କମ୍‌ବ୍ୟାକ୍ ପରେ ‘କସୌଟି ସେଟ୍‌ରେ କୋ-ଷ୍ଟାରଙ୍କ ସହ ମସ୍ତି ମୁଡ୍‌ରେ ହିନା

ମୁମ୍ବାଇ: ଷ୍ଟାରପ୍ଲସର ଲୋକପ୍ରିୟ ଶୋ’ ‘କସୌଟି ଜିନ୍ଦେଗୀ କି-୨’ ଏବେ ହାଇ ଟିଆରପିରେ ରହିଛି। ତେବେ ଶୋ’ର ଆଗାମୀ ଏପିସୋଡ ପୁରା ଧମାକାଦାର ହେବ। ସୂଚନା ମୁତାବକ ଶୋ’ରେ କୋମୋଲିକା ଅର୍ଥାତ ସମସ୍ତଙ୍କ ପ୍ରିୟ ହିନା ଖାନ୍‌ଙ୍କର ପୁଣିଥରେ ଏଣ୍ଟ୍ରି ହେବାକୁ ଯାଉଛି। ଏଥର ହିନା ଏକଦମ୍‌ ତଗଡ଼ା ପ୍ଲାନିଂ ସହ ଅନୁରାଗ ଓ ପ୍ରେରଣାଙ୍କଠୁ ବଦଲା ନେବାକୁ ଆସୁଛନ୍ତି। https://www.instagram.com/p/BzHn0ZqhOkl/?utm_source=ig_web_copy_link ପୂର୍ବରୁ କସୌଟିରୁ କୋମୋଲିକାର କ୍ୟାରେକ୍ଟରକୁ ବାଦ ଦିଆଯାଇଥିଲା। ଯାହା ପରେ ହିନାଙ୍କ ଫ୍ୟାନ୍‌ମାନେ  ନିରାଶ […]

hina

hina

Chinmayee Roy
  • Published: Tuesday, 25 June 2019
  • Updated: 25 June 2019, 01:59 PM IST

Sports

Latest News

ମୁମ୍ବାଇ: ଷ୍ଟାରପ୍ଲସର ଲୋକପ୍ରିୟ ଶୋ’ ‘କସୌଟି ଜିନ୍ଦେଗୀ କି-୨’ ଏବେ ହାଇ ଟିଆରପିରେ ରହିଛି। ତେବେ ଶୋ’ର ଆଗାମୀ ଏପିସୋଡ ପୁରା ଧମାକାଦାର ହେବ। ସୂଚନା ମୁତାବକ ଶୋ’ରେ କୋମୋଲିକା ଅର୍ଥାତ ସମସ୍ତଙ୍କ ପ୍ରିୟ ହିନା ଖାନ୍‌ଙ୍କର ପୁଣିଥରେ ଏଣ୍ଟ୍ରି ହେବାକୁ ଯାଉଛି। ଏଥର ହିନା ଏକଦମ୍‌ ତଗଡ଼ା ପ୍ଲାନିଂ ସହ ଅନୁରାଗ ଓ ପ୍ରେରଣାଙ୍କଠୁ ବଦଲା ନେବାକୁ ଆସୁଛନ୍ତି।

https://www.instagram.com/p/BzHn0ZqhOkl/?utm_source=ig_web_copy_link

ପୂର୍ବରୁ କସୌଟିରୁ କୋମୋଲିକାର କ୍ୟାରେକ୍ଟରକୁ ବାଦ ଦିଆଯାଇଥିଲା। ଯାହା ପରେ ହିନାଙ୍କ ଫ୍ୟାନ୍‌ମାନେ  ନିରାଶ ହୋଇଥିଲେ। କେବଳ ଫ୍ୟାନ୍‌ ନୁହେଁ କସୌଟି ସେଟ୍‌ରେ ମଧ୍ୟ ସମସ୍ତେ ହିନାଙ୍କୁ ବହୁତ ମିସ୍‌ କରନ୍ତି। ହିନା ମଧ୍ୟ ସେମାନଙ୍କୁ ବହୁତ ମନେପକାନ୍ତି। ହେଲେ ଏବେ ହିନା ସେଟ୍‌କୁ କମ୍‌ ବ୍ୟାକ୍‌ କରିଛନ୍ତି। ଆଉ ହିନାଙ୍କୁ ସେଟ୍‌ରେ ପୁଣିଥରେ ଦେଖି ସମସ୍ତେ ବେଶ୍ ଖୁସି ହୋଇଛନ୍ତି।

https://www.instagram.com/p/BzGcFKNBNXf/?utm_source=ig_web_copy_link

ସୋଶାଲ ମିଡିଆରେ ହିନା ଖାନ୍‌ଙ୍କ କୋ-ଆକ୍ଟର୍‌ମାନଙ୍କ ସହ ରି-ୟୁନିୟନ୍‌ର ଅନେକ ଫଟୋ ଓ ଭିଡିଓ ଭାଇରାଲ୍‌ ହେଉଛି। ସେଥିରେ ହିନା ଖାନଙ୍କର ପ୍ରେରଣା(ଏରିକା ଫର୍ଣ୍ଣାଡିସ) ଓ ଅନୁରାଗ(ପାର୍ଥ ସମଥାନ୍)ଙ୍କ ଷ୍ଟ୍ରଙ୍ଗ ବଣ୍ଡିଂ ଦେଖିବାକୁ ମିଳିଛି।  କସୌଟି ଷ୍ଟାରକାଷ୍ଟଙ୍କ ସହ ହିନାଙ୍କର ଏହି ରି-ୟୁନିୟନ୍‌ ଫ୍ୟାନ୍‌ମାନଙ୍କୁ ବେଶ୍‌ ପସନ୍ଦ ଆସୁଛି। ପୂର୍ବରୁ ଚର୍ଚ୍ଚା  ହେଉଥିଲା ଯେ ହିନା ଓ ଏରିକାଙ୍କ ମଧ୍ୟରେ କୋଲ୍ଡ ୱାର ଚାଲିଛି  ।

ହେଲେ ଏବେ ଏହି ଫଟୋ ସମସ୍ତ ଚର୍ଚ୍ଚାକୁ ଭୁଲ ପ୍ରମାଣିତ କରିଦେଇଛି। ପ୍ରେରଣା ଓ କମୋଲିକା ଅର୍ଥାତ ଏରିକା ଓ ହିନାଙ୍କର ଅନ୍‌ସ୍କ୍ରିନ୍‌ ଦୁସମନି ଯେତିକି ତଗଡ଼ା ଅଫସ୍କ୍ରିନ୍‌ ବନ୍ଧୁତା ମଧ୍ୟ ସେତିକି ଭଲ।  ଏଥିସହ ହିନାଙ୍କର କସୌଟିରେ ନିବେଦିତା ଭୂମିକାରେ ଅଭିନୟ କରୁଥିବା ପୂଜା ବାନାର୍ଜିଙ୍କ ସହ ମଧ୍ୟ ବେଶ୍ ଭଲ ସମ୍ପର୍କ ରହିଛି।

https://www.instagram.com/p/BzGbMRIBXhC/?utm_source=ig_web_copy_link

ସୂଚନା ଅନୁଯାୟୀ ଶୋ’ରେ ଏବେ  ପ୍ରେରଣା ଓ ଅନୁରାଗଙ୍କ ବାହାଘର ରୋକିବା ପାଇଁ କମୋଲିକା ମିଷ୍ଟର ବଜାଜଙ୍କ ସହ ହାତ ମିଳାଇବେ। ଆଉ ତା’ପରେ ଦୁଇଜଣ ମିଶି ଅନୁରାଗ ଓ ପ୍ରେରଣାଙ୍କ ଜୀବନରେ ଝଡ଼ ସୃଷ୍ଟି କରିବେ। ତେବେ କୋମୋଲିକାଙ୍କର ରି ଏଣ୍ଟ୍ରି ଶୋ’’କୁ କେତେ ଟିଆରପି ଦେଉଛି ତାହା ଦେଖିବା ବାକି ରହିଳା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos