ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କମେଡି କିଙ୍ଗ୍ କପିଲ୍ ଶର୍ମା। ସେ ନିଜର ଅପ୍ କମିଂ ଫିଲ୍ମର ସୁଟିଂ ପାଇଁ ଭୁବନେଶ୍ୱର ଆସିଥିବା ବେଳେ ଆଜି ସନ୍ଧ୍ୟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। କପିଲ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସାଥୀରେ ଥିଲେ ନିର୍ଦ୍ଦେଶିକା ନନ୍ଦିତା ଦାସ। ବେଶ କିଛି ସମୟ ଧରି ନବୀନ ଓ କପିଲଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସାକ୍ଷାତ ବେଳେ କପିଲ୍ ଓ ନନ୍ଦୀତାଙ୍କୁ ନବୀନ ଉପହାର ସ୍ୱରୂପ ଓଡ଼ିଶାର ଜର୍ସି ଦେଇଥିଲେ।
କପିଲ୍ ଓ ନନ୍ଦୀତାଙ୍କ ଫଟୋ ସେୟାର କରି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଭୁବନେଶ୍ୱର ଶୁଟିଂରୁ ସମୟ ବାହାର କରି ଆସିଥିବା ଅଭିନେତା ତଥା କମେଡିଆନ୍ କପିଲ୍ ଶର୍ମା ଓ ଫିଲ୍ମ ନିର୍ମାତା ନନ୍ଦୀତା ଦାସଙ୍କୁ ଭେଟି ଖୁସି ଲାଗିଲା। ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହ୍ୟକୁ ଅଧିକ ଆଗକୁ ନେବା ପାଇଁ ସେମାନଙ୍କୁ ନବୀନ କହିଥିବା ଟ୍ୱିଟ୍ କରିଛନ୍ତି।
https://twitter.com/KapilSharmaK9/status/1504481148176506893?s=20&t=rdlJi778Bs7gmmFvS5yi4Q
ନବୀନଙ୍କ ଟ୍ୱିଟ୍ ପୂର୍ବରୁ କପିଲ୍ ଶର୍ମା ଟ୍ୱିଟ୍ କରି ଲେଖିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଖୁସିର ବିଷୟ। ଚମତ୍କାର ଆତିଥ୍ୟ ଆମକୁ ଘରର ଅନୁଭବ ଦେଇଛି। ଏଥିପାଇ ପାଇଁ ବହୁତ ଧନ୍ୟବାଦ। ଆପଣଙ୍କ(ନବୀନ) ହୃଦୟ ବି ଆପଣଙ୍କ ରାଜ୍ୟ ଭଳି ସୁନ୍ଦର। ଓଡ଼ିଶା ସବୁବେଳେ ମୋ’ ହୃଦୟରେ ରହିବ ବୋଲି କପିଲ୍ ଟ୍ୱିଟ୍ କରିଛନ୍ତି।
https://twitter.com/KapilSharmaK9/status/1504455982499315716?s=20&t=rdlJi778Bs7gmmFvS5yi4Q
କପିଲ ଶର୍ମା ମାସେ ଧରି ଭୁବନେଶ୍ୱରରେ ଫିଲ୍ମ ସୁଟ୍ କରୁଛନ୍ତି। ସେ ନନ୍ଦିତା ଦାସଙ୍କ ଆଗାମୀ ଫିଲ୍ମରେ ଜଣେ ଡେଲିଭରୀ ବୟ ଚରିତ୍ରରେ ଅଭିନୟ କରୁଛନ୍ତି। ମାସେ ଧରି ଏହି ସିନେମାର ସୁଟିଂ ରାଜଧାନୀର ବିଭିନ୍ନ ଛକରେ ହେଉଛି। ସେଥିପାଇଁ ସେ ଭୁବନେଶ୍ୱରର ବିଭିନ୍ନ ଛକ ଓ ବଜାରରେ ଗାଡ଼ି ଚଲାଉଥିବା ଓ ବୁଲୁଥିବା ଦେଖିବାକୁ ମିଳିଛି। ରାଜଭବନ, ଏଜି ଛକ, କମିଶନରେଟ୍ ଅଫିସ୍ ଦେଇ ବୁଲେଟ୍ ଚଲାଉଛନ୍ତି। ନିଜର ବୁଲେଟ୍ ଚଲାଇବା ସମୟର ଅନୁଭୂତିକୁ ସେ ସୋଶାଲ୍ ମିଡିଆରେ ସେୟାର ମଧ୍ୟ କରିଛନ୍ତି।