ପ୍ରଥମ ଦିନରେ ‘ଜଲି ଏଲ୍‌ଏଲ୍‌-୨’ ରୋଜଗାର ୧୩ କୋଟି

ମୁମ୍ୱାଇ: ଗତକାଲି ରିଲିଜ୍‌ ହୋଇଥିବା ‘ଜଲି ଏଲ୍‌ଏଲ୍‌-୨’ ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ୧୩.୨୦ କୋଟି ଟଙ୍କା ରୋଜଗାର କରିଛି। ସୁବାଷ କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରୁଛନ୍ତି।

୨୦୧୩ରେ ରିଜିଲ ହୋଇଥିବା ‘ଜଲି ଏଲ୍‌ଏଲ୍‌ବି’ର ଏହା ହେଉଛି ସିକ୍ୱେଲ। ଏଥିରେ ଅକ୍ଷୟ କୁମାରଙ୍କ ସମେତ ହୁମା କୁରେସି, ଅନୁ କପୁର ଓ ସୌରଭ ଶୁଳ୍କା ଅଭିନୟ କରୁଛନ୍ତି।