ମୁମ୍ବାଇ: ଫିଲ୍ମରେ କଳାକାରମାନେ ଦାମୀ କପଡା ପିନ୍ଧିବାର ଆମେ ଜାଣିଛେ। କେବଳ ଫିଲ୍ମରେ ନୁହେଁ ବ୍ୟକ୍ତିଗତ ଜୀବନରେ ସେମାନେ ଏତେ ଦାମୀ ଜିନିଷର ବ୍ୟବହାର କରନ୍ତି, ଯାହାକୁ କିଣିବା ଏକ ସାଧାରଣ ଲୋକ ପକ୍ଷେ ଅସମ୍ଭବ। ଯେମିତିକି କରିସ୍ମା କପୁରଙ୍କର ଏହି ବ୍ୟାଗ। ଫେବୃଆରୀ ୧୫ରେ କରିସ୍ମା କପୁରଙ୍କ ବାପା ରଣଧିର କପୁରଙ୍କର ଥିଲା ଜନ୍ମଦିନ। ବାପାଙ୍କ ୭୧ତମ ଜନ୍ମଦିନରେ ଡିଜାଇନର୍ ବିଭୁ ମଲହୋତ୍ରାଙ୍କ ଡିଜାଇନ୍ ଡ୍ରେସ୍ ପିନ୍ଧି ପହଁଚିଲେ କରିସ୍ମା। ହାତରେ ଥିଲା ଦାମୀ ସ୍ଲିଙ୍ଗ ବ୍ୟାଗ। ଯାହାର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। gucci ବ୍ରାଣ୍ଡର ଏହି ବ୍ୟାଗର ଦାମ୍ ୩୨୦୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୨ଲକ୍ଷ ଟଙ୍କା।
ଉକ୍ତ ପାର୍ଟିରେ କରିସ୍ମା କପୁର ସମତେ ପୁରା କପୁର ପରିବାର ପହଁଚିଥିଲା। ପାର୍ଟିରେ ଦୁଇ ଭଉଣୀ କରିସ୍ମା ଓ କରିନା ବେଶ୍ ଖୁସି ନଜର ଆସୁଥିଲେ। ପାର୍ଟିରେ କରିନା ମଧ୍ୟ ଏକ ବ୍ଳାକ୍ ଆଉଟ୍ଫିଟ୍ରେ ଥିଲେ। ଯେଉଁଥିରେ ସେ ମଧ୍ୟ ବେଶ୍ ସୁନ୍ଦର ଲାଗୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।