୫ଟି ପରିବର୍ତ୍ତନ ସହ ୨୮ ଅଗଷ୍ଟରୁ ଆସୁଛି କେବିସି

ମୁମ୍ୱାଇ: ଲୋକପ୍ରିୟ ରିୟାଲିଟି ଶୋ ‘କୋନ୍‌ ବନେଗା କରୋଡ଼ପତି’ ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହେଉଛି। ବିଗ୍‌ ବି ଅମିତାଭ ବଚ୍ଚନ ନେଇ ଆସୁଥିବା ଏହି ନବମ ସଂସ୍କରଣରେ ୫ଟି ପରିବର୍ତ୍ତନ ଦେଖିବାକୁ ମିଳିବ। ବିଧିବଦ୍ଧ ଭାବେ ଆରମ୍ଭ ହେବା ପୂର୍ବରୁ ଏହାର ୧୭ ବର୍ଷର ସଫଳ ଯାତ୍ରା ଦର୍ଶକ ଦେଖିବାକୁ ପାଇବେ। କେବିସିର ଏହି ସିଜିନ୍‌ ଲଞ୍ଚ୍‌ ସମୟରେ ଅମିତାଭ କହିଥିଲେ, “କେବିସି କେବଳ ପ୍ରତିଯୋଗୀଙ୍କ ଜୀବନରେ ପରିବର୍ତ୍ତନ ଆଣିନାହିଁ। ଏହା ମୋ ଲାଇଫ୍‌କୁ ମଧ୍ୟ […]

amitabh

Rakesh Mallick
  • Published: Thursday, 24 August 2017
  • , Updated: 24 August 2017, 03:05 PM IST

ମୁମ୍ୱାଇ: ଲୋକପ୍ରିୟ ରିୟାଲିଟି ଶୋ ‘କୋନ୍‌ ବନେଗା କରୋଡ଼ପତି’ ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହେଉଛି। ବିଗ୍‌ ବି ଅମିତାଭ ବଚ୍ଚନ ନେଇ ଆସୁଥିବା ଏହି ନବମ ସଂସ୍କରଣରେ ୫ଟି ପରିବର୍ତ୍ତନ ଦେଖିବାକୁ ମିଳିବ। ବିଧିବଦ୍ଧ ଭାବେ ଆରମ୍ଭ ହେବା ପୂର୍ବରୁ ଏହାର ୧୭ ବର୍ଷର ସଫଳ ଯାତ୍ରା ଦର୍ଶକ ଦେଖିବାକୁ ପାଇବେ।

କେବିସିର ଏହି ସିଜିନ୍‌ ଲଞ୍ଚ୍‌ ସମୟରେ ଅମିତାଭ କହିଥିଲେ, “କେବିସି କେବଳ ପ୍ରତିଯୋଗୀଙ୍କ ଜୀବନରେ ପରିବର୍ତ୍ତନ ଆଣିନାହିଁ। ଏହା ମୋ ଲାଇଫ୍‌କୁ ମଧ୍ୟ ବହୁତ ବଦଳାଇ ଦେଇଛି।”

କ’ଣ ରହିଛି ନୂଆ ରୂପର କେବିସିରେ

୧- କେବିସିର ବିଜୟ ରାଶିକୁ ୭ କୋଟି ଟଙ୍କା କରିଦିଆଛି। ପ୍ରତିଯୋଗୀ ୧ କୋଟି ଟଙ୍କା ଜିତିବା ପରେ ୭ କୋଟି ଟଙ୍କାର ପରବର୍ତ୍ତି ପ୍ରଶ୍ନକୁ ଯିବେ। ଏହି ପୁରସ୍କାର ରାଶି ଉପରେ କୌଣସି ଟ୍ୟାକ୍ସ ଲାଗୁ ହେବନାହିଁ।

୨- ଏଥର ‘ଅନ୍‌ଲାଇନ୍‌ ଫର୍ମାଟ୍‌କୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଫୋନ୍‌ ଜରିଆରେ ପ୍ରତିଯୋଗୀ ବନ୍ଧୁ ବା ତାଙ୍କ ପରିବାର ବର୍ଗଙ୍କ ସାହାଯ୍ୟ ନେଉଥିଲେ। ଏବେ ’ଭିଡିଓ କଲ୍‌’ ଜରିଆରେ ପ୍ରତିଯୋଗୀ ବନ୍ଧୁଙ୍କ ସାହାଯ୍ୟ ନେଇ ପାରିବେ।

୩- କୌଣସି ସେଲିବ୍ରେଟି ଶୋ’କୁ ଆସି ତାଙ୍କ ଫିଲ୍ମକୁ ପ୍ରମୋଟ୍‌ କରି ପାରିବେ ନାହିଁ। ହେଲେ ଚାହିଁଲେ ପ୍ରତିଯୋଗୀଙ୍କ ସହ ମିଶି ଖେଳି ପାରିବେ। ଏହାସହ କୌଣସି ସାମାଜିକ କାର୍ଯ୍ୟ ପାଇଁ ଟଙ୍କା ଜୋଗାଡ କରିବାକୁ ମଧ୍ୟ ସେଲିବ୍ରେଟିମାନେ କେବିସି ଖେଳିପାରିବେ।

୪- ଚଳିତବର୍ଷ ଶୋ’କୁ କାଣ୍ଟଛାଣ୍ଟ କରାଯାଇ ୩୦ରୁ ୩୫ ଏପିସୋଡର କରାଯାଇଛି। ଯାହା ୬ ସପ୍ତାହ ଯାଏଁ ଚାଲିବ। ଶୋ’କୁ ଅଧିକ କଠିନ ଓ ପ୍ରତିଯୋଗିତା ମୂଳକ କରାଯାଇଛି। ଏହାସହ ଏଣିକି ପ୍ରତିବର୍ଷ ଶୋ’ କରାଯିବାକୁ ନିର୍ମାତା ସ୍ଥିର କରିଛନ୍ତି।

୫- ପ୍ରତିଯୋଗୀଙ୍କ ସହ ଦର୍ଶକ ମଧ୍ୟ ଜିଓଟିଭି ଜରିଆରେ ଏହାକୁ ଖେଳି ପାରିବେ। ପ୍ରତିଯୋଗୀଙ୍କୁ ପଚରା ଯାଉଥିବା ପ୍ରଶ୍ନ ମୋବାଇଲ୍‌ ସ୍କ୍ରିନ୍‌ରେ ଦେଖିହେବ। ଏହାର ଟ୍ୟାଗ ଲାଇନ୍‌ରେ ‘ଅବ ଜୱାବ ଦେନାକା ବକ୍ତ ଆ ଗୟା’ ଲେଖାଯାଇଥିବ। ଯୁବପୀଢିଙ୍କୁ ଦୃଷ୍ଟିରେ ରଖି ଶୋ’ରେ ପ୍ରଶ୍ନ ପଚରାଯିବ।

Related story