ନାନାଙ୍କ ନାଁରେ ନିଆରା ରେକର୍ଡ

ଭୁବନେଶ୍ୱର: ଆଜି ହେଉଛି ଅଭିନେତା ନାନା ପାଟେକରଙ୍କ ଜନ୍ମଦିନ।  ୧୯୫୧ ମସିହାରେ ଆଜିର ଦିନରେ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ମୁରୁଦ-ଜନଜିରାରେ  ଏକ ମରାଠି ପରିବାରରେ ଜନ୍ମ ହୋଇଥିଲେ ନାନା। ସେ ହିନ୍ଦୀ ଫିଲ୍ମ ସହିତ ମରାଠି ଫିଲ୍ମରେ ମଧ୍ୟ ଅଭିନୟ କରନ୍ତି। ତାଙ୍କର ଅଭିନୟ ତାଙ୍କୁ ଦେଇଛି ଅନେକ ଲୋକପ୍ରିୟତା। ଅଭିନୟ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଫିଲ୍ମ ଫେୟାର ପୁରସ୍କାର, ଷ୍ଟାର ସ୍କ୍ରିନ୍ ଆୱାର୍ଡ ଓ ଜି-ସିନେ ଆୱାର୍ଡ ପାଇଛନ୍ତି। ତେବେ ଫିଲ୍ମ ଫେୟାର […]

nanapatekar

nanapatekar

Rakesh Mallick
  • Published: Monday, 01 January 2018
  • Updated: 01 January 2018, 01:57 PM IST

ଭୁବନେଶ୍ୱର: ଆଜି ହେଉଛି ଅଭିନେତା ନାନା ପାଟେକରଙ୍କ ଜନ୍ମଦିନ।  ୧୯୫୧ ମସିହାରେ ଆଜିର ଦିନରେ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ମୁରୁଦ-ଜନଜିରାରେ  ଏକ ମରାଠି ପରିବାରରେ ଜନ୍ମ ହୋଇଥିଲେ ନାନା। ସେ ହିନ୍ଦୀ ଫିଲ୍ମ ସହିତ ମରାଠି ଫିଲ୍ମରେ ମଧ୍ୟ ଅଭିନୟ କରନ୍ତି। ତାଙ୍କର ଅଭିନୟ ତାଙ୍କୁ ଦେଇଛି ଅନେକ ଲୋକପ୍ରିୟତା। ଅଭିନୟ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଫିଲ୍ମ ଫେୟାର ପୁରସ୍କାର, ଷ୍ଟାର ସ୍କ୍ରିନ୍ ଆୱାର୍ଡ ଓ ଜି-ସିନେ ଆୱାର୍ଡ ପାଇଛନ୍ତି। ତେବେ ଫିଲ୍ମ ଫେୟାର ପୁରସ୍କାରରେ ତାଙ୍କ ସହିତ ଏକ ନିଆରା ରେକର୍ଡ ଯୋଡ଼ି ହୋଇ ରହିଛି। ସେ ଚାରିଟି ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ ଅଭିନେତା ଓ ଶ୍ରେଷ୍ଠ ଭିଲିଆନ୍ ଭାବେ ସେ ଏ ପୁରସ୍କାର ପାଇଛନ୍ତି। ଏହି ତିନୋଟି ବର୍ଗରେ ଫିଲ୍ମ ଫେୟାର ପୁରସ୍କାର ପାଇବାରେ ସେ ହେଉଛନ୍ତି ଏକମାତ୍ର ଅଭିନେତା।

‘ପରିନ୍ଦା’ ପାଇଁ ନାନା ପାଟେକର ଶ୍ରେଷ୍ଠ ସହ ଅଭିନେତା ଭାବେ ପ୍ରଥମ ଫିଲ୍ମ ଫେୟାର ପୁରସ୍କାର ଜିତି ଥିଲେ। ‘ଅଙ୍ଗାର’ ପାଇଁ ସେ ଶ୍ରେଷ୍ଠ ଭିଲିଆନ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ‘କ୍ରାନ୍ତିବୀର’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ଜିତିଥିବା ବେଳେ ‘ଅପହରଣ’ ପାଇଁ ଦ୍ୱିତୀୟ ଥର ଶ୍ରେଷ୍ଠ ଭିଲିଆନ୍ ଭାବେ ଫିଲ୍ମ ଫେୟାର ପୁରସ୍କାର ଜିତିଥିଲେ।

ନାନା ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ‘କ୍ରାନ୍ତିବୀର’ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଥିବା ବେଳେ ‘ପରିନ୍ଦା’ ଓ ‘ଅଗ୍ନି ସାକ୍ଷୀ’ ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ସୂଚନାଯୋଗ୍ୟ, ଫିଲ୍ମ ଫେୟାର ଆୱାର୍ଡ ୧୯୫୪ରୁ ଆରମ୍ଭ ହୋଇଥିଲେ ହେଁ ଶ୍ରେଷ୍ଠ ଭିଲିଆନ୍ ପାଇଁ ୧୯୯୨ରୁ ପୁରସ୍କାର ପ୍ରଦାନ ଆରମ୍ଭ କରାଯାଇଥିଲା। ଏହି ବର୍ଗରେ ପ୍ରଥମେ ପୁରସ୍କାର ଜିତି ଥିଲେ ସଦାଶିବ ଅମରାପୁରକର। ନାନାଙ୍କ ବ୍ୟତୀତ ପରେଶ ରାୱଲ, ମିଥୁନ ଚକ୍ରବର୍ତ୍ତୀ, ଶାହାରୁଖ ଖାନ, ଅରବାଜ ଖାନ, କାଜୋଲ, ଆଶୁତୋଷ ରାଣା, ସୁନୀଲ ସେଟ୍ଟୀ, ଅକ୍ଷୟ କୁମାର, ଅଜୟ ଦେବଗନ, ପ୍ରିୟଙ୍କା ଚୋପ୍ରା, ଇରଫାନ ଓ ସୈଫ ଅଲ୍ଲୀ ଖାଁ ପ୍ରମୁଖ ଏହି ବର୍ଗରେ ଆୱାର୍ଡ ଜିତିଛନ୍ତି। ୨୦୦୭ ପରଠାରୁ ବେଷ୍ଟ୍‌ ଭିଲିଆନ୍ ବର୍ଗରେ ଫିଲ୍ମ ଫେୟାର ଆୱାର୍ଡ ଆଉ ଦିଆଯାଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos