ପ୍ରଥମ ଥର ପାଇଁ ଏକାଠି ଜଲୱା ଦେଖାଇବେ ହ୍ରିତିକ-ଦୀପିକା

ମୁମ୍ବାଇ: ପ୍ରଥମ ଥର ପାଇଁ ଏକ ସଙ୍ଗେ ସ୍କ୍ରିନ୍‌ ଶେଆର କରିବେ ବଲିଉଡର ୨ ଆଗ ଧାଡ଼ିର ଅଭିନେତା ତଥା ହାର୍ଟ ଥ୍ରୋବ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ। ‘ଫାଇଟର’ ଫିଲ୍ମରେ ବଡ଼ ପରଦାରେ ଦର୍ଶକ ଦେଖିବାକୁ ପାଇବେ ଏହି ଯୋଡ଼ିଙ୍କ ଜଲୱା।  ଏଥିପାଇଁ ଫିଲ୍ମର ଷ୍ଟାର କାଷ୍ଟ ଫାଇନାଲ ହୋଇସାରିଥିବା ବେଳେ ଏହାର ସୁଟିଂ ଜଲଦି ଆରମ୍ଭ ହେବ ବୋଲି ଜଣାଯାଇଛି। ସୋଶାଲ ମିଡିଆରେ ହ୍ରିତିକ ଏକ ଫଟୋ ପୋଷ୍ଟ କରିଥିବା ବେଳେ ସେଥିରେ […]

Hritik roshan & Dipika padukon

Hritik roshan & Dipika padukon

Niharika Rout
  • Published: Saturday, 10 July 2021
  • Updated: 10 July 2021, 11:13 AM IST

Sports

Latest News

ମୁମ୍ବାଇ: ପ୍ରଥମ ଥର ପାଇଁ ଏକ ସଙ୍ଗେ ସ୍କ୍ରିନ୍‌ ଶେଆର କରିବେ ବଲିଉଡର ୨ ଆଗ ଧାଡ଼ିର ଅଭିନେତା ତଥା ହାର୍ଟ ଥ୍ରୋବ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ। ‘ଫାଇଟର’ ଫିଲ୍ମରେ ବଡ଼ ପରଦାରେ ଦର୍ଶକ ଦେଖିବାକୁ ପାଇବେ ଏହି ଯୋଡ଼ିଙ୍କ ଜଲୱା।  ଏଥିପାଇଁ ଫିଲ୍ମର ଷ୍ଟାର କାଷ୍ଟ ଫାଇନାଲ ହୋଇସାରିଥିବା ବେଳେ ଏହାର ସୁଟିଂ ଜଲଦି ଆରମ୍ଭ ହେବ ବୋଲି ଜଣାଯାଇଛି।

ସୋଶାଲ ମିଡିଆରେ ହ୍ରିତିକ ଏକ ଫଟୋ ପୋଷ୍ଟ କରିଥିବା ବେଳେ ସେଥିରେ ତାଙ୍କ ସହ ଦୀପିକା ଓ ଅନ୍ୟ ଟିମ୍‌ ମେମ୍ବର୍ସ ନଜର ଆସିଛନ୍ତି। ଏହି ଫଟୋରେ ହ୍ରିତିକ ବ୍ଲାକ୍‌ ଟିସର୍ଟ ଓ କ୍ୟାପ୍‌ ପିନ୍ଧିଥିବା ବେଳେ ଲାଲ ରଙ୍ଗର ଆଉଟଫିଟ୍‌ରେ ଦୀପିକା ବି ଖୁବ୍‌ ଗର୍ଜିଅସ ଲାଗୁଛନ୍ତି।  ଏହି ଫଟୋ କ୍ୟାପସନ୍‌ରେ ‘ଏହି ଗ୍ୟାଙ୍ଗ ଟେକଅପ୍‌ ପାଇଁ ରେଡି’ ବୋଲି ଲେଖିବା ସହ ହାସ୍‌ଟ୍ୟାଗ୍‌ ‘ଫାଇଟର’ ବୋଲି ଲେଖିଛନ୍ତି ହ୍ରିତିକ ।  ହ୍ରିତିକଙ୍କ ଏହି ଫଟୋକୁ ଫ୍ୟାନ୍ସ ଖୁବ୍‌ ପସନ୍ଦ କରିଥିବା ବେଳେ ଏ ଯାଏ ୯ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଲାଣି।

[caption id="attachment_657701" align="aligncenter" width="650"]hrithik & dipika hrithik & dipika[/caption]

ହ୍ରିତିକଙ୍କ ବାର୍ଥଡେ ଅବସରରେ ‘ଫାଇଟର’ ଫିଲ୍ମ ବିଷୟରେ ଘୋଷଣା କରାଯାଇଥିଲା। ଏହି ଫିଲ୍ମକୁ ସିଦ୍ଧାର୍ଥ ଆନନ୍ଦ ଡାଇରେକ୍ଟ କରିବେ। ହ୍ରିତିକ ଓ ସିଦ୍ଧାର୍ଥଙ୍କ ଯୋଡ଼ି ପୂର୍ବରୁ ‘ବାଙ୍ଗ ବାଙ୍ଗ’ ଓ ’ୱାର’ ଭଳି ସୁପରହିଟ ଫିଲ୍ମ ଦେଇ ସାରିଛନ୍ତି।  ଏବେ ଉଭୟଙ୍କ ଯୋଡ଼ି ପୁଣି ଥରେ ‘ଫାଇଟର’ରେ କମାଲ ଦେଖାଇବ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି।  ‘ଫାଇଟର’ ଏକ ଆକ୍ସନଭିତ୍ତିକ ଫିଲ୍ମ ହେବ ବୋଲି ଏହାର ଟାଇଟଲରୁ ଜଣାପଡ଼ୁଥିବା ବେଳେ ଏଥିରେ ହ୍ରିତିକଙ୍କ ଦମଦାର ଷ୍ଟଣ୍ଡ ସିନ୍‌ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ । ତେବେ ଏହା ୨୦୨୨ ମସିହାରେ ରିଲିଜ ହେବ ।

[caption id="attachment_657700" align="aligncenter" width="650"]Hrithik & dipika Hrithik & dipika[/caption]

‘କହୋ ନା ପ୍ୟାର ହେ’ ଫିଲ୍ମରୁ ବଲିଉଡରେ ପାଦ ରଖିଥିବା ହ୍ରିତିକଙ୍କୁ ଯୁବବର୍ଗ ଖୁବ୍‌ ପସନ୍ଦ କରୁଥିବା ବେଳେ ଶେଷ ଥର ପାଇଁ ସେ ଫିଲ୍ମ ‘ୱାର’ରେ ନଜର ଆସିଥିଲେ।  ଅପରପକ୍ଷେ, ଦୀପିକା ବି ବିବାହ ପରେ ଏବେ  ସ୍ୱାମୀ ରଣବୀର ସିଂଙ୍କ ସହ କପିଲ ଦେଙ୍କ ବାୟୋପିକ୍‌ ‘83’    ଓ ବଲିଉଡର ବାଦଶାହ ଶାହାରୁଖ ଖାଁଙ୍କ ସହ ଫିଲ୍ମ ‘ପଠାନ୍‌’ ରେ ନଜର ଆସିବେ।

https://www.instagram.com/p/CRGwYB-n6Ou/?utm_source=ig_web_copy_link

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos