ମୁମ୍ବାଇ: ବେବୋ ଦେଲେ ଖୁସି ଖବର। ଖୁବ୍ ଶୀଘ୍ର ଓଟିଟିରେ ଏଣ୍ଟ୍ରି କରିବେ ସୈଫଙ୍କ ବେଗମ । ଡିଜିଟାଲ ଦୁନିଆରେ ଥାପିବେ ପାଦ । ବଡ଼ ପରଦାରେ ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ବେବୋଙ୍କ ଟାର୍ଗେଟରେ ଏବେ ଡିଜିଟାଲ ଦର୍ଶକ । ସେମାନଙ୍କୁ ମଧ୍ୟ ନିଜ ଅଭିନୟ ଯାଦୁରେ କିମିଆ କରିବାକୁ ଅଣ୍ଟା ଭିଡିଲେଣି କରିନା। ଡିଜିଟାଲ ଦୁନିଆରେ ଏଣ୍ଟ୍ରି ନିମନ୍ତେ ଖୁବ୍ ଏକ୍ସାଇଡେଡ ଥିବା କରିନା ନିଜେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।
ଜାପାନୀ ଲେଖକ କିଗୋ ହିଗାଶିନୋଙ୍କ ଉପନ୍ୟାସ ଉପରେ ପର୍ଯ୍ୟବେଷିତ ’ ଦ ଡିଭୋସନ ଅଫ ସସ୍ପେକ୍ଟ ଏକ୍ସ’ ଉପରେ ଆଧାରିତ ଏକ ମର୍ଡର ମିଷ୍ଟ୍ରି ଜରିଆରେ ଡିଜିଟାଲ ଦୁନିଆରେ ପାଦ ଥାପିବେ କରିନା। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ସୁଜୟ ଘୋଷ।
[caption id="attachment_720921" align="aligncenter" width="650"]
ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ପୋଷ୍ଟ କରି କରିନା ଲେଖିଛନ୍ତି, ଚଳଚ୍ଚିତ୍ରଟି ଜଣେ ବିଶ୍ୱସ୍ତରୀୟ ବିକ୍ରେତାଙ୍କ କାହାଣୀର ସ୍କ୍ରିନ୍ ଆଡପସନ୍। | ଏହା ମର୍ଡର ମିଷ୍ଟ୍ରି, ଥ୍ରୀଲର, ସସ୍ପେନ୍ସରେ ଭରପୁର ରହିଛି। ତେବେ ଏହାର ରିଲିଜ ଡେଟ ଫାଇନାଲ ହୋଇନି ।
[caption id="attachment_720919" align="aligncenter" width="650"]
ଏପରି ରୋମାଞ୍ଚ ଭରା ପ୍ରଜେକ୍ଟରେ କାମ ଆରମ୍ଭ କରିବାକୁ ଖୁବ୍ ଏକ୍ସାଇଟେଡ ଅଛି। ଏଥିରେ ଖୁବ୍ ଭଲ କାହାଣୀ, ଦୂରଦର୍ଶୀ ନିର୍ଦ୍ଦେଶକ ଓ ସୁପର ପ୍ରତିଭାଶଶଳୀ କଳାକାର ସାମିଲ ଅଛନ୍ତି ବୋଲି କହିଛନ୍ତି କରିନା। ଏହି ଫିଲ୍ମରେ ବେବୋଙ୍କ ସହ ସ୍କ୍ରିନ ଶେଆର କରିବେ ଜୟଦୀପ, ଅହଲୱାଟୁ ଓ ବିଜୟ ବର୍ମା। ମର୍ଡର ମିଷ୍ଟ୍ରିକୁ ନେଇ ଏହି ପ୍ରୋଜେକ୍ଟ ଆଗେଇ ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ଟାଇଟଲ୍ ଫାଇନାଲ ହୋଇନି। ବେବୋ ନିଜ ଫ୍ୟାନ୍ସଙ୍କୁ ଏ ଖୁସି ଖବର ଜଣାଇବା ପରେ ଡିଜିଟାଲ ଦୁନିଆରେ ବେବୋଙ୍କ ଯାଦୁ ଦେଖିବାକୁ ଦର୍ଶକ ବି ଖୁବ୍ ଏକ୍ସାଇଟେଡ ଅଛନ୍ତି ।