ହିମାଙ୍କୁ ଏମିତି ବଧେଇ ଜଣାଇଲେ ଅନୁଷ୍କା ଶର୍ମା

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ହିମା ସାଦ ବର୍ତ୍ତମାନ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ଚାରିଆଡ଼େ ଚର୍ଚ୍ଚିତ । ହିମା ଜୁଲାଇ ୨ରୁ ଏପର୍ଯ୍ୟନ୍ତ ୫ଟି ପଦକ ଜିତିଛନ୍ତି। ନିଜର ଏହି ଅସାଧାରଣ ପ୍ରଦର୍ଶନ ବଳରେ ଆମାସର ଏହି ୧୯ ବର୍ଷୀୟ ଧାବିକା ସୋଶାଲ ମିଡିଆରେ ମଧ୍ୟ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛନ୍ତି। 19 days – 5 gold medals – 1 golden girl ! Congratulations @HimaDas8 ! You are an exemplary […]

anuska

Ranjit Kumar Jena
  • Published: Monday, 22 July 2019
  • , Updated: 22 July 2019, 09:28 PM IST

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ହିମା ସାଦ ବର୍ତ୍ତମାନ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ଚାରିଆଡ଼େ ଚର୍ଚ୍ଚିତ । ହିମା ଜୁଲାଇ ୨ରୁ ଏପର୍ଯ୍ୟନ୍ତ ୫ଟି ପଦକ ଜିତିଛନ୍ତି। ନିଜର ଏହି ଅସାଧାରଣ ପ୍ରଦର୍ଶନ ବଳରେ ଆମାସର ଏହି ୧୯ ବର୍ଷୀୟ ଧାବିକା ସୋଶାଲ ମିଡିଆରେ ମଧ୍ୟ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛନ୍ତି।

ବିଶ୍ୱର ସବୁ ନାମୀଦାମୀ ସେଲିବ୍ରିଟି ହିମାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ହିମାଙ୍କୁ ବଧେଇ ଜଣାଇବା ତାଲିକାରେ ସାମିଲ୍ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଏବଂ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ। ଏବେ ଏଥିରେ ବଲିଉଡ୍ ଷ୍ଟାର୍ ଓ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ନାଁ ମଧ୍ୟ ଯୋଡ଼ି ହୋଇଛି।

ଅନୁଷ୍କା ହିମାଙ୍କୁ ସ୍ୱର୍ଣ୍ଣ ଜିତିବା ନେଇ ଟ୍ୱିଟରରେ ସ୍ୱତନ୍ତ୍ର ଭାବେ ବଧେଇ ଜଣାଇଛନ୍ତି। ଅନୁଷ୍କା କହିଛନ୍ତି, ୧୯ ଦିନ ଭିତରେ ୫ ସ୍ୱର୍ଣ୍ଣ ପଦକ, ଏକ ଗୋଲ୍ଡେନ୍ ଗାର୍ଲ। ଆପଣ ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପର ଜ୍ୱଳନ୍ତ ଉଦାହରଣ। ଏହା ସହ ଆପଣ ଯୁବତୀମାନଙ୍କ ପାଇଁ ବହୁତ ବଡ଼ ପ୍ରେରଣା। ଏହାର ଜବାବରେ ହିମା ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ସେ ଅନୁଷ୍କାଙ୍କ ବହୁତ ବଡ଼ ପ୍ରଶଂସକ। ସେହିପରି ବିରାଟ୍ ମଧ୍ୟ ହିମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ହିମା ନିଜର ଶେଷ ସ୍ୱର୍ଣ୍ଣ ପଦକ ୪୦୦ ମିଟର୍ ଦୌଡ଼ରେ ହାସଲ କରିଥିଲେ। ସେ ୫୨.୦୯ ସେକେଣ୍ଡ ସମୟ ସହ ଶୀର୍ଷ ସ୍ଥାନ ହାସଲ କରିଥିଲେ। ତେବେ ଏହି ପ୍ରଦର୍ଶନ ତାଙ୍କ ବ୍ୟକ୍ତିଗତ (୫୦.୭୯ ସେକେଣ୍ଡ) ଶ୍ରେଷ୍ଠ ପ୍ରଦର୍ଶନଠାରୁ କମ୍ ଥିଲା।

Related story