ଏବେ ବି ହ୍ରିତ୍ୱିକ୍‌ଙ୍କୁ ଭୁଲି ନାହାନ୍ତି ସୁଜେନ୍, ଜନ୍ମଦିନରେ କଲେ ଇମୋସ୍‌ନାଲ୍‌ ପୋଷ୍ଟ୍‌

ମୁମ୍ୱାଇ:ବଲିଉଡ୍‌ର ଟପ୍‌ ମୋଷ୍ଟ୍‌ ଅଭିନେତା ହ୍ରିତ୍ୱିକ୍‌ ରୋଶନ୍‌ଙ୍କର ଆଜି ହେଉଛି ୪୫ତମ ଜନ୍ମଦିନ। ଫିଲ୍ମ ପାଇଁ ସର୍ବଦା ଲୋକପ୍ରିୟତା ହାସଲ କରିଥିବା ହ୍ରିତ୍ୱିକ୍‌ ନିଜର ପରିବାର ଓ ପିଲାମାନଙ୍କର ମଧ୍ୟ ଯତ୍ନ ନେଇଥାଆନ୍ତି। ପରିବାର ସହିତ ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଶେଆର୍‌ କରନ୍ତି। ନିକଟରେ ହ୍ରିତ୍ୱିକ୍‌ ରୋଶନ୍‌ଙ୍କ ପିତା ରାକେଶ ରୋଶନ କ୍ୟାନସର୍‌ ଯୋଗୁ ଗଳାର ଅପରେସନ୍‌ କରାଇଛନ୍ତି। ଏହି ସମୟରେ ହ୍ରିତ୍ୱିକ୍‌ ତାଙ୍କ ପିତାଙ୍କ ପାଇଁ ଏକ ଇମୋସନାଲ୍‌ ମେସେଜ୍‌ ସୋଶାଲ ମିଡିଆରେ ଶେଆର୍‌ […]

ritik2

ritik2

Puspanjali Panda
  • Published: Thursday, 10 January 2019
  • Updated: 10 January 2019, 02:33 PM IST

Sports

Latest News

ମୁମ୍ୱାଇ:ବଲିଉଡ୍‌ର ଟପ୍‌ ମୋଷ୍ଟ୍‌ ଅଭିନେତା ହ୍ରିତ୍ୱିକ୍‌ ରୋଶନ୍‌ଙ୍କର ଆଜି ହେଉଛି ୪୫ତମ ଜନ୍ମଦିନ। ଫିଲ୍ମ ପାଇଁ ସର୍ବଦା ଲୋକପ୍ରିୟତା ହାସଲ କରିଥିବା ହ୍ରିତ୍ୱିକ୍‌ ନିଜର ପରିବାର ଓ ପିଲାମାନଙ୍କର ମଧ୍ୟ ଯତ୍ନ ନେଇଥାଆନ୍ତି। ପରିବାର ସହିତ ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଶେଆର୍‌ କରନ୍ତି।

ନିକଟରେ ହ୍ରିତ୍ୱିକ୍‌ ରୋଶନ୍‌ଙ୍କ ପିତା ରାକେଶ ରୋଶନ କ୍ୟାନସର୍‌ ଯୋଗୁ ଗଳାର ଅପରେସନ୍‌ କରାଇଛନ୍ତି। ଏହି ସମୟରେ ହ୍ରିତ୍ୱିକ୍‌ ତାଙ୍କ ପିତାଙ୍କ ପାଇଁ ଏକ ଇମୋସନାଲ୍‌ ମେସେଜ୍‌ ସୋଶାଲ ମିଡିଆରେ ଶେଆର୍‌ କରିଥିଲେ।
ଆଜି ହ୍ରିତ୍ୱିକ୍‌ଙ୍କର ଜନ୍ମଦିନରେ ତାଙ୍କର ପୂର୍ବତନ ପତ୍ନୀ ସୁଜେନ୍‌ ଖାନ୍‌ ହ୍ରିତ୍ୱିକ୍‌ଙ୍କ ଫଟୋ ସହିତ ଏକ ଇମୋସନାଲ୍‌ ମେସେଜ୍‌ ପୋଷ୍ଟ କରିଛନ୍ତି।

ଏଥିରେ ସୁଜେନ୍‌ ଲେଖିଛନ୍ତି, ‘ମୋର ସବୁଠାରୁ ଭଲ ବନ୍ଧୁଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା। ସେ ସର୍ବଦା ସଫଳତାର ପାହାଚ ଚଢ଼ନ୍ତୁ।’
ଏହି ପୋଷ୍ଟ୍‌ ସହିତ ସୁଜେନ୍‌ ନିଜର ଓ ହ୍ରିତ୍ୱିକ୍‌ଙ୍କର ଅନେକ ଫଟୋ ଶେଆର୍‌ କରିଛନ୍ତି।
https://www.instagram.com/p/BsbFNAhF8dd/?utm_source=ig_web_copy_link
୨୦୧୪ରୁ ହ୍ରିତ୍ୱିକ୍‌ ସୁଜେନ୍‌ଙ୍କୁ ଛାଡ଼ପତ୍ର ଦେବା ପରେ ମଧ୍ୟ ଅନେକ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଦୁଇ ପୁଅ ରିଦାନ୍‌ ଓ ରିୟାନ୍‌ଙ୍କ ସହିତ ଦୁହେଁ ଡିନର୍‌, ଫିଲ୍ମ ଦେଖିବା ଓ ଛୁଟି କଟାଉଥିବାର ଦେଖିବାକୁ ମିଳିଥିଲା। ଉଭୟେ ଅଲଗା ହୋଇଥିଲେ ମଧ୍ୟ ପରସ୍ପର ମଧ୍ୟରେ ପ୍ରେମ ଓ ଭଲ ପାଇବା ଯେ, ଉଣା ହୋଇନି ତାହା ସେମାନଙ୍କ ବନ୍ଧୁତ୍ୱରୁ ବାରି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos