ରିଲିଜ୍‌ ହେଲା ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ 'କେଶରୀ'

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘କେଶରୀ’ ।  ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତିା  ତାଙ୍କ ସହ ସ୍କ୍ରିନ୍ ଶେଆର କରିଛନ୍ତି ଚୁଲବୁଲି ନାୟିକା ପରିଣିତି ଚୋପ୍ରା। ‘କେଶରୀ’କୁ ପ୍ରଯୋଜନା କରିଛନ୍ତି କରନ୍ ଜୋହର, ଅରୁଣ ଭାଟି‌ଆ, ହିରୋ ୟଶ୍ ଜୋହର, ଅପୂର୍ଭା ମେହେତା ଓ ସୁନୀର ଖେଟରପାଲ୍। ଏହି ଫିଲ୍ମଟି ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂ। ଫିଲ୍ମର କାହାଣୀ […]

keshri

keshri

Chinmayee Roy
  • Published: Thursday, 21 March 2019
  • Updated: 21 March 2019, 01:22 PM IST

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘କେଶରୀ’ ।  ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତିା  ତାଙ୍କ ସହ ସ୍କ୍ରିନ୍ ଶେଆର କରିଛନ୍ତି ଚୁଲବୁଲି ନାୟିକା ପରିଣିତି ଚୋପ୍ରା। ‘କେଶରୀ’କୁ ପ୍ରଯୋଜନା କରିଛନ୍ତି କରନ୍ ଜୋହର, ଅରୁଣ ଭାଟି‌ଆ, ହିରୋ ୟଶ୍ ଜୋହର, ଅପୂର୍ଭା ମେହେତା ଓ ସୁନୀର ଖେଟରପାଲ୍।

ଏହି ଫିଲ୍ମଟି ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂ। ଫିଲ୍ମର କାହାଣୀ ଗିରିଶ କୋହଲି ଓ ଅନୁରାଗ ସିଂ ମିଳିତ ଭାବେ ଲେଖିଛନ୍ତି। ‘କେଶରୀ’ର କାହାଣୀ ‘ସାରାଗଢ଼ି’ ଯୁଦ୍ଧ ଉପରେ ଆଧାରିତ। ୧୮୯୮ରେ ଶିଖ୍ ଓ ଆଫଗାନୀମାନଙ୍କ ମଧ୍ୟରେ ଯୁଦ୍ଧ ଉପରେ ଆଧାରିତ। ଏହି ଯୁଦ୍ଧ ୨୧ ଜଣ ଶିଖ୍ ଓ ଆଫଗାନର ୧୦ହଜାର ସୈନିକଙ୍କ ମଧ୍ୟରେ ହୋଇଥିଲା।

https://www.instagram.com/p/BuGpEB3nPbJ/?utm_source=ig_web_copy_link

https://youtu.be/WmhHUH64xlI

ଫିଲ୍ମରେ ହାବିଲଦାର ଇସର୍ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର। ଇଶର ସିଂହ ଶିଖ୍‌ମାନଙ୍କର ନେତୃତ୍ୱ କରୁଥିବା ହାବିଲଦାର୍‌ ଥିଲେ, ଯିଏକି ନିଜ ଜୀବନର ଶେଷ ମୁହୂର୍ତ୍ତ ଯାଏଁ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଶିଖ୍‌ ସୈନିକମାନେ ଏହି ଯୁଦ୍ଧର ସ୍ମୃତିରେ ସେପ୍ଟେମ୍ବର ୧୨ ତାରିଖକୁ ସାରାଗଢ଼ି ଦିବସ ଭାବେ ପାଳିଥାନ୍ତି। ପରିଣିତି ଫିଲ୍ମରେ ଅକ୍ଷୟଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।

https://twitter.com/taran_adarsh/status/1108086963263803392

୮୦ କୋଟି ବଜେଟ୍‌ରେ ନିର୍ମିତ ଫିଲ୍ମଟି ସର୍ବମୋଟ ୪ ହଜାର ୨୦୦ଟି ସ୍କ୍ରିନ୍‌ରେ ଅର୍ଥାତ ଭାରତରେ ୩ ହଜାର ୬୦୦ ଓ ବିଦେଶରେ ୬୦୦ଟି ସ୍କ୍ରିନ୍‌ରେ ରିଲିଜ୍‌ କରାଯାଇଛି। ପୂର୍ବରୁ ଫିଲ୍ମର ଟ୍ରେଲର ଲଞ୍ଚ୍‌  ହୋଇଯାଇଛି, ଯାହାକି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥିସହ ଫିଲ୍ମର ଅନେକ ପୋଷ୍ଟର ଓ ମେକିଂ ଭିଡିଓ ମଧ୍ୟ ଶେୟାର କରାଯାଇଥିଲା। ଫିଲ୍ମଟି ଲୋକଙ୍କୁ ପସନ୍ଦ ଆସିବ ଓ ଏହା ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିବ ବୋଲି ଏହାର ନିର୍ମାତା ଆଶା ରଖିଛନ୍ତି।

https://youtu.be/JFP24D15_XM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos