ସଠିକ୍‌ ପ୍ରମାଣ ଅଭାବରୁ କଙ୍ଗନା-ହ୍ରିତିକଙ୍କ ମାମଲା ବନ୍ଦ

ମୁମ୍ବାଇ: ଚଳିତବର୍ଷ କିଛିଦିନ ଧରି ହ୍ରିତିକ୍‌ ଓ କଙ୍ଗନାଙ୍କ ମଧ୍ୟରେ ଇ-ମେଲକୁ ନେଇ ଦେଖା ଯାଇଥିବା ବିବାଦ ଏବେ ଶେଷରେ ବନ୍ଦ ହୋଇଛି। ବିବାଦକୁ ନେଇ ସଠିକ୍‌ ପ୍ରମାଣ ଅଭାବ ଯୋଗୁଁ ମାମଲାକୁ ବନ୍ଦ କରି ଦିଆଯାଛି। ଉଭୟଙ୍କ ମଧ୍ୟରେ ଦେଖାଯାଇଥିବା ଏହି ବିବାଦ ବଲିଉଡରେ ଖୁବ୍‌ ଚର୍ଚ୍ଚାରେ ମଧ୍ୟ ରହିଥିଲା। ପୋଲିସଙ୍କ କହିବା ମୁତାବକ ହ୍ରିତିକଙ୍କ ଇ-ମେଲ ଆଇଡି ସର୍ଭର ଆମେରିକାର ହୋଇଥିବାରୁ ଇ-ମେଲ ସଂପର୍କିତ କୌଣସି ପ୍ରକାର ସୂଚନା ତଥା ସେହି ଆଇଡିର ବ୍ୟବହାରକାରୀ ସଂପର୍କରେ ମଧ୍ୟ କୌଣସି ପ୍ରକାର ସୂଚନା ମିଳି ପାରିବ ନାହିଁ।

ପୂର୍ବ ଖବର ଅନୁଯାୟୀ ଉଭୟଙ୍କ ମଧ୍ୟରେ ସଂପର୍କ ରହିଛି ଏବଂ ହ୍ରିତିକ ତାଙ୍କୁ ଅନେକ ଇ-ମେଲ କରିଥିବା କଥା କଙ୍ଗନା ଦାବି କରୁଥିଲେ। କଙ୍ଗନାଙ୍କ ଏପରି ଦାବିରେ ହ୍ରିତିକ ସାଇବର କ୍ରାଇମ ସେଲରେ ତାଙ୍କ ନା ବ୍ୟବହାର କରି କେହି ଜଣେ କଙ୍ଗନାକୁ ଇ-ମେଲ କରୁଥିବା ଅଭିଯୋଗ କରିଥିଲେ।