ଜାଭେଦଙ୍କୁ ଦେଖି ସମସ୍ତେ ହସିଲେ

ମୁମ୍ବାଇ: ସଙ୍ଗୀତ ଭିତ୍ତିକ  ରିୟଲିଟି ଶୋ ’ସୁପରଷ୍ଟାର ସିଙ୍ଗର’  ପ୍ରଥମ ଏପିସୋଡରୁ ହିଁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି। ଏହାର କୁନି କୁନି ପ୍ରତିଯୋଗୀମାନେ ନିଜ ପ୍ରତିଭା ବଳରେ ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରୁଛନ୍ତି।  ଏହି ଶୋ’ର ଜଜ୍‌ ଭୂମିକାରେ ହିମେଶ ରେଶମିଆ, ଅଲକା ୟାଗନିକ ଓ ଜାଭେଦ ଅଲ୍ଲୀ ଅଛନ୍ତି। ଏଥିରେ ୧୫ ବର୍ଷରୁ କମ୍‌ ବୟସ୍‌ର ପ୍ରତିଯୋଗୀ ଭାଗ ନେଉଛନ୍ତି। ସେମାନଙ୍କ ମଧ୍ୟରୁ ୯ ବର୍ଷର ପ୍ରୀତି ଭଟ୍ଟାଚାର୍ଯ୍ୟ ଏବେ […]

javed-alli-2..

javed-alli-2..

Niharika Rout
  • Published: Sunday, 07 July 2019
  • Updated: 07 July 2019, 03:01 PM IST

Sports

Latest News

ମୁମ୍ବାଇ: ସଙ୍ଗୀତ ଭିତ୍ତିକ  ରିୟଲିଟି ଶୋ ’ସୁପରଷ୍ଟାର ସିଙ୍ଗର’  ପ୍ରଥମ ଏପିସୋଡରୁ ହିଁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି। ଏହାର କୁନି କୁନି ପ୍ରତିଯୋଗୀମାନେ ନିଜ ପ୍ରତିଭା ବଳରେ ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରୁଛନ୍ତି।  ଏହି ଶୋ’ର ଜଜ୍‌ ଭୂମିକାରେ ହିମେଶ ରେଶମିଆ, ଅଲକା ୟାଗନିକ ଓ ଜାଭେଦ ଅଲ୍ଲୀ ଅଛନ୍ତି। ଏଥିରେ ୧୫ ବର୍ଷରୁ କମ୍‌ ବୟସ୍‌ର ପ୍ରତିଯୋଗୀ ଭାଗ ନେଉଛନ୍ତି।

ସେମାନଙ୍କ ମଧ୍ୟରୁ ୯ ବର୍ଷର ପ୍ରୀତି ଭଟ୍ଟାଚାର୍ଯ୍ୟ ଏବେ ଶୋ’ର ଆକର୍ଷଣ ପାଲଟିଛନ୍ତି। ତାଙ୍କ ସ୍ୱର ସମସ୍ତଙ୍କ ମନ ଜିଣିଥିବା ବେଳେ ଏକ ଏପିସୋଡ୍‌ର ଶୁଟିଂ ବେଳେ ତାଙ୍କର ଅନ୍ୟ ଏକ କଳା ସଂପର୍କରେ ମଧ୍ୟ ଜଣାପଡ଼ିଥିଲା। ପଶ୍ଚିମବଙ୍ଗର ବର୍ଦ୍ଧମାନ ସହରରୁ ଆସିଥିବା ପ୍ରୀତି ଜଣେ ଭଲ ସିଙ୍ଗର ସହିତ ଜଣେ ଭଲ ଡ୍ୟାନସର ବୋଲି ମଧ୍ୟ ଜଣାପଡ଼ିଥିଲା। ଏହାପରେ ତିନି ଜଜ୍‌ଙ୍କ ମଧ୍ୟରୁ କାହାକୁ ଡ୍ୟାନ୍ସ ଶିଖାଇବାକୁ ପସନ୍ଦ କରିବେ ବୋଲି ତାଙ୍କୁ ପଚରା ଯାଇଥିଲା। ସେ ଚଟାପଟ୍ ଜାଭେଦ ଅଲ୍ଲୀଙ୍କ ନାଁ ନେଇଥିଲେ।

ଏହା ପରେ ଜାଭେଦ୍ ଷ୍ଟେଜ୍‌ ଉପରକୁ ଯାଇଥିଲେ। ଦିୱାନି ମସ୍ତାନି ଗୀତରେ ସେ ପ୍ରୀତିଙ୍କ ତାଳ ସହ ତାଳ ମିଶାଇ ନାଚିଥିଲେ। ତେବେ ତାଙ୍କ ନାଚ ଦେଖି ଅନ୍ୟ ଦୁଇ ଜଜ୍‌ ଓ ସେଟ୍‌ରେ ଉପସ୍ଥିତ ଦର୍ଶକ ସେମାନଙ୍କ ହସ ରୋକି ପାରିଲେ ନାହିଁ। ତେବେ ସମସ୍ତେ ପ୍ରୀତିଙ୍କୁ ବେଶ୍ ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos