ଜୁନ୍ ୧୨ରେ ରିଲିଜ୍ ହେବ ‘ହମାରୀ ଅଧୁରି କାହାନୀ’

ମୁମ୍ବାଇ: ଜୁନ ୧୨ରେ ରିଲିଜ ହେବ ‘ହମାରୀ  ଅଧୁରି କାହାନୀ’।  ରିଲିଜ ପୂର୍ବରୁ ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।  ଫିଲ୍ମଟିରେ ମୁଖ୍ୟ ଭୂମିକାରେ ଅଛନ୍ତି ବିଦ୍ୟା। ତାଙ୍କ ସହିତ ଏଥିରେ ଅଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ରାଜକୁମାର ରାଓ ଓ ଇମ୍ରାନ ହାସମୀ। ଏ ଦୁହଁଙ୍କୁ ଏ ଚଳଚ୍ଚିତ୍ରରେ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ମହେଶ ଭଟ୍ଟ ଏହି ଫିଲ୍ମର ପ୍ରଯୋଜକ ରହିଥିବା ବେଳେ ନିର୍ଦେଶନା ଦେଇଛନ୍ତି ମୋହିତ ସୁରୀ। ବିବାହ ପରେ […]

hamariadhurikahani

Rakesh Mallick
  • Published: Wednesday, 10 June 2015
  • , Updated: 10 June 2015, 05:20 PM IST

ମୁମ୍ବାଇ: ଜୁନ ୧୨ରେ ରିଲିଜ ହେବ ‘ହମାରୀ  ଅଧୁରି କାହାନୀ’।  ରିଲିଜ ପୂର୍ବରୁ ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।  ଫିଲ୍ମଟିରେ ମୁଖ୍ୟ ଭୂମିକାରେ ଅଛନ୍ତି ବିଦ୍ୟା। ତାଙ୍କ ସହିତ ଏଥିରେ ଅଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ରାଜକୁମାର ରାଓ ଓ ଇମ୍ରାନ ହାସମୀ। ଏ ଦୁହଁଙ୍କୁ ଏ ଚଳଚ୍ଚିତ୍ରରେ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ମହେଶ ଭଟ୍ଟ ଏହି ଫିଲ୍ମର ପ୍ରଯୋଜକ ରହିଥିବା ବେଳେ ନିର୍ଦେଶନା ଦେଇଛନ୍ତି ମୋହିତ ସୁରୀ।

ବିବାହ ପରେ ପ୍ରେମ ଓ ପ୍ରତାରଣାର ଶିକାର ହୋଇଥିବା ଜଣେ ମହିଳାଙ୍କ କାହାଣୀ ଉପରେ ଫିଲ୍ମଟି ଅଧାରିତ । ରାଜକୁମାର ରାଓ ଏଥିରେ ବିଦ୍ୟା ବାଲାନଙ୍କ ସ୍ୱାମୀ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ବିଦ୍ୟା ଘରୋଇ ହିଂସାର ଶିକାର ହେଉଛନ୍ତି। ତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ତାଙ୍କ ଜୀବନରେ ପ୍ରବେଶ କରନ୍ତି ଇମ୍ରାନ ହାସମୀ। ଆଉ ଏକ ନୂଆ ଲଭ୍ ଷ୍ଟୋରୀ ଆରମ୍ଭ ହୁଏ। ଏହି ଭଳି ଏକ କାହାଣୀକୁ ନେଇ ଗତିଶୀଳ ହୋଇଛି ‘ହମାରୀ ଅଧୁରୀ କାହାନୀ’। ଆଉ ‘ହମାରୀ ଅଧୁରୀ କାହାନୀ’ର ପୂରା କାହାଣୀ ଜାଣିବା ପାଇଁ ଦର୍ଶକଙ୍କୁ ଅପେକ୍ଷା କରିବାକୁ ହେବ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ।

Related story