ଟ୍ୟୁମର୍‌ ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ୍ ଏୟାରପୋର୍ଟରେ: ମିଡିଆରୁ ଏମିତି ଲୁଚିଲେ

ମୁମ୍ବାଇ: ଲଣ୍ଡନରୁ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍ ଟ୍ୟୁମରର ଚିକିତ୍ସା କରାଇବା ପରେ ଗତ ମାସରେ ଭାରତ ଫେରିଥିବା ଇରଫାନ୍‌ଙ୍କୁ ଗତକାଲି ମୁମ୍ବାଇ ଏୟାରପୋର୍ଟରେ ଦେଖବାକୁ ମିଳିଥିଲା। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଇରଫାନ୍‌ ପାପାରାଜି(ମିଡିଆ ଫଟୋଗ୍ରାଫର)ଙ୍କ ଠାରୁ ନିଜକୁ ଲୁଚାଉଥିବା ଦେଖିବାକୁ ମିଳିଛି। ସେ ମଫଲର୍ ସାହାଯ୍ୟରେ ନିଜ ମୁହଁ ଲୁଚାଇଥିଲେ। ହେଲେ ସେ ଏୟାରପୋର୍ଟରେ କ’ଣ କରୁଥିଲେ ଓ କୁଆଡ଼େ ଯାଉଛନ୍ତି ତାହା ଜଣାପଡ଼ି ନାହିଁ। https://www.instagram.com/p/BuyAyOZnHCi/?utm_source=ig_web_copy_link ଗତବର୍ଷ ସେ ଖୁଲାସା କରିଥିଲେ ଯେ, ତାଙ୍କୁ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍ […]

irfan

irfan

Chinmayee Roy
  • Published: Sunday, 10 March 2019
  • Updated: 10 March 2019, 03:36 PM IST

Sports

Latest News

ମୁମ୍ବାଇ: ଲଣ୍ଡନରୁ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍ ଟ୍ୟୁମରର ଚିକିତ୍ସା କରାଇବା ପରେ ଗତ ମାସରେ ଭାରତ ଫେରିଥିବା ଇରଫାନ୍‌ଙ୍କୁ ଗତକାଲି ମୁମ୍ବାଇ ଏୟାରପୋର୍ଟରେ ଦେଖବାକୁ ମିଳିଥିଲା। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଇରଫାନ୍‌ ପାପାରାଜି(ମିଡିଆ ଫଟୋଗ୍ରାଫର)ଙ୍କ ଠାରୁ ନିଜକୁ ଲୁଚାଉଥିବା ଦେଖିବାକୁ ମିଳିଛି। ସେ ମଫଲର୍ ସାହାଯ୍ୟରେ ନିଜ ମୁହଁ ଲୁଚାଇଥିଲେ। ହେଲେ ସେ ଏୟାରପୋର୍ଟରେ କ’ଣ କରୁଥିଲେ ଓ କୁଆଡ଼େ ଯାଉଛନ୍ତି ତାହା ଜଣାପଡ଼ି ନାହିଁ।

https://www.instagram.com/p/BuyAyOZnHCi/?utm_source=ig_web_copy_link

ଗତବର୍ଷ ସେ ଖୁଲାସା କରିଥିଲେ ଯେ, ତାଙ୍କୁ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍ ଟ୍ୟୁମର ହୋଇଛି। ପରେ ସେ ଚିକିତ୍ସା  ପାଇଁ ଲଣ୍ଡନ ଚାଲିଯାଇଥିଲେ।  ସେଠାରେ ଚିକିତ୍ସା ପରେ ଇରଫାନ୍‌ ଏବେ ଭାରତ ଫେରିଆସିଛନ୍ତି। ଏବେ ସେ ଫିଲ୍ମକୁ ଫେରିବା ନେଇ ଚର୍ଚ୍ଚା ଜୋର୍‌ ଧରିଲାଣି। କିଛି କହୁଛନ୍ତି ଯେ,  ସେ ୨୨ ଫେବୃଆରୀରୁ ଫିଲ୍ମ ‘ହିନ୍ଦୀ ମିଡିୟମ’ର ସୁଟିଂ ଆରମ୍ଭ କରିବେ। କେହି କହୁଛନ୍ତି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଏବେ ମଧ୍ୟ ତାଙ୍କର ଚିକିତ୍ସା ଚାଲିଛି। ତେବେ ଏ ପର୍ଯ୍ୟନ୍ତ ଇରଫାନ୍‌ଙ୍କ ଫିଲ୍ମକୁ ଫେରିବା ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ।

https://www.instagram.com/p/BuxzE3SnSRK/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos