‘କରୋନା’ ବିରୋଧରେ ଯାତ୍ରା କଳାକାରଙ୍କ ଯୁଦ୍ଧଂ ଦେହି ଡାକରା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ହେଲେ ରଙ୍ଗୀନ ଆଲୁଅରେ ସେମାନେ ଜଲୱା ଦେଖାନ୍ତି। ଷ୍ଟେଜ୍‌ ଦୁଲୁକେ, ଆଉ ଦର୍ଶକଙ୍କ ତାଳି ବର୍ଷା ହୁଏ। ହେଲେ ଆଜି ‘କରୋନା’ ପାଇଁ ସବୁ କିଛି ଠପ୍‌ ହୋଇଯାଇଛି। ‘କରୋନା’ର ମୁକାବିଲା ପାଇଁ ସେମାନେ ମଞ୍ଚ ଛାଡ଼ି ଦେଇଛନ୍ତି ଯୁଦ୍ଧଂ ଦେହି ଡାକରା। ସେମାନେ ଗାଁରେ ଲୋକଙ୍କୁ ‘କରୋନା’ ନେଇ ସଚେତନତା କରିବା ସହିତ ବାଣ୍ଟିଛନ୍ତି ମାସ୍କ ଓ ସାବୁନ। ‘କରୋନା’କୁ ମହାମାରୀ ରୂପେ ଘୋଷଣା ପରେ ରାଜ୍ୟ ସରକାର ଗତ ୧୩ […]

jatra1

jatra1

Manoranjan Sial
  • Published: Wednesday, 18 March 2020
  • Updated: 18 March 2020, 09:41 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ହେଲେ ରଙ୍ଗୀନ ଆଲୁଅରେ ସେମାନେ ଜଲୱା ଦେଖାନ୍ତି। ଷ୍ଟେଜ୍‌ ଦୁଲୁକେ, ଆଉ ଦର୍ଶକଙ୍କ ତାଳି ବର୍ଷା ହୁଏ। ହେଲେ ଆଜି ‘କରୋନା’ ପାଇଁ ସବୁ କିଛି ଠପ୍‌ ହୋଇଯାଇଛି। ‘କରୋନା’ର ମୁକାବିଲା ପାଇଁ ସେମାନେ ମଞ୍ଚ ଛାଡ଼ି ଦେଇଛନ୍ତି ଯୁଦ୍ଧଂ ଦେହି ଡାକରା। ସେମାନେ ଗାଁରେ ଲୋକଙ୍କୁ ‘କରୋନା’ ନେଇ ସଚେତନତା କରିବା ସହିତ ବାଣ୍ଟିଛନ୍ତି ମାସ୍କ ଓ ସାବୁନ।

‘କରୋନା’କୁ ମହାମାରୀ ରୂପେ ଘୋଷଣା ପରେ ରାଜ୍ୟ ସରକାର ଗତ ୧୩ ତାରିଖରେ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ଆଗେଇ ଆସିଥିଲେ ଜିଲ୍ଲା ପ୍ରଶାସନ। ଯେଉଁଥିପାଇଁ ଯାତ୍ରା ପରିବେଷଣ ଉପରେ ଲାଗିଲା ରୋକ। ଅଧା କ୍ୟାମ୍ପ ଛାଡ଼ି କଳାକାରମାନେ ଘରକୁ ଫେରିଲେ। ତେବେ ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ସରକାର ଅଧିକ ସତର୍କ ହୋଇଛନ୍ତି। ମହାମାରୀ ‘କରୋନା’ର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି ଯାତ୍ରା କଳାକାର।

ଆଜି ବାଲେଶ୍ୱର ଟାଉନ୍‌ ସୁଇପର ଲେନ୍‌ରେ ହୋଇଥିଲା ‘କରୋନା’ ସଚେତନ କାର୍ଯ୍ୟକ୍ରମ। ଏଥିରେ ଯାତ୍ରା ଇଣ୍ଡଷ୍ଟ୍ରୀର ବରିଷ୍ଠ କଳାକାର ଦୌତାରୀ ପଣ୍ଡା, ଲୋକନାଥ ଲେଙ୍କା, ବାପି ପଣ୍ଡା, ଗୌର ଦାସ ପ୍ରମୁଖ ଯୋଗଦେଇ ବସ୍ତିର ଲୋକଙ୍କୁ ସଚେତନ କରାଇଥିଲେ। ‘କରୋନା’ ଭାଇରସର ମୁକାବିଲା କରିବାକୁ ହେଲେ ପରିଷ୍କାର ପରିଚ୍ଛନ୍ନ ରହିବାକୁ ପଡ଼ିବ। ଦରକାର ନଥିଲେ ଘର ବାହାରନ୍ତୁ ନାହିଁ। ଯଦି ଛିଙ୍କ ବା କାଶ ହେଉଛି, ତାହାହେଲେ ମାସ୍କ ପିନ୍ଧନ୍ତୁ ଓ ସାବୁନ୍‌ରେ ହାତ ଧୁଅନ୍ତୁ ବୋଲି କଳାକାରମାନେ ପରାମର୍ଶ ଦେଇଥିଲେ। ଏପରିକି କେମିତି ମାସ୍କ ପିନ୍ଧିବେ ସେନେଇ ଟିପ୍ସ ମଧ୍ୟ ଦେଖାଇଥିଲେ। ଏହି ଅବସରରେ କଳାକାରମାନେ ସାହି ଲୋକଙ୍କୁ ମାସ୍କ ଓ ଡେଟଲ୍‌ ସାବୁନ୍‌ ବାଣ୍ଟିଛନ୍ତି।

ତେବେ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡା କହିଛନ୍ତି-“କରୋନାକୁ ରୋକିବା ପାଇଁ ମାକ୍ସ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ପରସ୍ପରଠାରୁ ଦୂରତା ଅବଲମ୍ୱନ କରନ୍ତୁ। ସରକାରଙ୍କ ପରାମର୍ଶକୁ ସାଧାରଣ ଭାବେ ଗ୍ରହଣ କରନ୍ତୁ ନାହିଁ। ଯଦି କୌଣସି ବ୍ୟକ୍ତି ନିଜକୁ ଅସୁସ୍ଥ ଅନୁଭବ କରୁଛନ୍ତି, ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କରୋନା ଏବେ ସମଗ୍ର ବିଶ୍ୱକୁ ଥରାଇଦେଲାଣି। ଏହି ରୋଗ ଯେପରି ନବ୍ୟାପିବ, ସେଥିପ୍ରତି ସମସ୍ତେ ସତର୍କ ହେବା ଜରୁରି।”

ହ୍ୟାଣ୍ଡସମ୍‌ ହିରୋ ବାପି ପଣ୍ଡା କହିଛନ୍ତି-“ପ୍ରତ୍ୟେକ କ୍ଷେତ୍ରରେ ଯାତ୍ରା କଳାକାରମାନେ ଆଗେଇ ଆସିଥାଆନ୍ତି। ଏବେ କରୋନାକୁ ମହାମାରୀ ରୂପେ ଘୋଷଣା କରାଯିବା ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଲୋକଙ୍କ ମନ ଭିତରୁ ଏପରି ଭୟକୁ ଦୂର କରିବା ପାଇଁ ଯାତ୍ରା କଳାକାରମାନେ ଉଦ୍ୟମ କରୁଛନ୍ତି। ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେବା ସହିତ ସାବୁନ୍‌ ହାତ ଧୋଇବାକୁ ପରାମର୍ଶ ଦେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story