ହରନାଜଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ ହୋଷ୍ଟ, ବିଗିଡ଼ିଗଲା ଫ୍ୟାନ୍ସଙ୍କ ମୁଡ୍‌

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ  ଭାରତ ଫେରି ପାଇଛି ମିସ୍‌ ୟୁନିର୍ଭସ୍‌ ମୁକୁଟ। ଭାରତ ଝିଅ ହରନାଜ କୌର ସାନ୍ଧୁ ମାତ୍ର ୨୧ ବର୍ଷରେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇବାରେ ସକ୍ଷମ ହୋଇଛନ୍ତି। ହେଲେ ଏବେ ମିସ୍‌ ୟୁନିର୍ଭସ୍‌ ପ୍ରତିଯୋଗିତା ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି  ଯାହାକି ଫ୍ୟାନ୍ସଙ୍କ ମୁଡ ଖରାପ କରି ଦେଇଛି । ଏହି ଭିଡିଓରେ ହରନାଜ ଜଣେ ପ୍ରତିଯୋଗୀ ହିସାବରେ ଷ୍ଟେଜରେ ଛିଡ଼ା ହୋଇଥିବା ବେଳେ ହୋଷ୍ଟ ଷ୍ଟିଭ୍‌ […]

harnaj

Niharika Rout
  • Published: Friday, 17 December 2021
  • , Updated: 17 December 2021, 02:01 PM IST

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ  ଭାରତ ଫେରି ପାଇଛି ମିସ୍‌ ୟୁନିର୍ଭସ୍‌ ମୁକୁଟ। ଭାରତ ଝିଅ ହରନାଜ କୌର ସାନ୍ଧୁ ମାତ୍ର ୨୧ ବର୍ଷରେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇବାରେ ସକ୍ଷମ ହୋଇଛନ୍ତି। ହେଲେ ଏବେ ମିସ୍‌ ୟୁନିର୍ଭସ୍‌ ପ୍ରତିଯୋଗିତା ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି  ଯାହାକି ଫ୍ୟାନ୍ସଙ୍କ ମୁଡ ଖରାପ କରି ଦେଇଛି । ଏହି ଭିଡିଓରେ ହରନାଜ ଜଣେ ପ୍ରତିଯୋଗୀ ହିସାବରେ ଷ୍ଟେଜରେ ଛିଡ଼ା ହୋଇଥିବା ବେଳେ ହୋଷ୍ଟ ଷ୍ଟିଭ୍‌ ହାର୍ଭେ ତାଙ୍କୁ ଅଜବ ପ୍ରଶ୍ନ ପଚାରିଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳିଛି ହୋଷ୍ଟ ଷ୍ଟିଭ୍‌ ହାର୍ଭେ ଏଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ପ୍ରତିଯୋଗୀଙ୍କୁ ଭିନ୍ନ ଭିନ୍ନ ପ୍ରଶ୍ନ ପଚାରିଛନ୍ତି। ଏପରିକି ସେ ପ୍ରତି ପ୍ରତିଯୋଗୀଙ୍କୁ ନିଜ ଅନ୍ତର୍ନିହିତ କଳା ବିଷୟରେ ପଚାରି ବୁଝିଛନ୍ତି। କିନ୍ତୁ ଯେତେବେଳେ ହରନାଜଙ୍କ ପାଳି ପଡ଼ିଲା, ସେତେବେଳେ ଷ୍ଟିଭ ତାଙ୍କୁ ଅଜବ ପ୍ରଶ୍ନ ପଚାରିଲେ। ହରନାଜ ବିଭିନ୍ନ ପଶୁଙ୍କ ଅବିକଳ ଶବ୍ଦ କରିପାରନ୍ତି ବୋଲି ସେ ଶୁଣିଥିବା କହିଲେ ଷ୍ଟିଭ । ତେଣୁ ଆପଣ ଯେଉଁ ପ୍ରାଣୀଙ୍କ ଶବ୍ଦ ଭଲ ଭାବେ କରିପାରିବେ ବୋଲି ଭାବୁଛନ୍ତି ଆମକୁ ଶୁଣାନ୍ତୁ ବୋଲି କହିଲେ।

[caption id="attachment_699731" align="aligncenter" width="650"] ହୋଷ୍ଟଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ହରନାଜ ।[/caption]

ବିଶ୍ୱସ୍ତରୀୟ ଷ୍ଟେଜରେ ଏପରି କିଛି କରିବି ବୋଲି କେବେ ଭାବି ନ ଥିଲି।   ହେଲେ ଏପରି କରିବା ବ୍ୟତୀତ ମୋ ପାଖରେ ଆଉ କିଛି ବିକଳ୍ପ ନାହିଁ ବୋଲି କହିଲେ ହରନାଜ । ଏହାପରେ ସେ ଷ୍ଟେଜରେ ବିଲେଇ ପରି ଶବ୍ଦ କରିବାକୁ ଲାଗିଲେ। ଏହାକୁ ନେଇ ସମସ୍ତେ ହସିଥିବା ବେଳେ ଖୁବ୍‌  ଅସ୍ୱସ୍ତିକର ବି ଅନୁଭବ କରିଥିଲେ ହରନାଜ । ଏହାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଖୁବ ଆଲୋଚନା କରାଯାଉଛି। ଏପରିକି ୟୁଜର୍ସମାନେ ଷ୍ଟିଭଙ୍କୁ ଖୁବ୍‌ ଟ୍ରୋଲ କରୁଛନ୍ତି।

ଜଣେ ୟୁଜର ଟ୍ୱିଟ କରିଛନ୍ତି, ଯେତେବେଳେ ଅନ୍ୟ ପ୍ରତିଯୋଗୀଙ୍କୁ ସେମାନଙ୍କ ଜୀବନର ଉପଲବ୍ଧି ପଚରାଯାଉଥିଲା ସେତେବେଳେ ହରନାଜଙ୍କୁ କ’ଣ ପାଇଁ ପଶୁଙ୍କ ପରି ଶବ୍ଦ କରିବାକୁ କୁହାଗଲା। ହରନାଜଙ୍କ ପାଇଁ ଏହି ପ୍ରଶ୍ନ କିଏ ଲେଖିଥିଲା କି ବୋଲି ଜଣେ ୟୁଜର ପ୍ରଶ୍ନ କରିଛନ୍ତି। ଏହାବାଦ ଅନ୍ୟ ଜଣେ ଟ୍ୱିଟ କରିଛନ୍ତି, ହରନାଜ ପ୍ରକୃତରେ ପ୍ରଶଂସାଯୋଗ୍ୟ । ଏତେ ବଡ଼ ମଞ୍ଚରେ ବି ସେ ଏପରି ପ୍ରଶ୍ନକୁ ସମ୍ଭାଳି ଦେଲେ। ତେଣୁ ସେ ସମସ୍ତଙ୍କ  ହୃଦୟ ଜିତିଦେଲେ।

[caption id="attachment_699729" align="aligncenter" width="650"] ବ୍ରହ୍ମାଣ୍ଡ ସୁନ୍ଦାରୀ ହରନାଜ କୌର ସାନ୍ଧୁ `[/caption]

୧୭ ବର୍ଷ ବୟସରୁ ହିଁ ହରନାଜ ମିସ୍‌ ଚଣ୍ଡିଗଡ ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ। ଏହାପରେ ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା ହୋଇଥିଲା। ୨୦୧୭ରେ ସେ ଏହି ପ୍ରତିଯୋଗିତା ଜିତିବା ସହ ଏଠାରୁ ହିଁ ନିଜ ସଫଳତାର ଯାତ୍ରା ଆରମ୍ଭ କରିଥିଲେ ହରନାଜ । ଏହି ବଡ ସଫଳତା ପରେ ୨୦୧୮ରେ ସେ ମିସ୍‌ ମ୍ୟାକ୍ସ ଏମର୍ଜିଂ ଷ୍ଟାର ଇଣ୍ଡିଆ ମୁକୁଟ ମଧ୍ୟ ହାତେଇଥିଲେ।

ଏହାପରେ ୨୦୧୯ରେ ମିସ୍‌ ଇଣ୍ଡିଆ ଇଭେଣ୍ଟରେ ସେ ଭାଗ ନେଇଥିଲେ। ଏଥିରେ ସେ ଟପ୍‌ ୧୨ଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବରରେ ସେ ମିସ୍‌ ଡିଭା ୟୁନିର୍ଭସ ଇଣ୍ଡିଆ-୨୦୨୧ ସୁନ୍ଦରୀ ପ୍ରତିଯୋଗିତାରେ ମଧ୍ୟ ବାଜି ମାରିନେଇଥିଲେ। ଏହାପରେ ୨୧ ବର୍ଷ ବୟସରେ ଭାରତ ପାଇଁ ଆଣି ଦେଇଛନ୍ତି ମିସ ୟୁନିଭର୍ସ ମୁକୁଟ ।

Related story