ଭେଣ୍ଟିଲେଟର୍‌ରେ କାଦର ଖାନ: ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ମୁମ୍ୱାଇ: ବଲିଉଡ୍‌ର ଭେଟେରାନ୍‌ ଆକ୍ଟର୍‌ ତଥା ଡାଏଲଗ୍‌ ଲେଖକ କାଦର୍‌ ଖାନ୍‌ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଲୋକପ୍ରିୟ ଅଭିନେତା କାଦର୍ ଖାନ୍‌ଙ୍କ ବୟସ ୮୧ ବର୍ଷ। ଏହି ବୟସରେ ତାଙ୍କୁ Progressive supranuclear policy disorder(PSP) ହୋଇଥିବା ଜଣାପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ସେ ଏବେ ପୁଅ ସରଫରାଜ୍‌ ଓ ବୋହୂ ଶାଇସ୍ତାଙ୍କ ସହିତ କାନାଡ଼ାରେ ରହୁଛନ୍ତି। ବର୍ତ୍ତମାନ କାନାଡାରେ ତାଙ୍କର ଚିକିତ୍ସା କରାଯାଉଛି। ଶେଷଥର ପାଇଁ ତାଙ୍କୁ ୨୦୧୫ରେ […]

kader_khan

kader_khan

Biswobandita Swain
  • Published: Friday, 28 December 2018
  • Updated: 28 December 2018, 02:07 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ର ଭେଟେରାନ୍‌ ଆକ୍ଟର୍‌ ତଥା ଡାଏଲଗ୍‌ ଲେଖକ କାଦର୍‌ ଖାନ୍‌ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଲୋକପ୍ରିୟ ଅଭିନେତା କାଦର୍ ଖାନ୍‌ଙ୍କ ବୟସ ୮୧ ବର୍ଷ। ଏହି ବୟସରେ ତାଙ୍କୁ Progressive supranuclear policy disorder(PSP) ହୋଇଥିବା ଜଣାପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି।

ସେ ଏବେ ପୁଅ ସରଫରାଜ୍‌ ଓ ବୋହୂ ଶାଇସ୍ତାଙ୍କ ସହିତ କାନାଡ଼ାରେ ରହୁଛନ୍ତି। ବର୍ତ୍ତମାନ କାନାଡାରେ ତାଙ୍କର ଚିକିତ୍ସା କରାଯାଉଛି। ଶେଷଥର ପାଇଁ ତାଙ୍କୁ ୨୦୧୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଦିମାଗ କା ଦହି’ରେ ଦେଖିବାକୁ ମିଳିଥିଲା।

 

ବଲିଉଡ୍‌ରେ ଦୀର୍ଘ ୪୩ ବର୍ଷର କ୍ୟାରିୟର୍‌ରେ ସେ ୩୦୦ ଫିଲ୍ମରେ ଅଭିନୟ କରିଛନ୍ତି। ଏହାସହ ୨୫୦ଟି ଫିଲ୍ମରେ ଡାଏଲଗ୍‌ ଲେଖିଛନ୍ତି।

ରିପୋର୍ଟ ଅନୁସାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ତାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି। ଏହି କାରଣରୁ ତାଙ୍କର ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଛି। ଯେଉଁ କାରଣରୁ ଡାକ୍ତର ତାଙ୍କୁ BiPAP ଭେଣ୍ଟିଲେଟର୍‌ରେ ରଖିଛନ୍ତି।

ଆହୁରି ମଧ୍ୟ ୨୦୧୭ରେ ତାଙ୍କ ଆଣ୍ଠୁର ସର୍ଜରୀ ହୋଇଥିଲା। ଏହି କାରଣରୁ ସେ ଅଧିକ ସମୟ ଧରି ଚଲାବୁଲା କରି ପାରୁନଥିଲେ।

Progressive supranuclear policy disorder(PSP) ଏକ ମସ୍ତିଷ୍କ ରୋଗ। ଯାହା ଶରୀରର ଗତି, କାର୍ଯ୍ୟଶୈଳୀ, କହିବା, ଦେଖିବା, ମନେ ରଖିବା ଓ ବ୍ୟବହାରକୁ ପ୍ରଭାବିତ କରିଥାଏ। ଏହା ସହିତ ବ୍ୟକ୍ତିର ଶରୀରକୁ ଦୁର୍ବଳ ମଧ୍ୟ କରିଦେଇଥାଏ। ଏହି କାରଣରୁ ଶରୀରର ନର୍ଭ ସିଷ୍ଟମ୍‌ ନଷ୍ଟ ହେବାକୁ ଲାଗିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos