ହୃଦଘାତର ଶିକାର ହେଲେ ଜ୍ୟାକଲିନ୍‌ଙ୍କ ମା’

ମୁମ୍ବାଇ: ୨୦୨୧ରେ ମନି ଲଣ୍ଡରିଂ ମାମଲାରେ ଫସି ନାକେଦମ ହୋଇଥିବା ବଲିଉଡ ହିରୋଇନ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କ ପାଇଁ ୨୦୨୨ ବି ଆଣିଛି ଟେନସନ୍‌ । ବର୍ଷ ଆରମ୍ଭରୁ ଜ୍ୟାକଲିନ୍‌ଙ୍କୁ ମିଳିଛି ଝଟକା । ସୁଦୂର ବାହରିନ୍‌ରେ ରହୁଥିବା ତାଙ୍କ ମା’ ହୃଦଘାତର ଶିକାର ହୋଇଛନ୍ତି। ଏବେ ସେ ଚିକିତ୍ସାଧୀନ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମିଳିପାରିନି ଅପଡେଟ ସୂଚନା। ସୂଚନା ଅନୁଯାୟୀ, ଜ୍ୟାକଲିନ୍‌ଙ୍କ ପିତମାତା ବାହରିନରେ ରହୁଥିବା ବେଳେ ସେଠାରେ ତାଙ୍କ ମା କିମ୍ ପର୍ଣ୍ଣାଣ୍ଡିଜ ହାର୍ଟ […]

jacqueline-fernandez

Niharika Rout
  • Published: Wednesday, 05 January 2022
  • , Updated: 05 January 2022, 10:15 AM IST

ମୁମ୍ବାଇ: ୨୦୨୧ରେ ମନି ଲଣ୍ଡରିଂ ମାମଲାରେ ଫସି ନାକେଦମ ହୋଇଥିବା ବଲିଉଡ ହିରୋଇନ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କ ପାଇଁ ୨୦୨୨ ବି ଆଣିଛି ଟେନସନ୍‌ । ବର୍ଷ ଆରମ୍ଭରୁ ଜ୍ୟାକଲିନ୍‌ଙ୍କୁ ମିଳିଛି ଝଟକା । ସୁଦୂର ବାହରିନ୍‌ରେ ରହୁଥିବା ତାଙ୍କ ମା’ ହୃଦଘାତର ଶିକାର ହୋଇଛନ୍ତି। ଏବେ ସେ ଚିକିତ୍ସାଧୀନ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମିଳିପାରିନି ଅପଡେଟ ସୂଚନା।

ସୂଚନା ଅନୁଯାୟୀ, ଜ୍ୟାକଲିନ୍‌ଙ୍କ ପିତମାତା ବାହରିନରେ ରହୁଥିବା ବେଳେ ସେଠାରେ ତାଙ୍କ ମା କିମ୍ ପର୍ଣ୍ଣାଣ୍ଡିଜ ହାର୍ଟ ଆଟାକର ଶିକାର ହୋଇଛନ୍ତି।  ଏବେ ସେ  ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହେଲେ ମା’ଙ୍କ ଏପରି ସମୟରେ ମଧ୍ୟ ଜ୍ୟାକଲିନ୍‌ ତାଙ୍କ ନିକଟକୁ ଯାଇପାରୁ ନାହାନ୍ତି। ତାଙ୍କ ବିଦେଶ ଯିବା  ଉପରେ କଟକଣା ଲାଗିଥିବାରୁ ଜ୍ୟାକଲିନ୍‌ ଏବେ ମୁମ୍ବାଇରେ ରହି ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରତି ସମୟରେ ଖବର ରଖୁଛନ୍ତି।

[caption id="attachment_704159" align="aligncenter" width="650"] ପିତାମାତାଙ୍କ ସହ ଜ୍ୟାକଲିନ୍‌ ।[/caption]

ସୂଚନା ଅନୁଯାୟୀ, ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ ମହାଠକ ସୁକେଶ ସହ ସମ୍ପର୍କ ଅଭିଯୋଗରରେ ଇଡି ସ୍କାନରେ ରହିଛନ୍ତି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ । ଠକେଇ ଟଙ୍କାରେ ସୁକେଶ  ଜ୍ୟାକଲିନଙ୍କ ସମେତ ବଲିଉଡର ୫ ଅଭିନେତ୍ରୀଙ୍କୁ ଦାମୀ ଦାମୀ ଉପହାର ଦେଇଥିବା ଖୋଳତାଡ଼ ବେଳେ ଇଡି ଜାଣିବାକୁ ପାଇଛି। ଏପରିକି ସୁକେଶ ଜ୍ୟାକଲିନଙ୍କୁ କେବଳ ୧୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଇଥିବା ବେଳେ ଏନେଇ ତାଙ୍କୁ  ଜେରା କରି ସାରିଛି  ଇଡି । ଏଥିସହ ତାଙ୍କୁ ଦେଶ ଛାଡ଼ି ଯିବାକୁ ମନା କରାଯାଇଥିବାରୁ ନିଜ ମା’ଙ୍କୁ ଦେଖିବାକୁ ଯାଇପାରୁ ନାହାନ୍ତି ଜ୍ୟାକଲିନ୍‌।

Related story