ଦିନେ ବାପା କହୁଥିଲେ, “ତୁ ପଠାନ୍‌ ନୁହେଁ, ବ୍ରାହ୍ମଣ ଘରେ ଜନ୍ମ ହେବାର ଥିଲା”

ମୁମ୍ୱାଇ: ବଲିଉଡ୍‌ରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତା ହେଉଛନ୍ତି ଇର୍‌ଫାନ୍‌ ଖାନ୍‌। ତାଙ୍କୁ ଆଜି ପୂରିଛି ୫୨ ବର୍ଷ। ୭ ଜାନୁଆରୀ ୧୯୬୭ରେ ଅର୍ଥାତ୍‌ ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ। ଜୟପୁର୍‌ର ଏକ ମୁସଲମାନ ପରିବାରରେ ଜନ୍ମ ହୋଇଥିବା  ଇରଫାନ୍‌ଙ୍କ ପୂରା ନାଁ  ଥିଲା ସାହବଜାଦେ ଇର୍‌ଫାନ୍‌ ଅଲ୍ଲୀ ଖାନ୍‌। ବାପା ତାଙ୍କର ଥିଲେ ଜଣେ ଟାୟାର୍‌ ବ୍ୟବସାୟୀ। ଇର୍‌ଫାନ୍‌ଙ୍କ ବିଷୟରେ ଗୋଟିଏ କଥା ଜାଣି […]

irfan1

Puspanjali Panda
  • Published: Monday, 07 January 2019
  • , Updated: 08 January 2019, 07:42 AM IST

ମୁମ୍ୱାଇ: ବଲିଉଡ୍‌ରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତା ହେଉଛନ୍ତି ଇର୍‌ଫାନ୍‌ ଖାନ୍‌। ତାଙ୍କୁ ଆଜି ପୂରିଛି ୫୨ ବର୍ଷ। ୭ ଜାନୁଆରୀ ୧୯୬୭ରେ ଅର୍ଥାତ୍‌ ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ। ଜୟପୁର୍‌ର ଏକ ମୁସଲମାନ ପରିବାରରେ ଜନ୍ମ ହୋଇଥିବା  ଇରଫାନ୍‌ଙ୍କ ପୂରା ନାଁ  ଥିଲା ସାହବଜାଦେ ଇର୍‌ଫାନ୍‌ ଅଲ୍ଲୀ ଖାନ୍‌। ବାପା ତାଙ୍କର ଥିଲେ ଜଣେ ଟାୟାର୍‌ ବ୍ୟବସାୟୀ।

ଇର୍‌ଫାନ୍‌ଙ୍କ ବିଷୟରେ ଗୋଟିଏ କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ମୁସଲମାନ ପରିବାରରେ ଜନ୍ମ ହୋଇଥିବା ଇର୍‌ଫାନ୍‌ ଛୁଆଟି ଦିନରୁ ଶାକାହାରୀ ଥିଲେ। ତାଙ୍କ ବାପା ପିଲାବେଳୁ ସର୍ବଦା ତାଙ୍କୁ ଏହି କଥା କହି ଚିଡ଼ାଉଥିଲେ ଯେ, ସେ ମୁସଲମାନ ଘରେ ନୁହେଁ ବ୍ରାହ୍ମଣ ଘରେ ଜନ୍ମ ହେବାର ଥିଲା

ଇର୍‌ଫାନ୍‌ଙ୍କ ଜୀବନ ପ୍ରଥମରୁ ହିଁ ସଂଘର୍ଷମୟ ଥିଲା। National school of drama(NSD)ରେ ଆଡ୍‌ମିଶନ୍‌ ହେବା ପରେ ପରେ ହିଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଇର୍‌ଫାନ୍‌ଙ୍କୁ ଘରୁ ଟଙ୍କା ମିଳିବା ବନ୍ଦ ହୋଇଗଲା। ଏନ୍‌ଏସ୍‌ଡିରୁ ମିଳୁଥିବା ଫେଲୋସିପ୍‌ ଜରିଆରେ ସେ ନିଜର କୋର୍ସ ସମ୍ପୂର୍ଣ୍ଣ କରିଥିଲେ।
ଏହାପରେ ଇର୍‌ଫାନ୍‌ ନିଜର ସହପାଠୀ ସୁତପା ସିକନ୍ଦରଙ୍କୁ ୨୩ ଫେବୃଆରୀ ୧୯୯୫ ମସିହାରେ ବିବାହ କରିଥିଲେ। ଇଣ୍ଡଷ୍ଟ୍ରୀରେ ନିଜ ସଫଳତା ପାଇଁ ସଂଘର୍ଷ କରୁଥିବା ସମୟରେ ସୁତପା ତାଙ୍କ ହାତ ଛାଡ଼ି ନ ଥିଲେ, ସବୁ ସମୟରେ ତାଙ୍କ ସହିତ ଛିଡ଼ା ହୋଇଥିଲେ। ଏଣୁ ଦୁହିଁଙ୍କ ଭିତରେ ରହିଥିବା ଖୁବ୍‌ ନିବିଡ ପ୍ରେମ।

ଇର୍‌ଫାନ୍ ସୁତପାଙ୍କୁ ବିବାହ କରିବାର ନିଷ୍ପତି ନେବା ସମୟରେ, ସୁତପାଙ୍କ ପାଇଁ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ରାଜି ଥିଲେ। କିନ୍ତୁ ସୁତପାଙ୍କ ପରିବାର ଲୋକ ଦୁହିଁଙ୍କର ବିବାହ ପାଇଁ ସହମତି ଦେଇଥିଲେ। ଯାହାପରେ ଇର୍‌ଫାନ୍‌ଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ି ନ ଥିଲା।

ଇର୍‌ଫାନ୍‌ ତାଙ୍କ ଅଭିନୟ କ୍ୟାରିୟର୍‌ରେ ଅନେକ ଫିଲ୍ମରେ କାମ କରିଛନ୍ତି। ବଲିଉଡ୍‌ ସହିତ ଇର୍‌ଫାନ୍‌ ହଲିଉଡ୍‌ର ସ୍ପାଇଡର୍‌ ମ୍ୟାନ୍‌, ଜୁରାସିକ୍‌ ୱାର୍ଲଡ୍‌, ଇନ୍‌ଫର୍ଣ୍ଣୋ ପରି ଫିଲ୍ମରେ କାମ କରିଛନ୍ତି। ନିକଟରେ ହଲିଉଡ୍‌ ଅଭିନେତା ଟମ୍‌ ହ୍ୟାଙ୍କସ୍‌ ତାଙ୍କର ପ୍ରଶଂସା କରି କହିଥିଲେ, “ଇର୍‌ଫାନ୍‌ଙ୍କ ଆଖି ମଧ୍ୟ ଅଭିନୟ କରୁଛି”।

୨୦୦୫ରେ ହୋଇଥିବା ବଲିଉଡ୍‌ ଫିଲ୍ମ ‘ରୋଗ୍‌’ରେ ଇର୍‌ଫାନ୍‌ଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମ ‘ହାସିଲ୍‌’ ପାଇଁ ଇର୍‌ଫାନ୍‌ଙ୍କୁ ସେହି ବର୍ଷ ‘ବେଷ୍ଟ୍‌ ଭିଲେନ୍‌’ର ଫିଲ୍ମ ଫେୟାର୍‌ ଆୱାର୍ଡ ମିଳିଥିଲା।

ଏହାପରେ ଇର୍‌ଫାନ୍‌ ‘ଲଞ୍ଚ୍‌ବକ୍ସ୍‌’, ‘ଗୁଣ୍ଡେ’, ‘ହୈଦର୍‌’, ‘ପିକୁ’ ଏବଂ ‘ହିନ୍ଦୀ ମିଡିୟମ୍‌’ ପରି ଅନେକ ଭଲ ଫିଲ୍ମରେ କାମ କରିଥିଲେ। ଫିଲ୍ମ ‘ପାନ୍‌ ସିଂହ ତୋମାର’ ପାଇଁ ଇର୍‌ଫାନ୍‌ ଖାନ୍‌ଙ୍କୁ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା।

୨୦୧୧ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। କିନ୍ତୁ ଦୁଃଖର କଥା ହେଉଛି ୨୦୧୮ରୁ ଇର୍‌ଫାନ୍‌ କ୍ୟାନସର୍‌ରେ ପୀଡ଼ିତ ଅଛନ୍ତି। ବର୍ତ୍ତମାନ ସେ ଲଣ୍ଡନ୍‌ରେ ଚିକିତ୍ସାଧିନ ଅଛନ୍ତି।

କ୍ୟାନସର୍‌ ଯୋଗୁ ଏକ ବର୍ଷ ଧରି ଇର୍‌ଫାନ୍‌ ଖାନ୍‌ କୌଣସି ଫିଲ୍ମ କରିନାହାନ୍ତି। ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ ପାଇଁ ତାଙ୍କୁ ବେଷ୍ଟ୍‌ ଆକ୍ଟର୍‌ର ଆୱାର୍ଡ ମିଳିଛି।
ଇର୍‌ଫାନ୍‌ଙ୍କ ଅଭିନୟ ଓ ଡାଏଲଗ୍‌ ଡେଲିଭରୀର ଦକ୍ଷତା ପାଇଁ ତାଙ୍କ ଫ୍ୟାନ୍ସ୍ ତାଙ୍କୁ ସବୁବେଳେ ମନେ ପକାଉଛନ୍ତି।

 

Related story