

[caption id="attachment_683170" align="alignnone" width="650"]ଅମିତଭ ବଚ୍ଚନ । ଅମିତଭ ବଚ୍ଚନ ।[/caption]

ପ୍ରସିଦ୍ଧ ହିନ୍ଦୀ କବି ହରିବଂଶରାୟ ବଚ୍ଚନ ଓ ମା ତେଜି ବଚ୍ଚନଙ୍କ ବଡ଼ ପୁଅ ଭାବେ ୧୯୪୨ ମସିହାରେ ଆହ୍ଲାବାଦରେ ଜନ୍ମ ନେଇଥିଲେ ଇନକଲାବ୍ ଶ୍ରୀବାସ୍ତବ ତଥା ଆଜିର ଅମିତାଭ୍ ବଚ୍ଚନ । ୧୯୬୯ରେ ପ୍ରଥମେ ମୃଣାଳ ସେନ୍‌ଙ୍କ  ‘ଭୁବନ ସୋମ୍‌’ରେ କଣ୍ଠଦାନ ପରେ, ସେହି ବର୍ଷ ‘ସାତ୍ ହିନ୍ଦୁସ୍ତାନୀ’ରେ ଅଭିନେତା ଭାବେ ଡେବ୍ୟୁ କରିଥିଲେ । ତେବେ ୧୯୭୩ରେ ‘ଜଞ୍ଜିର’ ଫିଲ୍ମ ତାଙ୍କୁ ଦେଇଥିଲା ଅଭୁତପୂର୍ବ ଲୋକପ୍ରିୟତା ।  ସେବେଠୁ ଦୀର୍ଘ ୫୦ ବର୍ଷର କ୍ୟାରିୟର୍, ୧୯୦ରୁ ଅଧିକ ଫିଲ୍ମ ତା ଭିତରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସହ ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭଳି ମିଳିଛି ଅଜସ୍ର ସମ୍ମାନ ଓ ପ୍ରଶଂସା।   ୨୦୧୮ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାର ଅମିତାଭଙ୍କୁ ଆଣିଛି ସ୍ୱତନ୍ତ୍ର ପରିଚୟ  ।

[caption id="attachment_683159" align="aligncenter" width="650"]big-b ପରିବାର ସହ ଅମିତାଭ ।[/caption]

ଛୋଟ ପରଦାରେ କୌନ ବନେଗା କରୋଡ଼ପତିର ସଂଚାଳକ, ଜଣେ କବି ଓ କଣ୍ଠଶିଳ୍ପୀ ଭାବେ ମଧ୍ୟ ବିଗ୍ ବିଙ୍କର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି   ।  ୧୯୭୫ରେ ଏକ ଓଡ଼ିଆ ଫିଲ୍ମ ମୁକ୍ତାରେ ଶତୃଘ୍ନ ସିହ୍ନା ଓ ରେଖାଙ୍କ ସହ ଅଭିନୟ କରିଥିଲେ ଅମିତାଭ । ହେଲେ ତାହା ରିଲିଜ୍ ହୋଇପାରି ନଥିଲା (ପାର ଡାଏଲଗ୍) ତେବେ କ୍ୟାରିୟରର ସେକେଣ୍ଡ୍ ଇନିଂସରେ ପୂର୍ବାପେକ୍ଷା ଅଧିକ ଶାଣିତ ଅଭିନୟ ଯାଦୁ ଦର୍ଶକଙ୍କୁ ଯୋଗାଇଛି ଭରପୁର ମନୋରଞ୍ଜନ।

ବାସ୍ତବରେ,  ୧୯୯୯ ମସିହାରେ ଅମିତାଭ ବଚ୍ଚନଙ୍କ କମ୍ପାନୀ (ଏବିସିଏଲ୍) ବିଫଳତାର ସମ୍ମୁଖୀନ ହେବାରୁ ସେ ଋଣଭାରରେ ବୁଡ଼ିଗଲେ  । ଏକ ସାକ୍ଷାତକାରରେ ମେଗାଷ୍ଟାର କହିଥିଲେ ଯେ, ଏପରି ସମୟ ଆସିଲା ଯେ, ତାଙ୍କୁ ନିଜ ପଡ଼ୋଶୀ ତଥା ପ୍ରଖାତ ଚଳଚ୍ଚିତ୍ର ନିର୍ମାତା ସ୍ୱର୍ଗତ ଯଶ ଚୋପ୍ରାଙ୍କ ନିକଟକୁ ଯାଇ କାମ ମାଗିବାକୁ ପଡିଥିଲା। ଏହିପରି ସେ ‘ମୋହବତେଁ’  ଫିଲ୍ମ ପାଇଲେ ଯାହା କି ସୁପରହିଟ୍‌ ହୋଇଥିଲା।  ଏହାପରେ ଟିଭି ସୋ  କୌନ ବନେଗା କରୋଡପତି (କେବିସି) ର ସଫଳତା ମଧ୍ୟ ତାଙ୍କୁ ପୁରୁଣା ଷ୍ଟାରଡମ୍‌ ଫେରାଇବାରେ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥିଲା।

ଆଜି ବି ବଲିଉଡର ବହୁ ବିଗ୍‌ ପ୍ରୋଜେକ୍ଟ ଫିଲ୍ମର ସଫଳତା ବିଗ୍‌ ବିଙ୍କ କାନ୍ଧରେ ନ୍ୟସ୍ତ ଥାଏ। କ୍ୟାରିୟରର ପ୍ରଥମାର୍ଦ୍ଧରେ  ବଲିଉଡର ଆଙ୍ଗ୍ରି ମ୍ୟାନ୍‌ ଭାବେ ପରିଚୟ ହାସଲ କରିଥିବା ଅମିତାଭ ଦ୍ୱିତୀୟ ଇନିଂସରେ ପୂର୍ବ ଅପେକ୍ଷା ଅଧିକ ପରୀକ୍ଷାମୂଳକ ପ୍ରଦର୍ଶନ କରିଛନ୍ତି। ଅଭିନେତା ବିଭିନ୍ନ ଭୂମିକାକୁ ନେଇ ଏକ୍ସପେରିମେଣ୍ଟ କରି ସଫଳତା ସାଉଣ୍ଟିଛନ୍ତି।

[caption id="attachment_683160" align="aligncenter" width="650"]amitav with wife ପତ୍ନୀ ଜୟା ବଚ୍ଚନଙ୍କ ସହ ଅମିତାଭ ।[/caption]

ସଞ୍ଜୟ ଲୀଲା ଭନସାଲୀଙ୍କ ‘ବ୍ଲାକ’ ରେ  ଜଣେ ବଧିର ଏବଂ ଅନ୍ଧ ଛାତ୍ରଙ୍କ ପ୍ରତି କଠୋର ଶିକ୍ଷକ  ଚରିତ୍ର ହେଉ, ରାମ ଗୋପାଳ ବର୍ମାଙ୍କ ‘ସରକାର’ରେ ଗ୍ୟାଙ୍ଗଷ୍ଟର ଭୂମିକା,   ଆର ବାଲ୍କିଙ୍କ ଚିନି କମ୍‌ରେ ନିଜ ଅଧା ବୟସର ଜଣେ ଯୁବତୀଙ୍କ ସହ ପ୍ରେମ, , ‘ପିକୁ’ ଫିଲ୍ମରେ କୋଷ୍ଠକାଠିନ୍ୟ ଯୋଗୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣେ ବୃଦ୍ଧ ବ୍ୟକ୍ତି ଚରିତ୍ର ସବୁ ରୋଲ୍‌ରେ ଫିଟ୍‌ ଅମିତାଭ । ଯେଉଁ ବୟସରେ କଳାକାରମାନେ କେବଳ ‘ପିତା, ମାତା’ ଭୂମିକାରେ ନଜର ଆସନ୍ତି , ସେ ବୟସରେ ନିଜ ଭୂମିକାକୁ ନେଇ ଏକ୍ସପେରିମେଣ୍ଟ କରୁଛନ୍ତି ବିଗ୍‌ ବି। ସେ ‘ପା’, ‘ଗୋଲାପୀ’, ‘ୱାଜିର’ ଏବଂ ‘ବଦଲା’ ପରି ଚଳଚ୍ଚିତ୍ର ମଧ୍ୟ କରିଛନ୍ତି ।

କୋଭିଡ ମହାମାରୀ କବଳରେ ପଡ଼ିଯାଇଥିବା ବଲିଉଡର ମହାନାୟକ ତାକୁ ପରାସ୍ତ କରି ପୁଣି ଥରେ କାମକୁ ଫେରିଲେ।  ନିକଟରେ ଅଭିନେତାଜଣକ ତାଙ୍କର ଭଙ୍ଗା ଆଙ୍ଗୁଠିର ଏକ ଚିତ୍ର ପୋଷ୍ଟ କରିଥିଲେ ଯେଉଁଥିରେ ସେ କେବିସି ପାଇଁ ସୁଟ୍ କରିଥିଲେ | ‘ବ୍ରହ୍ମାସ୍ତ୍ର’ର ମନାଲି କାର୍ଯ୍ୟସୂଚୀ ସମୟରେ ଅଭିନେତା ତାଙ୍କ ବ୍ଲଗରେ ସୁଟିଂ କରିବା କଷ୍ଟକର ହୋଇଥିବାର ଲେଖିଥିଲେ। ତଥାପି, ସେ ନିର୍ଦ୍ଧାରିତ ସମୟ ଭିତରେ ଶୁଟ୍‌ ସମାପ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story