ପୁଣି ଦବଙ୍ଗଗିରି ଦେଖାଇ ଫସିଲେ ସଲମାନ୍: କୋର୍ଟକୁ ଗଲା ମାମଲା

ମୁମ୍ବାଇ: ଦବଙ୍ଗଷ୍ଟାର୍ ସଲମାନ ଖାନ୍‌ଙ୍କ ଆଉ ଏକ ଦବଙ୍ଗଗିରି। ସଲମାନଙ୍କ ନାଁରେ ହୋଇଛି ବରିଷ୍ଠ ସାମ୍ବାଦିକଙ୍କୁ ଧମକାଇବା ସହ  ମୋବାଇଲ୍ ଛଡ଼ାଇବା ନେବା ଅଭିଯୋଗ। ମୁମ୍ବାଇର ବରିଷ୍ଠ ସାମ୍ବାଦିକ ଅଶୋକ ପାଣ୍ଡେ ମୁମ୍ବାଇର ଅନ୍ଧେରୀ କୋର୍ଟରେ ସଲମାନ୍ ଖାନଙ୍କ ନାଁରେ ମାମଲା ରୁଜୁ କରିଛନ୍ତିା ଯାହାର ଶୁଣାଣି ଆସନ୍ତା ୧୨ ତାରିଖରେ ହେବ। Woh mere peche wire kis cheez ka hai . . Can u guess pls? pic.twitter.com/21i7qvBshs — Salman […]

salman

salman

Chinmayee Roy
  • Published: Wednesday, 26 June 2019
  • Updated: 26 June 2019, 01:49 PM IST

Sports

Latest News

ମୁମ୍ବାଇ: ଦବଙ୍ଗଷ୍ଟାର୍ ସଲମାନ ଖାନ୍‌ଙ୍କ ଆଉ ଏକ ଦବଙ୍ଗଗିରି। ସଲମାନଙ୍କ ନାଁରେ ହୋଇଛି ବରିଷ୍ଠ ସାମ୍ବାଦିକଙ୍କୁ ଧମକାଇବା ସହ  ମୋବାଇଲ୍ ଛଡ଼ାଇବା ନେବା ଅଭିଯୋଗ। ମୁମ୍ବାଇର ବରିଷ୍ଠ ସାମ୍ବାଦିକ ଅଶୋକ ପାଣ୍ଡେ ମୁମ୍ବାଇର ଅନ୍ଧେରୀ କୋର୍ଟରେ ସଲମାନ୍ ଖାନଙ୍କ ନାଁରେ ମାମଲା ରୁଜୁ କରିଛନ୍ତିା ଯାହାର ଶୁଣାଣି ଆସନ୍ତା ୧୨ ତାରିଖରେ ହେବ।

https://twitter.com/BeingSalmanKhan/status/1141062940948217856

ଅଭିଯୋଗ ଅନୁସାରେ, ଗତ ଏପ୍ରିଲ  ମାସରେ ମୁମ୍ବାଇର ବାନ୍ଦ୍ରାରେ ସଲମାନ୍ ସାଇକେଲ୍ ଚଲାଉଥିଲେ । ଏହି ସମୟରେ ଅଶୋକ ନିଜ କାର୍‌ରେ ରହି ସଲମାନଙ୍କ ଫଟୋ ଉଠାଇଥିଲୋ ଏନେଇ ସେ ତାଙ୍କ ସୁରକ୍ଷାକର୍ମୀଙ୍କଠୁ ଅନୁମତି ନେଇଥିଲୋ ତଥାପି ସଲମାନ ଏବଂ ତାଙ୍କର କିଛି ଅନ୍ୟ ସୁରକ୍ଷାକର୍ମୀ ତାଙ୍କୁ ଗାଳିଗୁଳଜ କରିବା ସହ ମୋବାଇଲ ଛଡ଼ାଇ ନେଇଥିଲେ।

ଏହାପରେ ଅଶୋକ ରାଗିଯାଇ ଥାନାରେ ମାମଲା ରୁଜୁ କରିବାକୁ ଧମକ ଦେବା ପରେ ସଲମାନ ଅଧିକ  ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଏନେଇ ସେ ଡିଏନ୍ ନଗର ଥାନାରେ ମାମଲା ଦାଏର କରିଥିଲେ ମଧ୍ୟ ପୋଲିସ୍ ମାମଲା ରଖିନଥିଲା। ତେଣୁ ସେ ବାଧ୍ୟ ହୋଇ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos