କସୌଟିରେ ପୁଣି ହେବ କମୋଲିକାଙ୍କ ଏଣ୍ଟ୍ରି

ମୁମ୍ବାଇ: ଷ୍ଟାରପ୍ଲସର ଲୋକପ୍ରିୟ ଶୋ’ ‘କସୌଟି ଜିନ୍ଦେଗୀ କି-୨’ ଏବେ ହାଇ ଟିଆରପିରେ ରହିଛି। ତେବେ ଶୋ’ର ଆଗାମୀ ଏପିସୋଡ ପୁରା ଧମାକାଦାର ହେବ। ସୂଚନା ମୁତାବକ ଶୋ’ରେ କମୋଲିକା ଅର୍ଥାତ ସମସ୍ତଙ୍କ ପ୍ରିୟ ହିନା ଖାନ୍‌ଙ୍କର ପୁଣିଥରେ ଏଣ୍ଟ୍ରି ହେବାକୁ ଯାଉଛି। ଏଥର ହିନା ଏକଦମ୍‌ ତଗଡ଼ା ପ୍ଲାନିଂ ସହ ଅନୁରାଗ ଓ ପ୍ରେରଣାଙ୍କଠୁ ବଦଲା ନେବାକୁ ଆସୁଛନ୍ତି। କିଛି ଦିନ ପୂର୍ବରୁ ଶୋ’ରୁ କମୋଲିକାଙ୍କ ଟ୍ରାକ୍‌କୁ ବାଦ୍‌ ଦିଆଯାଇଥିଲା । ତେଣୁ ହିନା ଖାନ୍‌ଙ୍କ […]

komolika

komolika

Chinmayee Roy
  • Published: Saturday, 22 June 2019
  • Updated: 22 June 2019, 12:49 PM IST

Sports

Latest News

ମୁମ୍ବାଇ: ଷ୍ଟାରପ୍ଲସର ଲୋକପ୍ରିୟ ଶୋ’ ‘କସୌଟି ଜିନ୍ଦେଗୀ କି-୨’ ଏବେ ହାଇ ଟିଆରପିରେ ରହିଛି। ତେବେ ଶୋ’ର ଆଗାମୀ ଏପିସୋଡ ପୁରା ଧମାକାଦାର ହେବ। ସୂଚନା ମୁତାବକ ଶୋ’ରେ କମୋଲିକା ଅର୍ଥାତ ସମସ୍ତଙ୍କ ପ୍ରିୟ ହିନା ଖାନ୍‌ଙ୍କର ପୁଣିଥରେ ଏଣ୍ଟ୍ରି ହେବାକୁ ଯାଉଛି। ଏଥର ହିନା ଏକଦମ୍‌ ତଗଡ଼ା ପ୍ଲାନିଂ ସହ ଅନୁରାଗ ଓ ପ୍ରେରଣାଙ୍କଠୁ ବଦଲା ନେବାକୁ ଆସୁଛନ୍ତି।

କିଛି ଦିନ ପୂର୍ବରୁ ଶୋ’ରୁ କମୋଲିକାଙ୍କ ଟ୍ରାକ୍‌କୁ ବାଦ୍‌ ଦିଆଯାଇଥିଲା । ତେଣୁ ହିନା ଖାନ୍‌ଙ୍କ ଫ୍ୟାନ୍‌ମାନେ ନିରାଶ ହୋଇପଡ଼ିଥିଲେ। ଆଉ ଏବେ ପୁଣିଥରେ ଶୋ’ରେ ହିନାଙ୍କ ଏଣ୍ଟ୍ରିର ଖବର ସେମାନଙ୍କୁ ପାଇଁ ନିହାତି ଏକ ଖୁସି ଖବର। ସୂଚନା ଅନୁଯାୟୀ ପ୍ରେରଣା ଓ ଅନୁରାଗଙ୍କ ବାହାଘର ରୋକିବା ପାଇଁ କମୋଲିକା ମିଷ୍ଟର ବଜାଜଙ୍କ ସହ ହାତ ମିଳାଇବେ। ଆଉ ତା’ପରେ ଦୁଇଜଣ ମିଶି ଅନୁରାଗ ଓ ପ୍ରେରଣାଙ୍କ ଜୀବନରେ ଝଡ଼ ସୃଷ୍ଟି କରିବେ।

https://www.instagram.com/p/By5dlK8JI58/?utm_source=ig_web_copy_link

ଗତ ଏପିସୋଡରେ ମିଷ୍ଚର ବଜାଜ ଜଣେ ମହିଳାଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ତେବେ କୁହାଯାଉଛି ଯେ ସେ ମହିଳା ଜଣକ ଆଉ କେହି ନୁହଁ, କମୋଲିକା ହିଁ ଥିଲେ। ଯିଏ କି ଅନୁରାଗଙ୍କ କମ୍ପାନୀର ଜରୁରୀ କାଗଜପତ୍ର ମିଷ୍ଟର ବଜାଜଙ୍କୁ ପହଞ୍ଚାଉଛନ୍ତି। ଆଗାମୀ ଏପିସୋଡରେ ସବୁ ସ୍ପଷ୍ଟ ହେବ ଯେ ସେହି ମହିଳା କମୋଲିକା ଥିଲେ କି ନାହିଁ।

https://www.instagram.com/p/By7UWxpFF-v/?utm_source=ig_web_copy_link

‘କସୌଟି ଜିନ୍ଦେଗୀ କି-୨’ରେ ଏବେ ମିଷ୍ଟର ବଜାଜ୍‌ଙ୍କର ଏଣ୍ଟ୍ରି ହୋଇଛି। ଏହି ଆଇକନିକ୍‌ ରୋଲ୍‌ ଅଭିନେତା କରଣ ସିଂହ ଗ୍ରୋଭର କରୁଛନ୍ତି। କରଣଙ୍କର ଫ୍ୟାନ ଫଲୋଇଙ୍ଗ ବେଶ୍‌ ଅଧିକ। ତେଣୁ ଶୋ’’ରେ କରଣଙ୍କ ଏଣ୍ଟ୍ରି ଦର୍ଶକଙ୍କ ମଧ୍ୟରେ ଆହୁରି ଉତ୍ସାହ ବଢ଼ାଇଦେଇଛି। ତେବେ କରଣ ଜଣେ ଏମିତି ଷ୍ଟାର ଯାହାଙ୍କର ଉପସ୍ଥିତି କୌଣସି ବି ସିରିୟଲର ଟିଆର୍‌ପିକୁ ବଢ଼ାଇଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos