ଏହି ଅଭିନେତାଙ୍କ ରିୟଲ ଲାଇଫ୍‌ ପତ୍ନୀଙ୍କଠୁ ବ୍ରାଇଡାଲ୍‌ ଟିପ୍ସ ନେଲେ ରିଲ୍‌ ଲାଇଫ୍‌ ପତ୍ନୀ

ମୁମ୍ବାଇ: ଛୋଟ ପରଦାର ମୋଷ୍ଟ୍‌ ପପୁଲାର ଶୋ’ ‘କସୌଟି ଜିନ୍ଦେଗୀ’ ସିରିଏଲରେ ଏବେ ହାଇ ଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳୁଛି। କାହାଣୀରେ ଏବେ ମିଷ୍ଟର ବଜାଜ ଓ ପ୍ରେରଣା (ଏରିକା ଫର୍ନାଣ୍ଡେସ୍‌)ଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହରେ ପ୍ରେରଣା ବେଙ୍ଗଲି ବ୍ରାଇଡାଲ୍‌ ଲୁକ୍‌ରେ ଖୁବ୍‌ ସୁନ୍ଦର ଲାଗୁଥିଲେ। ଲାଲ୍‌ ଲେହେଙ୍ଗା ଓ ହେଭି ଜୁଏଲେରୀରେ ସେ ଖୁବ୍ ଗ୍ଲାମରସ୍ ଦେଖାଯାଉଥିଲେ। ଦର୍ଶକ ବି ତାଙ୍କ ଲୁକ୍‌କୁ ଭାରି ପସନ୍ଦ କରିଛନ୍ତି।

ସେ ଯାହା ବି ହେଉ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଲୁକ୍‌ ପାଇଁ ପ୍ରେରଣା ମିଷ୍ଟର ବଜାଜଙ୍କ ରିୟଲ ଲାଇଫ୍‌ ପତ୍ନୀ ବିପାଶାଙ୍କଠାରୁ ଟିପ୍ସ ନେଇଥିଲେ।

ବିପାଶଙ୍କ ବ୍ରାଇଡାଲ ଲୁକ୍‌ ଭଳି ମେକଅପ୍‌ ନେବାକୁ ଶୋ’ ମେକର୍ସ ପ୍ରେରଣାଙ୍କୁ କହିଥିଲେ। ଏଥିପାଇଁ ପ୍ରେରଣା ସିଧାସଳଖ ତାଙ୍କ ପରାମର୍ଶ ନେଇଥିଲେ। ତେବେ ବିପାଶା ଏଥିରେ କିଛି ପରିବର୍ତ୍ତନ କରିବା ସହିତ ପ୍ରେରଣାଙ୍କୁ କିଛି ଷ୍ଟାଇଲିଶ୍‌ ଟିପ୍ସ ଦେଇଥିଲେ। ଶୋ’ର ଟିଆରପି ବଢାଇବା ଲାଗି ମେକର୍ସ ଏହି ଉପାୟ ଆପଣାଇଥିଲେ। ତେବେ ପ୍ରେରଣାଙ୍କ ଲୁକ୍‌ ସିନା ଦର୍ଶକଙ୍କୁ ପସନ୍ଦ ଆସିଲା, କିନ୍ତୁ ଉକ୍ତ ସିନ୍‌ଟି ପସନ୍ଦ ଆସିଲା ନାହିଁ। ଏପରିକି ଏଥିପାଇଁ ଦର୍ଶକ ସୋଶାଲ୍ ମିଡିଆରେ ପ୍ରଯୋଜକ ଏକତା କପୁରଙ୍କୁ ଟ୍ରୋଲ୍ କରିଛନ୍ତି।

ଏକତା ପ୍ରେମ ଓ ବିବାହର ମଜା ଉଡ଼ାଉଛନ୍ତି ବୋଲି ଦର୍ଶକ କହୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ଭାବୁଛି ଏକତା ମାନସିକ ଭାବେ ଅନୁସ୍ଥ ହୋଇ ପଡିଛନ୍ତି। ଆମେ ୨୦୧୯ ମସିହାରେ ପହଞ୍ଚି ସାରିଛେ। ଏହା ୨୦୦୦ ମସିହା ନୁହେଁ। ଜଣେ ଛୁଆ ବି ଏହାଠୁ ଭଲ ସ୍କ୍ରିପ୍ଟ ଲେଖିପାରେ।