ଆଜି ମେହେନ୍ଦୀ, କାଲି ସଙ୍ଗୀତ; ବିବାହ ସ୍ଥଳକୁ ଜଗିବେ ୧୦୦ ବାଉନ୍ସର

ମୁମ୍ବାଇ : ଆଜି ମେହେନ୍ଦୀ, କାଲି ସଙ୍ଗୀତ ସେରିମନି। ଆଉ ୯ ତାରିଖରେ ଏକ ଭବ୍ୟ ସମାରୋହରେ ଆୟୋଜିତ ହେବ ବିକ୍କି-କ୍ୟାଟଙ୍କ ରୟାଲ ୱେଡିଂ।  ଏଥିପାଇଁ କନିଆ ପରେ ସଜେଇ ହୋଇଛି  ରାଜସ୍ଥାନ  ସୱାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରା । ବଲିଉଡର ଏହି ହାଇ ପ୍ରୋଫାଇଲ୍‌ ବିବାହକୁ  ରୟାଲ ଟଚ୍‌ ଦେବାକୁ ଚାଲିଛି ଜୋରଦାର ପ୍ରସ୍ତୁତି। ଏପରିକି ଏହି ବିବାହ ଆୟୋଜନ କରୁଥିବା ଇଭେଣ୍ଟ କମ୍ପାନୀ ବିବାହକୁ ରାଜକୀୟ ଲୁକ୍‌ ଦେବାକୁ ବିଦେଶରୁ […]

kat-&-vicky

Niharika Rout
  • Published: Tuesday, 07 December 2021
  • , Updated: 07 December 2021, 09:36 AM IST

ମୁମ୍ବାଇ : ଆଜି ମେହେନ୍ଦୀ, କାଲି ସଙ୍ଗୀତ ସେରିମନି। ଆଉ ୯ ତାରିଖରେ ଏକ ଭବ୍ୟ ସମାରୋହରେ ଆୟୋଜିତ ହେବ ବିକ୍କି-କ୍ୟାଟଙ୍କ ରୟାଲ ୱେଡିଂ।  ଏଥିପାଇଁ କନିଆ ପରେ ସଜେଇ ହୋଇଛି  ରାଜସ୍ଥାନ  ସୱାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରା । ବଲିଉଡର ଏହି ହାଇ ପ୍ରୋଫାଇଲ୍‌ ବିବାହକୁ  ରୟାଲ ଟଚ୍‌ ଦେବାକୁ ଚାଲିଛି ଜୋରଦାର ପ୍ରସ୍ତୁତି।

ଏପରିକି ଏହି ବିବାହ ଆୟୋଜନ କରୁଥିବା ଇଭେଣ୍ଟ କମ୍ପାନୀ ବିବାହକୁ ରାଜକୀୟ ଲୁକ୍‌ ଦେବାକୁ ବିଦେଶରୁ କ୍ରିଷ୍ଟାଲ ବଲ୍‌ ସାଙ୍ଗକୁ ଝୁମର ମଗାଇଛି। ଏହା ଉଭୟ କ୍ୟାଟ୍‌ ଓ ଭିକି ରହୁଥିବା ହୋଟେଲ ଆକର୍ଷଣ ବଢ଼ାଇବ  । ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ  ଆୟୋଜିତ ହେବ ବି-ଟାଉନ୍‌ର ଏହି ସୁପରହିଟ୍‌ ଯୋଡ଼ିଙ୍କ ବିବାହ ।  ବିବାହ ସମୟରେ ସାତ ଫେରା ନେବା ନିମନ୍ତେ ପ୍ରସ୍ତୁତ ହୋଇଛି ଗ୍ଲାସ୍‌ ମଣ୍ଡପ ।

ଉଭୟ କୈଫ ଓ କୌଶଲ ଫ୍ୟାମିଲି ଗତକାଲି ୱେଡିଂ ଡେଷ୍ଟିନେଶନରେ ପହଞ୍ଚି ସାରିଛନ୍ତି।  ଉଭୟ ବିକ୍କି ଓ କ୍ୟାଟ ଗତକାଲି ହୋଟେଲରେ ପହଞ୍ଚି ସାରିଥିବା ବେଳେ  ସେଠାରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ବିବାହରେ ବହୁ ହାଇପ୍ରୋଫାଇଲ ଅତିଥି ଯୋଗ ଦେବାକୁ ଥିବାରୁ ସେମାନଙ୍କୁ ୱେଡିଂ ଡେଷ୍ଟିନେଶନ ପର୍ଯ୍ୟନ୍ତ ପହଞ୍ଚାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏପରିକି ଏୟାରପୋର୍ଟରୁ ହୋଟେଲ ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ବ୍ୟବଧାନରେ ବାହନ ଛିଡ଼ା କରାଯାଇଛି। ଯାହାକି ବିବାହ ସ୍ଥଳକୁ  ସଙ୍କେତ ଦର୍ଶାଇବ ।

[caption id="attachment_697058" align="aligncenter" width="650"] ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରା ସଜେଇ ହୋଇଛି।[/caption]

ବିକ୍କି-କ୍ୟାଟ୍ରିନାଙ୍କ ବିବାହ ସ୍ଥଳର ସୁରକ୍ଷା ଦାୟିତ୍ୱ ସଲମାନଙ୍କ ବ୍ୟକ୍ତିଗତ ବଡିଗାର୍ଡ ଶେରା ନେଇଥିବା ଚର୍ଚ୍ଚା ହେଉଛି ।  ଶେରା  ଟାଇଗର ସିକ୍ୟୁରିଟି ନାମକ ସିକ୍ୟୁରିଟି କମ୍ପାନୀ ଚଳାନ୍ତି। ଏହି ସିକ୍ୟୁରିଟି କମ୍ପାନୀ ହାତରେ  ବିକ୍କି-କ୍ୟାଟଙ୍କ ବିବାହ ଆୟୋଜନ ହେବାକୁ ଥିବା ସିକ୍ସ ସେନ୍ସ ଦୁର୍ଗର ସୁରକ୍ଷାର ସମ୍ପୂର୍ଣ୍ଣ ଚାର୍ଜ ରହିଥିବା ଜଣାଯାଇଛି।  ଅନେକ ବଲିଉଡ ଅଭିନେତା ଏବଂ ଭିଭିଆଇପି ଅତିଥି ଏହି ବିବାହରେ ସାମିଲ ହେବା ନେଇ ସୂଚନା ରହିଛି। ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏହାବାଦ ବିବାହ ସମୟରେ ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବାକୁ ଜୟପୁରରୁ ୧୦୦ ବାଉନ୍ସର ପହଞ୍ଚିଥିବା ଜଣାଯାଇଛି ।ଏହା ବ୍ୟତୀତ ସେଠାକାର ସ୍ଥାନୀୟ ପୁଲିସଠାରୁ ମଧ୍ୟ ସହାୟତା ନିଆଯାଇଛି।

[caption id="attachment_697059" align="aligncenter" width="650"] ରାଜସ୍ଥାନ ଅଭିମୁଖେ ବାହାରିଥିବା କ୍ୟାଟ୍ରିନା ।[/caption]

ବିଭିନ୍ନ ଗଣମାଧ୍ୟମ ଏବଂ ସୋଶାଲ ମିଡିଆରେ ବିକ୍କ-କ୍ୟାଟ୍‌ଙ୍କ ବିବାହକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିବା ବେଳେ ଏଯାଏଁ କିନ୍ତୁ ଦୁହେଁ ଅଫିସିଆଲି କିଛି ବି ଘୋଷଣା କରିନାହାନ୍ତି। କ୍ୟାଟ୍ରିନା ନିଜ ବିବାହକୁ ନେଇ ବେଶ୍‌ ସତର୍କ ହୋଇଯାଇଛନ୍ତି। ଏଥିପାଇଁ ନିଜ ବିବାହକୁ ମିଡିଆ କଭରେଜ ଠାରୁ ଦୂରେଇ ରଖିବା ପାଇଁ ଚାହୁଁଛନ୍ତି। ଉକ୍ତ ବିବାହରେ ନୋ-ଫୋନ୍‌ ପଲିସି ଲାଗୁ କରାଯାଇଛି। କେବଳ ସେତିକି ନୁହେଁ ଅତିଥିମାନଙ୍କୁ ଏନ୍‌ଡିଏ୍‌(ନଟ୍‌ ଟୁ ଡିସ୍‌କ୍ଲୋଜ୍‌) କ୍ଲଜରେ ଦସ୍ତଖତ କରିବାକୁ ମଧ୍ୟ କୁହାଯାଇଛି।

Related story