ବଲିଉଡ୍‌ର ଏହି ସୁନ୍ଦରୀମାନଙ୍କ ସହ ବେବୋଙ୍କର ହୋଇଛି କ୍ୟାଟ୍ ଫାଇଟ୍

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କର ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ସହ ଭଲ ସଂପର୍କ ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, କରୀନା କପୁର ଖାନ୍‌। ଆଜି ୩୯ ବର୍ଷରେ ପାଦ ଥାପି ଥିବା ସମସ୍ତଙ୍କ ପ୍ରିୟ ‘ବେବୋ’ଙ୍କ ନାଁ ଶୁଣିଲେ କିଛି ଅଭିନେତ୍ରୀ ମୁହଁ ମୋଡ଼ି ଦିଅନ୍ତି ବୋଲି କୁହାଯାଏ। କାରଣ ତାଙ୍କ ସହ ସେମାନଙ୍କର କ୍ୟାଟ୍ ଫାଇଟ୍ ହୋଇଛି। ସେଥିରୁ କିଛି ଚର୍ଚ୍ଚାକୁ ଆସିଛି ଓ […]

kareena

kareena

Chinmayee Roy
  • Published: Saturday, 21 September 2019
  • Updated: 21 September 2019, 02:05 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କର ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ସହ ଭଲ ସଂପର୍କ ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, କରୀନା କପୁର ଖାନ୍‌। ଆଜି ୩୯ ବର୍ଷରେ ପାଦ ଥାପି ଥିବା ସମସ୍ତଙ୍କ ପ୍ରିୟ ‘ବେବୋ’ଙ୍କ ନାଁ ଶୁଣିଲେ କିଛି ଅଭିନେତ୍ରୀ ମୁହଁ ମୋଡ଼ି ଦିଅନ୍ତି ବୋଲି କୁହାଯାଏ। କାରଣ ତାଙ୍କ ସହ ସେମାନଙ୍କର କ୍ୟାଟ୍ ଫାଇଟ୍ ହୋଇଛି। ସେଥିରୁ କିଛି ଚର୍ଚ୍ଚାକୁ ଆସିଛି ଓ ଆଉ କିଛି ଏତେ ଚର୍ଚ୍ଚାକୁ ଆସିନି। ତା’ହେଲେ ଆସନ୍ତୁ ଜାଣିବା, କେଉଁ ମାନଙ୍କ ସହିତ ବେବୋଙ୍କ ସଂପର୍କ ମଧୁର ନୁହେଁ।

bipasha-basuବିପାଶା ବାସୁ: କରୀନା-ବିପାଶା କ୍ୟାଟ୍ ଫାଇଟ୍ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ଏମିତି ଏକ ସମୟ ଥିଲା ଯେତେବେଳେ ଦୁହେଁ ପରସ୍ପରର ମୁହଁ ଦେଖିବାକୁ ଚାହୁଁ ନଥିଲେ।  ୨୦୦୧ରେ ବିପାଶା ଓ କରୀନା ଫିଲ୍ମ ‘ଅଜ୍‌ନବି’ର୍ ଏକାଠି ଅଭିନୟ କରିଥିଲେ। ଏହି ଫିଲ୍ମର ଶୁଟିଂ ବେଳେ ଦୁହିଁଙ୍କ ମଧ୍ୟରେ କଷ୍ଟ୍ୟୁମ୍‌କୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଦୁହେଁ ପରସ୍ପର ବିଷୟରେ ମିଡିଆ ସାମ୍ନାରେ ମଧ୍ୟ କହିବାକୁ ଲାଗିଲେ। ଏପରିକି ବିପାଶାଙ୍କୁ ସର୍ବସମ୍ମୁଖରେ କରୀନା ‘କଳା ବିଲେଇ’ ମଧ୍ୟ କହି ଦେଇଥିଲେ।

ପ୍ରିୟଙ୍କା ଚୋପ୍ରା: କରୀନା ଓ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ମଧ୍ୟରେ ବି କ୍ୟାଟ୍‌ ଫାଇଟ୍‌ ହୋଇଥିଲା। ଦୁହେଁ ଫିଲ୍ମ ‘ଐତ୍‌ରାଜ୍’ ଓ ‘ଡନ୍‌-୨’ରେ ଏକାଠି କାମ କରିଥିଲେ। ତେବେ କରଣଙ୍କ ଶୋ’ ‘କଫି ୱିଥ୍ କରଣ’ରେ ପ୍ରିୟଙ୍କାଙ୍କୁ କଟାକ୍ଷ କରିଥିଲେ କରୀନା। ପ୍ରିୟଙ୍କା ମଧ୍ୟ ତାଙ୍କୁ କଡ଼ା ଜବାବ ଦେଇଥିଲେ। ଏଣୁ ସେମାନଙ୍କ ସଂପର୍କ ଖଟା ହୋଇଯାଇଥିଲା। ଅବଶ୍ୟ ବେଶ୍ କିଛି ଦିନ ପରେ ସେମାନେ ପୁଣି ବନ୍ଧୁ ପାଲଟି ଯାଇଥିଲେ। ଚଳିତବର୍ଷ ଦୁହେଁ ଏକାଠି ‘କଫି ୱିଥ୍‌ କରଣ’କୁ ଆସିଥିଲେ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ: କରୀନାଙ୍କ ଫିଲ୍ମ ‘ଗୋଲମାଲ-୨’ ଓ ଐଶ୍ୱର୍ଯ୍ୟଙ୍କ ଫିଲ୍ମ ‘ଆକ୍ସନ୍ ରିପ୍ଲେ’ ଟୋଟିଏ ଦିନରେ ରିଲିଜ୍ ହୋଇଥିଲା।  ଏହାକୁ ନେଇ ଜଣେ ସାମ୍ବାଦିକ କରୀନାଙ୍କୁ ପଚାରିଥିଲେ ଯେ ସେ ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ସାମ୍ନା କରିବାକୁ ପ୍ରସ୍ତୁତ କି ନାହିଁ? ଏହାର ଜବାବରେ କରୀନା କହିଥିଲେ ଯେ ‘ଗୋଲମାଲ୍‌’ ଏକ ବ୍ରାଣ୍ଡ ଯାହାକୁ ଦର୍ଶକ ପ୍ରଥମେ ଦେଖିବାକୁ ଚାହିଁବେ। ଏହାବ୍ୟତୀତ କରୀନା ଏକ ସାକ୍ଷାତକାରରେ କହିଥିଲେ ଯେ ଫିଲ୍ମ ‘ହମ୍ ଦିଲ୍‌ ଦେ ଚୁକେ ସନମ୍’ ପ୍ରଥମେ ତାଙ୍କୁ ଅଫର୍‌ କରାଯାଇଥିଲା। ହେଲେ ସେତେବେଳେ ସେ କମ୍‌ ବୟସର ହୋଇଥିବାରୁ ମନା କରି ଦେଇଥିଲେ। ତା’ ପରେ ଫିଲ୍ମଟି ଐଶ୍ୱର୍ଯ୍ୟାଙ୍କୁ ମିଳିଥିଲା। ଏହା ପରେ ଦୁହିଁଙ୍କ ସମ୍ପର୍କ ଖଟା ହୋଇଯାଇଥିଲା।

amishaଅମୀଷା ପଟେଲ୍: ଅମୀଷା ୨୦୦୦ରେ ଆସିଥିବା ଫିଲ୍ମ ‘କହୋନା ପ୍ୟାର୍‌ ହୈ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ ହ୍ରିତିକ୍ ରୋଶନଙ୍କ ସହ ‌ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ପ୍ରଥମେ କରୀନା କପୁରଙ୍କ ନାଁ ଫାଇନାଲ୍‌ ହୋଇଥିଲା। ହେଲେ ପରେ ଫିଲ୍ମର ନିର୍ଦ୍ଦେଶକ ରାକେଶ ରୋଶନ୍ ତାଙ୍କ ବଦଳରେ ଅମୀଷାଙ୍କୁ ନେଇଥିଲେ। ଏହା ପରଠୁ ଅମୀଷା ଓ କରୀନାଙ୍କ ମଧ୍ୟରେ କୋଲ୍ଡୱାର୍‌ ଆରମ୍ଭ ହୋଇଯାଇଥିଲା। ଫିଲ୍ମଟି ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା।  ସେତେବେଳେ ଏକ ସାକ୍ଷତକାରରେ କରୀନାଙ୍କୁ ଏହି ଫିଲ୍ମ ବିଷୟରେ ପଚରାଯିବାରୁ ସେ କହିଥିଲେ, ‘ରାକେଶ ରୋଶନ୍ ନିଜ ପୁଅ ଉପରେ ୫ ଘଣ୍ଟା ଖର୍ଚ୍ଚ କରିଛନ୍ତି, କିନ୍ତୁ ଅମୀଷାଙ୍କ ପଛରେ ୫ ସେକେଣ୍ଡ ବି ଖର୍ଚ୍ଚ କରିନାହାନ୍ତି। ଫିଲ୍ମରେ ଅମୀଷାଙ୍କ ମୁହଁରେ ବ୍ରଣ ମଧ୍ୟ ଦେଖାଯାଉଥିଲା। ମୁଁ ଖୁସି ଯେ ମୁଁ ଏ ଫିଲ୍ମ କରିନି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story