ଆସିଲା ‘କଲଙ୍କ’ ର ଟାଇଟଲ୍‌ ଟ୍ରାକ୍‌, ମିଳୁଛି ଭଲ ରେସପନ୍ସ

ମୁମ୍ୱାଇ:   ଫିଲ୍ମ ନିର୍ମାତା କରନ ଜୋହରଙ୍କ ମୋଷ୍ଟ ଆୱେଟେଡ ମଲ୍ଟି ଷ୍ଟାରର  ଫିଲ୍ମ ‘କଲଙ୍କ’ର ଟାଇଟଲ୍‌ ଟ୍ରାକ୍‌ ରିଲିଜ୍‌ ହୋଇଛି। ଗୀତରେ ବରୁଣ ଧୱନ ଓ ଚୁଲୁବୁଲି ଆଲିଆ ଭଟ୍ଟ ଦମଦାର ଫରଫର୍ମାନ୍ସ ଦେଇଛନ୍ତି। ଗୀତକୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି। ଶନିବାର ରିଲିଜ୍‌ ହୋଇଥିବା ଏହି ଗୀତ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଉଭୟ ବରୁଣ ଓ ଆଲିଆ ଏଥିରେ ଲାଇଟ୍‌ କଲର ଶୁଟ୍‌ ପିନ୍ଧିଥିବା ବେଳେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଗୀତଟି ବେଶ୍‌ […]

kalanka..

kalanka..

Niharika Rout
  • Published: Monday, 01 April 2019
  • Updated: 01 April 2019, 09:23 AM IST

Sports

Latest News

ମୁମ୍ୱାଇ:   ଫିଲ୍ମ ନିର୍ମାତା କରନ ଜୋହରଙ୍କ ମୋଷ୍ଟ ଆୱେଟେଡ ମଲ୍ଟି ଷ୍ଟାରର  ଫିଲ୍ମ ‘କଲଙ୍କ’ର ଟାଇଟଲ୍‌ ଟ୍ରାକ୍‌ ରିଲିଜ୍‌ ହୋଇଛି। ଗୀତରେ ବରୁଣ ଧୱନ ଓ ଚୁଲୁବୁଲି ଆଲିଆ ଭଟ୍ଟ ଦମଦାର ଫରଫର୍ମାନ୍ସ ଦେଇଛନ୍ତି। ଗୀତକୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି। ଶନିବାର ରିଲିଜ୍‌ ହୋଇଥିବା ଏହି ଗୀତ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଉଭୟ ବରୁଣ ଓ ଆଲିଆ ଏଥିରେ ଲାଇଟ୍‌ କଲର ଶୁଟ୍‌ ପିନ୍ଧିଥିବା ବେଳେ ଖୁବ୍‌ ସୁନ୍ଦର ଲାଗୁଛନ୍ତି।

ଗୀତଟି ବେଶ୍‌ ହୃଦୟସ୍ପର୍ଶୀ ହୋଇଥିବା ବେଳେ ଏହାକୁ ନିଜ ମଖମଲି ସ୍ୱରରେ ସଜାଇଛନ୍ତି ଅରଜିତ୍‌। ଏହାକୁ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଥିବା ବେଳେ ମ୍ୟୁଜିକ୍‌ ଦେଇଛନ୍ତି ପ୍ରୀତମ୍‌।  ଏହି ଗୀତରେ ବରୁଣ, ଆଲିଆଙ୍କ ବ୍ୟତୀତ  ସଞ୍ଜୟ ଦତ୍ତ, ମାଧୁରୀ ଦିକ୍ଷୀତ, ସୋନାକ୍ଷି ସିହ୍ନା ଓ ଆଦିତ୍ୟ ରାୟ କପୁର ମଧ୍ୟ ନଜର ଆସିବେ।

ଫିଲ୍ମ ‘କଲଙ୍କ’  ଏପ୍ରିଲ୍‌ ୧୭ରେ ରିଲିଜ୍‌ ହେବାର ଅଛି।  ଅଭିଷେକ ବର୍ମନ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରୟୋଜନା ଦାୟିତ୍ୱରେ ଅଛନ୍ତି କରନ୍‌ ଜୋହର, ସାଜିଦ ନାଡ଼ିୟାବାଲା, ହୀରୋ ଜୋହର ଓ ଅପୂର୍ବ ମେହେତା। ଏହି ମଲ୍ଟି ଷ୍ଟାରର ଫିଲ୍ମକୁ ଦେଖିବାକୁ ଦର୍ଶକ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

ଏହି ଫିଲ୍ମରେ ଦୀର୍ଘ ୨୨ ବର୍ଷ ପରେ ସଞ୍ଜୟ ଦତ୍ତ ଓ ମାଧୁରୀ ସ୍କ୍ରିନ୍‌ ଶେଆର କରିଛନ୍ତି। ଦୁହିଁଙ୍କୁ ଶେଷ ଥର ଫିଲ୍ମ ‘ମହାନତା’ ରେ ଦେଖିବାକୁ ମିଳିଥିଲା।

https://youtu.be/wKuP5Hz30ws

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos