ଡ୍ୟାନ୍ସ ଫ୍ଲୋରରେ ଭଜି; ପତ୍ନୀ ଗୀତାଙ୍କ ସହ ତାଳରେ ମିଳାଇବେ ତାଳ

ମୁମ୍ବାଇ: ଡ୍ୟାନ୍ସ ରିଏଲିଟି ଶୋ ‘ନଚ୍‌ ବଲିଏ’ର ଅଷ୍ଟମ ସଂସ୍କରଣ ଷ୍ଟାର ପ୍ଲସ୍‌ରେ ଆରମ୍ଭ ହୋଇସାରିଛି। ଏଥର ଶୋର ସବୁ ଯୋଡ଼ି ଭାରି ଦମଦାର ଡ୍ୟାନ୍ସ କରୁଛନ୍ତି। ସବୁଥର ପରି ଏଥର ବି ଶୋକୁ ଆୟୋଜକ ସ୍ପେଶାଲ କରିବାକୁ ଚାହାଁନ୍ତି। ସେଥିପାଇଁ  ଷ୍ଟାର୍‌ କପଲ୍‌ କ୍ରିକେଟର ହରବଜନ ସିଂହ ତାଙ୍କ ଅଭିନେତ୍ରୀ ପତ୍ନୀ ଗୀତା ବସରାଙ୍କୁ ଏଥିରେ ସାମିଲ କରିବାକୁ ଚାହୁଁଛି ଚ୍ୟାନେଲ୍। ଏ ଦୁହେଁ ଗେଷ୍ଟ ପରଫରମର୍ସ ଭାବେ ଏହି ଶୋରେ ଏଣ୍ଟ୍ରି କରିବେ। ତେଣୁ […]

harbhajangeetabasrafile-m

harbhajangeetabasrafile-m

Rakesh Mallick
  • Published: Friday, 21 April 2017
  • Updated: 21 April 2017, 10:04 AM IST

Sports

Latest News

ମୁମ୍ବାଇ: ଡ୍ୟାନ୍ସ ରିଏଲିଟି ଶୋ ‘ନଚ୍‌ ବଲିଏ’ର ଅଷ୍ଟମ ସଂସ୍କରଣ ଷ୍ଟାର ପ୍ଲସ୍‌ରେ ଆରମ୍ଭ ହୋଇସାରିଛି। ଏଥର ଶୋର ସବୁ ଯୋଡ଼ି ଭାରି ଦମଦାର ଡ୍ୟାନ୍ସ କରୁଛନ୍ତି। ସବୁଥର ପରି ଏଥର ବି ଶୋକୁ ଆୟୋଜକ ସ୍ପେଶାଲ କରିବାକୁ ଚାହାଁନ୍ତି। ସେଥିପାଇଁ  ଷ୍ଟାର୍‌ କପଲ୍‌ କ୍ରିକେଟର ହରବଜନ ସିଂହ ତାଙ୍କ ଅଭିନେତ୍ରୀ ପତ୍ନୀ ଗୀତା ବସରାଙ୍କୁ ଏଥିରେ ସାମିଲ କରିବାକୁ ଚାହୁଁଛି ଚ୍ୟାନେଲ୍। ଏ ଦୁହେଁ ଗେଷ୍ଟ ପରଫରମର୍ସ ଭାବେ ଏହି ଶୋରେ ଏଣ୍ଟ୍ରି କରିବେ। ତେଣୁ କ୍ରିକେଟ୍ ପଡ଼ିଆରେ ଭଜିଙ୍କ ହାତର ଯାଦୁ ଦେଖିଥିବା ଦର୍ଶକ ଏବେ ତାଙ୍କ ଗୋଡ଼ର ଯାଦୁ ଦେଖିବାକୁ ପାଇବେ।

ଗୀତା ବସରା ବଲିଉଡରେ ଜଣେ ଅଭିନେତ୍ରୀ। ସେ ଭଲ ନାଚ କରନ୍ତି। ଭଜିଙ୍କ ପାଇଁ ଛୋଟ ପରଦା ନୂଆ ନୁହେଁ। ଏହା ପୂର୍ବରୁ ସେ ‘ଏକ ଖିଲାଡୀ ଏକ ହସୀନା’ରେ ନଜର ଆସିଥିଲେ। ଦେଖାଯାଉ ହରଭଜନ ପତ୍ନୀଙ୍କ ସହ ମିଶି କ’ଣ ଧମାଲ କରୁଛନ୍ତି ଡ୍ୟାନ୍ସିଂ ଫ୍ଲୋରରେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos