ଏପ୍ରିଲରେ ରିଲିଜ୍‌ ହେବ ‘ଜଗା ଜାସୁସ’

ମୁମ୍ବାଇ: ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ଆଖି ଆଗରେ ରଖି “ଜଗା ଜାସୁସ’ର  ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଫିଲ୍ମର ନିର୍ଦ୍ଦେଶକ ଅନୁରାଗ ବସୁ ଟ୍ୱିଟ୍ କରି କହିଛନ୍ତି।

ସେ କହିଛନ୍ତି, “ଜଗା ଜାସୁସ’ ଏକ ପାରିବାରିକ ଫିଲ୍ମ। ଫିଲ୍ମ ରିଲିଜ୍ ପାଇଁ ଭଲ ତାରିଖ ମିଳିଲେ ଫିଲ୍ମକୁ ପଛରେ ରିଲିଜ୍‌ କରାଯାଇପାରିବ।”

ଏହି ଫିଲ୍ମରେ ଅଭିନେତା ରଣବୀର କପୁର ଓ କ୍ରାଟିନା କୈଫଙ୍କୁ ଦେଖିବାକୁ ମିଳିବ। ଫିଲ୍ମ ଏପ୍ରିଲ ୭ରେ ରଲିଜ୍‌ ହେବ।