କାନ୍‌ରେ କଙ୍ଗନାଙ୍କ ‘କିଲର୍‌’ ଲୁକ୍‌ : ୧୦ ଦିନରେ କମାଇଲେ ୫ କେଜି ଓଜନ

ମୁମ୍ୱାଇ:  ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ସବୁବେଳେ ନିଜ ଅଭିନୟ ଶୈଳୀ ଓ ଭିନ୍ନ ଧରଣର ଫିଲ୍ମ ଲାଗି ପରିଚିତ। ତାଙ୍କର ଲାଷ୍ଟ ଫିଲ୍ମ ‘ମଣିକର୍ଣ୍ଣିକା’ ବକ୍ସ ଅଫିସରେ ଧମାଲ କରିଥିଲା। ଦର୍ଶକଙ୍କୁ ଏହି ଫିଲ୍ମରେ ତାଙ୍କ ଅଭିନୟ ଖୁବ୍‌ ପସନ୍ଦ ଆସିଥିଲା। ଆଗାମୀ ଫିଲ୍ମ ‘ପଙ୍ଗା’ରେ ସେ ଜଣେ କବାଡି ଖେଳାଳି ଭାବେ ନଜର ଆସିବେ। ଏଥିଲାଗି ତାଙ୍କୁ ଓଜନ ବଢାଇବାକୁ ପଡିଛି। ଫିଲ୍ମ ଶେଷ ପରେ  କାନ୍‌ ଫେଷ୍ଟିଭାଲରେ  ଯୋଗଦେବାକୁ ମାତ୍ର ୧୦ ଦିନ […]

kangana-2

Niharika Rout
  • Published: Friday, 17 May 2019
  • , Updated: 17 May 2019, 02:19 PM IST

ମୁମ୍ୱାଇ:  ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ସବୁବେଳେ ନିଜ ଅଭିନୟ ଶୈଳୀ ଓ ଭିନ୍ନ ଧରଣର ଫିଲ୍ମ ଲାଗି ପରିଚିତ। ତାଙ୍କର ଲାଷ୍ଟ ଫିଲ୍ମ ‘ମଣିକର୍ଣ୍ଣିକା’ ବକ୍ସ ଅଫିସରେ ଧମାଲ କରିଥିଲା। ଦର୍ଶକଙ୍କୁ ଏହି ଫିଲ୍ମରେ ତାଙ୍କ ଅଭିନୟ ଖୁବ୍‌ ପସନ୍ଦ ଆସିଥିଲା। ଆଗାମୀ ଫିଲ୍ମ ‘ପଙ୍ଗା’ରେ ସେ ଜଣେ କବାଡି ଖେଳାଳି ଭାବେ ନଜର ଆସିବେ। ଏଥିଲାଗି ତାଙ୍କୁ ଓଜନ ବଢାଇବାକୁ ପଡିଛି।

ଫିଲ୍ମ ଶେଷ ପରେ  କାନ୍‌ ଫେଷ୍ଟିଭାଲରେ  ଯୋଗଦେବାକୁ ମାତ୍ର ୧୦ ଦିନ ସମୟ ପାଇଥିଲେ କଙ୍ଗନା।  ‘ପଙ୍ଗା’  ଫିଲ୍ମର ଶୁଟିଂ ଲାଗି ସେ ପ୍ରତିଦିନ ୧୦ରୁ ୧୧ ଘଣ୍ଟା  ସମୟ ଦେଉଥିଲେ।  ଏହା ମଧ୍ୟରେ କାନ୍‌ ରେଡ କାର୍ପେଟରେ ଓହ୍ଲାଇବା ଲାଗି  ଓଜନ କମାଇବାକୁ ତାଙ୍କୁ କହିଥିଲେ ଡିଜାଇନର । କଙ୍ଗନା ବି ନଛୋଡ଼ବନ୍ଧା। ଯାହାବି ହେଉ ଶେଷରେ କଙ୍ଗନା ୧୦ ଦିନରେ ୫ କିଲୋ ଓଜନ କମାଇବାରେ ସଫଳ ହେଲେ। ଆଉ କାନ୍‌ର ରେଡ କାର୍ପେଟରେ ଚାଲି ପ୍ରଶଂସା ବି ସାଉଣ୍ଟିଲେ।  କାଞ୍ଜିବରମ୍‌ ଶାଢି ପିନ୍ଧିଥିବା କଙ୍ଗନା ଟ୍ରାଡିସନାଲ ଲୁକ୍‌ରେ ବି ‘କିଲର୍‌’ ଲାଗୁଥିବା କହିଛନ୍ତି ତାଙ୍କ ଫ୍ୟାନ୍ସ।  ।

 

କଙ୍ଗନାଙ୍କ କହିବା ମୁତାବକ ଆଗାମୀ ଫିଲ୍ମ ‘ପଙ୍ଗା’ ଲାଗି ଡାଇରେକ୍ଟରଙ୍କ ନିର୍ଦ୍ଦେଶ ମୁତାବକ ନିଜ କ୍ୟାରେକ୍ଟରକୁ ଜୀବନ୍ତ କରିବାକୁ ସେ ଓଜନ ବଢାଇ ଦେଇଥିଲେ। କିନ୍ତୁ ଫିଲ୍ମ ଶୁଟିଂ ଶେଷ ହେବା ପରେ  ହାତରେ ସମୟ ନ ଥିବା ବେଳେ କାନ୍‌ ଫେଷ୍ଟିଭାଲ ପାଖେଇ ଆସୁଥିଲା। ସେଥିଲାଗି ସେ ଷ୍ଟ୍ରିକ୍ଟ ଡାଏଟ ପ୍ଲାନ, ୱାର୍କ ଆଉଟ,ଏକ୍ସରସାଇଜ କରି ଏପରି ଫିଗର ପାଇପାରିଥିବା କହିଛନ୍ତି ।

ଏହାପରେ ନିଜ ଡିଜାଇନରଙ୍କ କହିବା ମୁତାବକ ସେ ଓଜନ କମାଇବାକୁ ଜୋରସୋରରେ ଲାଗି ପଡ଼ିଲେ। ସେ ନିଜ ଫିଟନେସ ଟ୍ରେନର ଯୋଗେଇଙ୍କ ପୋଷ୍ଟକୁ ରିପୋଷ୍ଟ କରି ଲେଖିଛନ୍ତି ‘କାନ୍‌ରୁ କବାଡ଼ି ପର୍ଯ୍ୟନ୍ତ କ୍ୱିନ୍‌ ରକ୍‌ କରିବା ଲାଗି ପ୍ରସ୍ତୁତ ଅଛି’। କଙ୍ଗନାଙ୍କ ଏପରି ଉଦ୍ୟମ ଓ ଇଚ୍ଛାଶକ୍ତିକୁ ତାଙ୍କ ଫ୍ୟାନ୍ସ ଖୁବ୍‌ ପ୍ରଶଂସା କରିଛନ୍ତି।

Related story