ରିଲିଜ୍‌ ହେଲା‘ବିଶ୍ୱରୁପମ୍‌୨’ର ପୋଷ୍ଟର

ମୁମ୍ୱାଇ: କମଲ୍‌ ହାସନ୍‌ଙ୍କ ଷ୍ଟାରର୍‌ ଫିଲ୍ମ ‘ବିଶ୍ୱରୁପମ୍‌୨’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟରରେ କମଲ୍‌ ତାଙ୍କ ହୃଦୟରେ ହାତ  ଓ ଚେହେରାରେ ପଟି ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। କମଲ ହାସନ୍‌ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି,“ ମୋତେ ଏହି ଘୋଷଣା କରି ଖୁସି ଅନୁଭବ କରୁଛି ଯେ ‘ବିଶ୍ୱରୁପମ୍‌୨’ର ପ୍ରଥମ ହିନ୍ଦୀ ଓ ତେଲୁଗୁ ପୋଷ୍ଟର ରିଲିଜ୍‌ ହୋଇଛି।”

୨୦୧୩ରେ ରିଲିଜ୍‌ ହୋଇଥିବା ‘ବିଶ୍ୱରୁପମ୍‌’ର ଏହା ଦ୍ୱିତୀୟ ସଂସ୍କରଣ। ଫିଲ୍ମର ପ୍ରଥମ ଭାଗ ରିଲିଜ୍‌ ସମୟରେ ବିରୋଧ ପ୍ରକାଶ ପାଇଥିଲା। ଏହି ଫିଲ୍ମରେ ଧାର୍ମିକ ଭାବନା ଉପରେ କୁଠାରଘାତ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତାମିଲନାଡୁରେ ଏହି ଫିଲ୍ମକୁ ବ୍ୟାନ୍‌ କରାଯାଇଥିଲା। ପରେ ଏହି ଫିଲ୍ମ ଉପରୁ ବ୍ୟାନ୍‌ ହଟା ଯାଇଥିଲା।

‘ବିଶ୍ୱରୁପମ୍‌୨’ ଅକ୍ଟୋବର ୬ରେ  ରିଲିଜ୍‌ ହେବା ସମ୍ଭାବନା ରହିଛି। କିନ୍ତୁ ରିଲିଜ୍ ତାରିଖ ଉପରେ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ୭୫ କୋଟି ଟଙ୍କା ବଜେଟ୍‌ରେ ଏହି ଫିଲ୍ମ ନିର୍ମାଣ କରାଯାଇଛି।