ମୁମ୍ୱାଇ: ପୁଲକିତ୍ ଶର୍ମା ଓ ୟାମି ଗୌତମ ଷ୍ଟାରର୍ ଫିଲ୍ମ ‘ଜୁନୁନିୟତ୍’ର ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଛି। ଜୁନ୍ ୨୪ରେ ଫିଲ୍ମଟି ରିଲିଜ୍ ହେବାର ଥିଲା ଏବେ କିନ୍ତୁ ଏହା ୧୭ ଜୁନ୍ରେ ପରଦାକୁ ଆସିବ। ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି, “ ଫିଲ୍ମର ଗୀତ ଗୁଡିକ ଫିଲ୍ମ ରିଲିଜ୍ ପୂର୍ବରୁ ଦର୍ଶକଙ୍କ ମନ ଛୁଇଁ ପାରିଛି। ଫିଲ୍ମକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ। ତେଣୁ ଆମେ ଏହା ପୂର୍ବରୁ ଫିଲ୍ମଟି ରିଲିଜ୍ କରିବାକୁ ଚାହିଁଲୁ।”
ସେ ଆହୁରି କହିଛନ୍ତି, “ ଫିଲ୍ମଟିକୁ ସମୟ ପୂର୍ବରୁ ରିଲିଜ୍ କରିବା ଦ୍ୱାରା ନିର୍ମାତାଙ୍କ ଫିଲ୍ମ ପ୍ରତି ଥିବା ଆତ୍ମବଶ୍ୱାସ ସମ୍ପର୍କରେ ଜଣାପଡ଼ିଥାଏ। ସେନ୍ସର୍ ବୋର୍ଡ ଆମକୁ ‘ୟୁ ସାଟିଫିକେଟ୍’ ଦେଇଛନ୍ତି। ଏଇଭଳି ଫିଲ୍ମ ଅଧିକାଂଶ ନିର୍ଦ୍ଦେଶକ ନିର୍ମାଣ କରନ୍ତୁ ବୋଲି ସେନସର୍ ବୋର୍ଡ କହିଛି।”