'କସୌଟି' ଛାଡ଼ିବା ପ୍ରସଙ୍ଗରେ ମୁହଁ ଖୋଲିଲେ ହିନା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ମେଗା ଧାରାବାହିକ ‘କସୌଟି ଜିନ୍ଦେଗିକି-୨’ରେ ଏବେ ଜବରଦସ୍ତ ଡ୍ରାମା ଚାଲିଛି। ଏଥିମଧ୍ୟରେ ଚର୍ଚ୍ଚା ହେଉଛି ଯେ ଶୋ’ର ଖଳନାୟିକା ‘କୋମୋଲିକା’ ଭୂମିକାରେ ଅଭିନୟ କରୁଥିବା ହିନା ଖାନ୍‌ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ହିନାଙ୍କ ବଦଳରେ ଶୋ’ରେ ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଅଲିଶା ପଲୱର କୋମୋଲିକା ଭୂମିକାରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଥିଲା। ହେଲେ ଏବେ ଏନେଇ ଅନେକ ଦିନରୁ ଚୁପ୍‌ ରହିଥିବା ହିନା ମୁହଁ ଖୋଲିଛନ୍ତି। […]

hina

hina

Chinmayee Roy
  • Published: Monday, 25 March 2019
  • Updated: 25 March 2019, 12:05 PM IST

Sports

Latest News

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ମେଗା ଧାରାବାହିକ ‘କସୌଟି ଜିନ୍ଦେଗିକି-୨’ରେ ଏବେ ଜବରଦସ୍ତ ଡ୍ରାମା ଚାଲିଛି। ଏଥିମଧ୍ୟରେ ଚର୍ଚ୍ଚା ହେଉଛି ଯେ ଶୋ’ର ଖଳନାୟିକା 'କୋମୋଲିକା' ଭୂମିକାରେ ଅଭିନୟ କରୁଥିବା ହିନା ଖାନ୍‌ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ହିନାଙ୍କ ବଦଳରେ ଶୋ’ରେ ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଅଲିଶା ପଲୱର କୋମୋଲିକା ଭୂମିକାରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଥିଲା। ହେଲେ ଏବେ ଏନେଇ ଅନେକ ଦିନରୁ ଚୁପ୍‌ ରହିଥିବା ହିନା ମୁହଁ ଖୋଲିଛନ୍ତି।

https://www.instagram.com/p/BuxoVWnjc4V/?utm_source=ig_web_copy_link

ହିନା କହିଛନ୍ତି ଯେ ସେ ଶୋ’ ଛାଡ଼ିବେ ନାହିଁ। ହେଲେ ନିଜର ଫିଲ୍ମ ସୁଟିଂ ପାଇଁ ସେ ମାର୍ଚ୍ଚ ପରେ କିଛି ଦିନର ବ୍ରେକ୍‌ ନେବେ। ତେଣୁ ଶୋ’ ଛାଡ଼ିବା କଥା କେବଳ ଏକ ଗୁଜବ ବୋଲି ସେ  କହିଛନ୍ତି।

https://youtu.be/xFlHah7tWms

ଏହା ପୂର୍ବରୁ ହିନା ଫେସ୍‌ବୁକ୍ ଲାଇଭ୍ କରି କହିଥିଲେ ଯେ ସେ ଫିଲ୍ମ ପାଇଁ ‘କସୌଟି’ରୁ ବ୍ରେକ୍‌ ନେଉଛନ୍ତି। କିନ୍ତୁ ସେ ଖୁବ୍‌ ଶୀଘ୍ର ଛୋଟ ପରଦାକୁ ଫେରିବେ। ଏଥି ସହିତ ହିନା ଏହାର ମଧ୍ୟ ଖୁଲାସା କରିଛନ୍ତି ଯେ, ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସେ ଫରିଦା ଜଲାଲ୍‌ଙ୍କ ସହିତ ରେଡ୍‌ କାର୍ପେଟ୍‌ରେ ଚାଲିବେ। ହିନା ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚଲାଇଛନ୍ତି। ତାଙ୍କ ପାଖରେ ଏବେ ୩ଟି ଫିଲ୍ମର ଅଫର୍‌ ରହିଛି। ଏଥିସହିତ ହିନାଙ୍କ ହାତରେ ଏକ ଅନ୍ତଃରାଷ୍ଟ୍ରୀୟ ପ୍ରୋଜେକ୍ଟ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos