କାଜଲଙ୍କ ପାଖକୁ ବନ୍ଧୁତ୍ୱର ହାତ ବଢ଼ାଇଲେ କରଣ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହରଙ୍କ ପାଇଁ ଅଭିନେତ୍ରୀ କାଜଲ କେବଳ ଭଲ ବନ୍ଧୁ ନୁହନ୍ତି ତାଙ୍କ ଲକିଚାମ୍ପ ମଧ୍ୟ। ସେଥିପାଇଁ କରଣଙ୍କ ସବୁ ଫିଲ୍ମ ସହ କାଜଲଙ୍କୁ ଦେଖିବାକୁ ମିଳିଥାଏ। ଫିଲ୍ମରେ ନ ଥିଲେ ପ୍ରମୋସନ୍‌ରେ କାଜଲ ଛିଡା ହୋଇଥାନ୍ତି କରଣଙ୍କ ସହ। ହେଲେ କିଛିଦିନ ହେବ ଉଭୟଙ୍କ ବନ୍ଧୁତ୍ୱରେ ଦୂରତା ବଢି ଯାଇଥିଲା। ଯାହାକୁ ଶେଷ କରିବାକୁ କରଣ ହାତ ବଢ଼ାଇଛନ୍ତି। ଉଭୟଙ୍କ ବନ୍ଧତାକୁ ଭୁଲିପାରି ନଥିବା କରଣ ଏଥର ବନ୍ଧୁତ୍ୱ ଦିବସରେ କାଜଲଙ୍କୁ […]

karan-kajol

Rakesh Mallick
  • Published: Tuesday, 08 August 2017
  • , Updated: 09 August 2017, 11:45 AM IST

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହରଙ୍କ ପାଇଁ ଅଭିନେତ୍ରୀ କାଜଲ କେବଳ ଭଲ ବନ୍ଧୁ ନୁହନ୍ତି ତାଙ୍କ ଲକିଚାମ୍ପ ମଧ୍ୟ। ସେଥିପାଇଁ କରଣଙ୍କ ସବୁ ଫିଲ୍ମ ସହ କାଜଲଙ୍କୁ ଦେଖିବାକୁ ମିଳିଥାଏ। ଫିଲ୍ମରେ ନ ଥିଲେ ପ୍ରମୋସନ୍‌ରେ କାଜଲ ଛିଡା ହୋଇଥାନ୍ତି କରଣଙ୍କ ସହ। ହେଲେ କିଛିଦିନ ହେବ ଉଭୟଙ୍କ ବନ୍ଧୁତ୍ୱରେ ଦୂରତା ବଢି ଯାଇଥିଲା। ଯାହାକୁ ଶେଷ କରିବାକୁ କରଣ ହାତ ବଢ଼ାଇଛନ୍ତି। ଉଭୟଙ୍କ ବନ୍ଧତାକୁ ଭୁଲିପାରି ନଥିବା କରଣ ଏଥର ବନ୍ଧୁତ୍ୱ ଦିବସରେ କାଜଲଙ୍କୁ ପୁଣି ଥରେ ବନ୍ଧୁତାର ହାତ ବଢ଼ାଇଛନ୍ତି।

ଗତବର୍ଷ କରଣ ଅଟୋ ବାୟୋଗ୍ରାଫି ‘ୟାନ ଅନ୍‌ସୁଇଟେବୁ ବୟେ’ରେ ଲେଖିଥିଲେ, କାଜଲଙ୍କ ସହ ମୋ ବନ୍ଧୁତା ଭାଙ୍ଗି ଯାଇଛି। ଏବେ କାଜଲ ମୋର ବନ୍ଧୁ ନୁହନ୍ତି।

ଗତବର୍ଷ କାଜଲ ଓ କରଣ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଅଜୟ ଦେବଗନଙ୍କ ଫିଲ୍ମ ‘ଶିବାୟ’ ଓ କରରଙ୍କ ‘ଏ ଦିଲ୍ ହେ ମୁସକିଲ’କୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। କାଜଲ ପତି ଅଜୟଙ୍କୁ ସପୋର୍ଟ କରିଥିଲେ।

୧୯୯୫  ମସିହାରେ ‘ଦିଲ ୱାଲେ ଦୁଲହନିଆ ଲେ ଜାଏଙ୍ଗେ’ରେ କରଣ ଓ କାଜଲଙ୍କ ମଧ୍ୟରେ ବନ୍ଧତ୍ୱ ସୃଷ୍ଟି ହୋଇଥିଲା କରଣ ଏହି ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ପରେ କରଣଙ୍କ ସବୁ ଫିଲ୍ମରେ କାଜଲଙ୍କୁ ଦେଖିବାକୁ ମିଳିଥାଏ।

Related story