୨୩ରୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଗୋଲ୍‌ଡେନ୍ ଟ୍ରିଆଙ୍ଗେଲ୍‌ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌। ଏଥିରେ ୧୦ଟି ବିଦେଶୀ ଫିଲ୍ମ ସମେତ ୫ଟି ଭାରତୀୟ ଭାଷାଭାଷି ଫିଲ୍ମ ପ୍ରଦର୍ଶନ କରାଯିବ। ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫେଷ୍ଟିଭାଲ୍‌ରେ ଓଡ଼ିଆ ଭାଷାର ‘ଅଲୋଡ଼ା’ ଓ ‘ଚାଣ୍ଡାଳ’ ଫିଲ୍ମ ଅଂଶଗ୍ରହଣ କରିବେ।