ଓସ୍କାର ଜିତିଲା ଏହି ଭାରତୀୟ ସିନେମା
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଓସ୍କାର ୨୦୧୮ରେ ଭାରତକୁ ମିଳିଛି ବଡ଼ ସଫଳତା। ଫିଲ୍ମ ‘Period, End of Sentence’କୁ ୯୧ତମ ଏକାଡେମୀ ଆୱାର୍ଡ଼ରେ ବେଷ୍ଟ ଡକ୍ୟୁମେଣ୍ଟ୍ରିର ଆୱାର୍ଡ଼ ମିଳିଛି। ଫିଲ୍ମଟିର କାହାଣୀ, ବିଷୟବସ୍ତୁ ଓ ଷ୍ଟାରକାଷ୍ଟ ସମସ୍ତ ଭାରତୀୟ। ଫିଲ୍ମର ନିର୍ଦ୍ଦେଶନା ଇରାନୀ-ଆମେରିକୀୟ ନିର୍ଦ୍ଦେଶକ ରେକା ଜୋହାବାଚୀ ଦେଇଛନ୍ତି। ଫିଲ୍ମଟିର ଏକ୍ଜିକ୍ୟୁଟିଭ ପ୍ରଡ୍ୟୁସର ହେଉଛନ୍ତି ଭାରତୀୟ ମହିଳା ଗୁନୀତ ମୋଙ୍ଗା। ଓସ୍କାର ଆୱାର୍ଡ଼ ଜିତିବା ପରେ ଗୁନିତ ମୋଙ୍ଗା ନଜେ ଟ୍ୱିଟ୍ କରି ଖୁସି ଜାହିର କରିଛନ୍ତି।
And the #Oscars winner is… pic.twitter.com/tvMiXH9hto
— The Academy (@TheAcademy) February 25, 2019
ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ଉତ୍ତର ଭାରତର ହାପୁଡ଼ରେ ରହୁଥିବା ଯୁବତୀମାନଙ୍କ ଜୀବନ ଉପରେ ଆଧାରିତ। ଫିଲ୍ମରେ ଦେଖାଯାଇଛି ଯେ, ଆଜି ବି କିପରି ଗ୍ରାମାଞ୍ଚଳରେ ମହିଳାମାନଙ୍କ ଋତୁସ୍ରାବ ନେଇ ଲାଜ ଓ ଡ଼ର ଓ ଆଶଙ୍କା ଭିତରେ ରହୁଛନ୍ତି। କିପରି ସେମାନେ ଏଥିପ୍ରତି ସଚେତନ ହେବେ ତାହା ହେଉଛି ଏହି ଫିଲ୍ମର ମୁଖ୍ୟ ବିଷୟ।
WE WON!!! To every girl on this earth… know that you are a goddess… if heavens are listening… look MA we put @sikhya on the map ❤️
— Guneet Monga (@guneetm) February 25, 2019
୨୬ ମିନିଟ୍ର ଏହି ଫିଲ୍ମଟି ଭାରତୀୟ ମହିଳାମାନଙ୍କର ମାସିକ ଧର୍ମ ସହ ଜଡ଼ିତ କିଛି ସମସ୍ୟା ବିରୋଧରେ ଅସଲି ପ୍ୟାଡମ୍ୟାନ୍ ଅରୁଣାଚଳମ ମୃଗନାଥନ୍ଙ୍କ କାର୍ଯ୍ୟ ଉପରେ ପର୍ଯ୍ୟବେଶିତ। ଉତ୍ତର ଭାରତର ହାପୁଡ଼ା ପାଖରେ କାଥିଖେଡ଼ା ଗାଁର କିଛି ମହିଳା କିପରି ମୃଗନାଥମ୍ଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ତାହା ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଛି। ମୃଗନାଥମ୍ଙ୍କ ଆବିଷ୍କୃତ ଲୋ-କଷ୍ଟ ସାନିଟାରୀ ନାପ୍କିନ୍ ତିଆରି ମେଶିନ୍ ସ୍ଥାପନ କରିବା ଓ ସମ୍ପୃକ୍ତ ଗ୍ରାମର ମହିଳାମାନଙ୍କ ଅନୁଭବ ଉପରେ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।