‘ଇତ୍ତେଫାକ୍‌’ର ରିମେକ୍‌ରେ ସିଦ୍ଧାର୍ଥ

ମୁମ୍ବାଇ: ୧୯୬୯ରେ ଏକ ମର୍ଡର ମିଷ୍ଟ୍ରୀ ଉପରେ ପର୍ଯ୍ୟବେସିତ ଫିଲ୍ମ ‘ଇତ୍ତେଫାକ୍‌’ର ହେବ ରିମେକ୍‌। ଏହି ଫିଲ୍ମର ଲିଡ୍‌ରେ ‘ବ୍ରଦର୍ସ’ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ରହିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ବିପକ୍ଷରେ କିଏ ନାୟିକା ହେବେ ତାହା ସ୍ପଷ୍ଟ ହୋଇନାହିଁ। ଏହି ଫିଲ୍ମକୁ ରେଡ୍‌ ଚିଲ୍ଲୀ, ଧର୍ମା ପ୍ରଡକ୍ସନ୍ସ ଓ ବି.ଆର ଫିଲ୍ମ ଏକତ୍ର ଭାବେ ପ୍ରଜୋଜନା ଦେବେ। ଏନେଇ ସିଦ୍ଧାର୍ଥ କହିଛନ୍ତି,“ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ମତେ ବଛା ଯାଇଥିବାରୁ ମୁଁ ବହୁତ ଉତ୍ସାହିତ […]

sidharth-malhotra-2

Rakesh Mallick
  • Published: Tuesday, 14 June 2016
  • , Updated: 14 June 2016, 08:19 PM IST

ମୁମ୍ବାଇ: ୧୯୬୯ରେ ଏକ ମର୍ଡର ମିଷ୍ଟ୍ରୀ ଉପରେ ପର୍ଯ୍ୟବେସିତ ଫିଲ୍ମ ‘ଇତ୍ତେଫାକ୍‌’ର ହେବ ରିମେକ୍‌। ଏହି ଫିଲ୍ମର ଲିଡ୍‌ରେ ‘ବ୍ରଦର୍ସ’ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ରହିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ବିପକ୍ଷରେ କିଏ ନାୟିକା ହେବେ ତାହା ସ୍ପଷ୍ଟ ହୋଇନାହିଁ।

ଏହି ଫିଲ୍ମକୁ ରେଡ୍‌ ଚିଲ୍ଲୀ, ଧର୍ମା ପ୍ରଡକ୍ସନ୍ସ ଓ ବି.ଆର ଫିଲ୍ମ ଏକତ୍ର ଭାବେ ପ୍ରଜୋଜନା ଦେବେ।

ଏନେଇ ସିଦ୍ଧାର୍ଥ କହିଛନ୍ତି,“ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ମତେ ବଛା ଯାଇଥିବାରୁ ମୁଁ ବହୁତ ଉତ୍ସାହିତ ରହିଛି। ଏହାର ସ୍କ୍ରିପ୍ଟ ବହୁତ ମୋ ମନ ପସନ୍ଦର ସ୍କ୍ରିପ୍ଟ। ଏହା ମୋ ପାଇଁ ଏକ ନୂଆ ପରିଚୟ।”

୧୯୬୯ର ‘ଇତ୍ତେଫାକ୍‌’ରେ ଲିଡ୍‌ରେ ଥିଲେ ରାଜେଶ ଖାନ୍ନା ଓ ଅଭିନେତ୍ରୀ ନନ୍ଦା। ଏହି ଫିଲ୍ମ ସେହି ସମୟରେ ବ୍ୟବସାୟିକ ସଫଳତା ପାଇଥିଲା।

Related story