ମହଙ୍ଗା ପଡିଲା ଫଟୋ ଉଠା ଇଚ୍ଛା: ମାଡ଼ ଖାଇ ଫେରିଲେ କାଟ୍ରିନାଙ୍କ ଫ୍ୟାନ୍‌

ମୁମ୍ବାଇ: ବଲିଉଡ୍‌ ଷ୍ଟାରଙ୍କୁ ଦେଖିବା ଓ ତାଙ୍କ ସହ ଫଟୋ ଉଠାଇବାକୁ କାହାର ବା ଇଚ୍ଛା ନ ଥିବ। ଯଦି କେବେ ଆପଣ ଏପରି ସୁଯୋଗ ପାଇବେ ଏହାକୁ ହାତଛଡା କରିବାକୁ କେବେ ଚାହିଁବେ କି ? ଏପରି ଏକ ସୁଯୋଗ ପାଇ ଜଣେ ପ୍ରଶଂସକଙ୍କୁ ଚାପୁଡା ଖାଇବାକୁ ପଡିଛି। ଯିଏ ମାଡ ଖାଇଛନ୍ତି ସେ କାଟ୍ରିନା କୈଫଙ୍କ ପ୍ରଂଶସକ ବୋଲି ଜଣାପଡିଛି। କାଟ୍ରିନାଙ୍କ ଡ୍ରାଇଭର ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।

ପ୍ରକୃତ କଥା ହେଲା, କାଟ୍ରିନା ମୁମ୍ବାଇ ତାଙ୍କ ଡାକ୍ତରଙ୍କୁ ଦେଖା କରିବା ପାଇଁ ଆସିଥିଲେ। ସେଠାରୁ ଫେରିଲା ବେଳେ କାଟ୍ରିନାଙ୍କ ପ୍ରଂଶସକ ଫଟୋ ଉଠାଇବା କହିଥିଲେ।  ସେ ସମୟରେ କାଟ୍ରିନାଙ୍କର ଫଟୋ ଉଠାଇବାକୁ ଇଚ୍ଛା ନ ଥିଲା। ସେଥିପାଇଁ ପ୍ରଂଶସକ କଥାକୁ ଧ୍ୟାନ ଦେଇ ନ ଥିଲେ।

ହେଲେ ପାଖରେ ପାଇଥିବା ନିଜ ରୋଲ୍‌ ମଡେଲକୁ କିଏ ବା ଛାଡିବାକୁ ପ୍ରସ୍ତୁତ ହେବ। କାଟ୍ରିନା ଘରକୁ ଫେରି ଯାଇଥିବା ବେଳେ ପ୍ରଂଶସକ ମଧ୍ୟ ତାଙ୍କ ପଛ ପଛେ ଯାଇ ଫଟୋ ଉଠାଇବାକୁ ଜିଦ୍‌ କରିଥିଲେ। ଏହି ସମୟରେ କ୍ରାଟିନାଙ୍କ ଡ୍ରାଇଭର ଜଣେ ପ୍ରଂଶସକଙ୍କୁ ଏକ ଜୋରଦାର ଚାପୁଡା ଦେଇଥିଲେ। ଏହା ଏତେ ଜୋରଦାର ଥିଲା ଯେ ଘଟଣା ସ୍ଥଳରେ ପ୍ରଂଶସକ ଜଣଙ୍କ ଆଖିରେ ଲୁହ ଆସିଯାଇଥିଲା।

ସୌଜନ୍ୟ: ଆଜତକ୍‌, ଫଟୋ-ଆଜତକ୍‌