'କଟ୍ଟି ବଟ୍ଟି'ରେ ଦେଖିବାକୁ ମିଳିବ ଇମରାନ ଓ କଙ୍ଗନାଙ୍କ ରୋମାନ୍ସ

ମୁମ୍ବାଇ: ରିଲିଜ୍ ହୋଇଛି ହିନ୍ଦୀ ରୋମାଣ୍ଟିକ କମେଡି ଫଲ୍ମ ‘କଟ୍ଟି ବଟ୍ଟି’ର ଟ୍ରେଲର।  ଏକ ସମୟରେ ବିଭିନ୍ନ ସୋସିଆଲ ମିଡିଆରେ ଅପଲୋଡ ମଧ୍ୟ କରାଯାଇଛି।ଏହି ଫଲ୍ମରେ ମୁଖ୍ୟ ଭୂମିକାରେ ଆସୁଛନ୍ତି କଙ୍ଗନା ରନାୱତ ଓ ଇମରାନ ଖାନ୍। ଖୁବ କମ୍ ସମୟରେ ମଧ୍ୟରେ ଏହାକୁ ଲାଇକ୍ କରିଛନ୍ତି ଦୁଇ କଳାକାରଙ୍କ ପ୍ରଶଂସକମାନେ।

Katti_Batti.jpeg

Rakesh Mallick
  • Published: Monday, 15 June 2015
  • , Updated: 16 June 2015, 09:21 AM IST

ମୁମ୍ବାଇ: ରିଲିଜ୍ ହୋଇଛି ହିନ୍ଦୀ ରୋମାଣ୍ଟିକ କମେଡି ଫଲ୍ମ 'କଟ୍ଟି ବଟ୍ଟି'ର ଟ୍ରେଲର।  ଏକ ସମୟରେ ବିଭିନ୍ନ ସୋସିଆଲ ମିଡିଆରେ ଅପଲୋଡ ମଧ୍ୟ କରାଯାଇଛି।ଏହି ଫଲ୍ମରେ ମୁଖ୍ୟ ଭୂମିକାରେ ଆସୁଛନ୍ତି କଙ୍ଗନା ରନାୱତ ଓ ଇମରାନ ଖାନ୍। ଖୁବ କମ୍ ସମୟରେ ମଧ୍ୟରେ ଏହାକୁ ଲାଇକ୍ କରିଛନ୍ତି ଦୁଇ କଳାକାରଙ୍କ ପ୍ରଶଂସକମାନେ।

https://youtu.be/a23GO0NXOtg

ଅନ୍ୟପକ୍ଷରେ ଏହି ଟ୍ରେଲରରେ ଦେଖିବାକୁ ମିଳିଛି 'ଗୋରି ତେରୀ ପ୍ୟାର ମେ'ରେ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଥିବା ରୋମାଣ୍ଟିକ ହିରୋ ଇମରାନ ଓ 'ତନୁ ୱଡ୍ସ ମନୁ ରିଟର୍ଣ୍ଣ'ର କୁଇନ୍ କଙ୍ଗନାଙ୍କ ରୋମାନ୍ସ। ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଟିନ୍ ଏଜ୍ ରିଲେସନ, ଲଭ୍ ଓ ବ୍ରେକ ଅପ୍ ଏବଂ ଏହାର ସମାଧାନ ଉପରେ ପର୍ଯ୍ୟବେଶିତ ହୋଇଛି। ଏଥିରେ ଯୁବ ଆର୍କିଟେକ ମାଧବ କାବ୍ରା (ଇମରାନ୍ ଖାନ) ଓ ଲିଭିଲ୍ ଗାର୍ଲ ପାଏଲ (କଙ୍ଗନା ରାନାୱତ) ମଧ୍ୟରେ ଥିବା ସମ୍ପର୍କକୁ ଅତି ନିଖୁଣ ଭାବେ ନିଭେଇଛନ୍ତି ଦୁଇ କଳାକାର। ବହୁ ଦିନଧରି ଚାଲିଥିବା ଏକ ପ୍ରେମ ସମ୍ପର୍କରେ ହଠାତ୍ ବିଚ୍ଛେଦ କିପରି ଦୁଇ ପ୍ରେମୀଙ୍କୁ ପରସ୍ପରଠାରୁ ଦୂରେଇ ଦେଇଛି ତାହା ଦେଖିବାକୁ ମିଳିବ ଏଥିରେ। ପରବର୍ତ୍ତୀ ସମୟରେ ପୁଣି ସେମାନଙ୍କ ମଧ୍ୟରେ ଦେଖାଦେଇଥିବା ମତାନ୍ତର କିପରି ଦୂର ହେଉଛି ତାହା ଏହି ଫିଲ୍ମଟି ପରଦାକୁ ଆସିବା ପରେ ଜଣାପଡିବ। ଇମମେ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ଆସନ୍ତା ସେପ୍ଟମ୍ବର ୧୮ରେ ବକ୍ସ ଅଫିସ୍‌କୁ ଆସିବ। ଏଥିପାଇଁ 'କଟ୍ଟି ବଟ୍ଟି'ର ଟିମ୍ ବେଶ୍ ଉତ୍ସାହିତ ଥିବା ଜଣାପଡିଛି।

Related story