୨୦ ବର୍ଷର ପ୍ରେମ: ଶେଷରେ ବାହା ହେଲେ ଜେନିଫର-ବେନ ଆଫଲେକ

ୱାଶିଂଟନ: ପ୍ରେମ, ବିଚ୍ଛେଦ, ପୁଣି ପ୍ରେମ ଓ ଶେଷରେ ବିବାହ। ଏହା କୌଣସି ଫିଲ୍ମ କାହଣୀ ପରି ଲାଗୁ ଥାଇପାରେ। ହେଲେ ବାସ୍ତବରେ ଏମିତି ଘଟଣା ଘଟିଛି। ଦୀର୍ଘ ୨୦ ବର୍ଷ ହେଲା ଜାରି ରହିଥିବା ଲଭଷ୍ଟୋରୀକୁ ଶେଷରେ ବିବାହର ରୂପ ଦେଇଛନ୍ତି ହଲିଉଡ ସିଙ୍ଗର ଜେନିଫର ଲୋପେଜ ଓ ଅଭିନେତା ବେନ ଆଫଲେକ। ଜେନିଫରଙ୍କ ବୟସ ୫୨ ହୋଇଥିବା ବେଳେ ବେନଙ୍କ ବୟସ ୪୯। ଉଭୟ ଲସ ବେଗାସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜେନିଫର […]

jenifer

Hemant Lenka
  • Published: Monday, 18 July 2022
  • , Updated: 18 July 2022, 10:03 AM IST

ୱାଶିଂଟନ: ପ୍ରେମ, ବିଚ୍ଛେଦ, ପୁଣି ପ୍ରେମ ଓ ଶେଷରେ ବିବାହ। ଏହା କୌଣସି ଫିଲ୍ମ କାହଣୀ ପରି ଲାଗୁ ଥାଇପାରେ। ହେଲେ ବାସ୍ତବରେ ଏମିତି ଘଟଣା ଘଟିଛି। ଦୀର୍ଘ ୨୦ ବର୍ଷ ହେଲା ଜାରି ରହିଥିବା ଲଭଷ୍ଟୋରୀକୁ ଶେଷରେ ବିବାହର ରୂପ ଦେଇଛନ୍ତି ହଲିଉଡ ସିଙ୍ଗର ଜେନିଫର ଲୋପେଜ ଓ ଅଭିନେତା ବେନ ଆଫଲେକ।

ଜେନିଫରଙ୍କ ବୟସ ୫୨ ହୋଇଥିବା ବେଳେ ବେନଙ୍କ ବୟସ ୪୯। ଉଭୟ ଲସ ବେଗାସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜେନିଫର ଓ ବେନଙ୍କ ଲଭଷ୍ଟୋରୀ ଆଦୌ ସହଜ ନଥିଲା। ଉଭୟ ପ୍ରେମରେ ପଡ଼ିଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ପରସ୍ପର ସହ ସମ୍ପର୍କଚ୍ଛିନ୍ନ କରି ଦେଇଥିଲେ। ଏହାପରେ ପୁଣି ଗତବର୍ଷ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଆଉ ଏହି ପ୍ରେମ ସମ୍ପର୍କକୁ ସେମାନେ ଲସ ବେଗାସରେ ବିବାହର ରୂପ ଦେଇଛନ୍ତି। ଖାଲି ସେତିକି ନୁହେଁ, ଜେନିଫର ଲୋପେଜ ନିଜ ନାଁକୁ ମଧ୍ୟ ବଦଳାଇ ଦେଇଛନ୍ତି। ଜେଏଲଓ ଭାବେ ପରିଚିତ ଜେନିଫର ନିଜ ନାଁ ସହ ଆଫଲେକ ଯୋଡ଼ିଛନ୍ତି। ସେ ଜେନିଫର ଲୋପେଜରୁ ଜେନିଫର ଆଫଲେକ ହୋଇ ଯାଇଛନ୍ତି।

ପ୍ରଥମେ ଏହି ଦମ୍ପତି ୨୦୦୨ରେ ନିର୍ବନ୍ଧ କରିଥିଲେ। ହେଲେ ବିବାହ ପୂର୍ବରୁ ଏମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ। ଏହାପରେ ଉଭୟ ଅଲଗା ହୋଇଯାଇଥିଲେ। ଜେନିଫର ଓ ବେନ ଅଲଗା ଅଲଗା ସ୍ଥାନରେ ବିବାହ ମଧ୍ୟ କରିଥିଲେ। ସେମାନଙ୍କର ପିଲା ଛୁଆ ବି ରହିଛନ୍ତି। ଏସବୁ ସତ୍ତ୍ୱେ ଉଭୟଙ୍କ ମଧ୍ୟରେ ଗତବର୍ଷ ପୁଣି ଗଢ଼ି ଉଠିଥିଲା ପ୍ରେମ। ସେମାନେ ଚଳିତ ବର୍ଷ ଏପ୍ରିଲ ମାସରେ ପୁଣିଥରେ ନିର୍ବନ୍ଧ ମଧ୍ୟ କରିଥିଲେ। ଏବେ ଜେନିଫର ଓ ବେନ ବାହା ହୋଇଛନ୍ତି। ବିବାହ ବେଳର ସ୍ୱତନ୍ତ୍ର ଗାଉନ ପିନ୍ଧି ଜେନିଫର ବେଶ ଖୁସି ଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ନ୍ୟୁଜ ଲେଟର୍‌ରେ ଜେନିଫର ଓ ବେନ ଶନିବାର ବିବାହ କରିଥିବା ଘୋଷଣା କରିଛନ୍ତି। ଏହି ଚିଠିରେ ଜେନିଫର ଲେଖିଛନ୍ତି, “ପ୍ରେମ ସୁନ୍ଦର। ପ୍ରେମ ଦୟା। ପ୍ରେମ ମଧ୍ୟ ଧୈର୍ଯ୍ୟ। ୨୦ ବର୍ଷର ଅପେକ୍ଷା। ଆମେ ଯାହା ଚାହୁଁଥିଲୁ, ସେଇଆ ହେଲା।” ଜେନିଫର ଏହି ଚିଠିରେ ନିଜକୁ ଜେନିଫର ଲାୟନ ଆଫଲେକ ବୋଲି କହିଛନ୍ତି।

 

View this post on Instagram

 

A post shared by Chris Appleton (@chrisappleton1)

Related story