'ଖତରୋଁ କେ ଖିଲାଡ଼ି -୧୦'ରେ ନଜର ଆସିବେ ଏହି କଳାକାର

ମୁମ୍ବାଇ:  ଷ୍ଟଣ୍ଟ ସିନ୍‌ରେ ଭରପୁର ଟେଲି ଦୁନିଆର ରିୟାଲିଟି ଶୋ’ ‘ଖତରୋଁ କେ ଖିଲାଡ଼ି-୯’କୁ ବେଶ୍  ଭଲ ଟିଆରପି ମିଳିଥିଲା। ରୋହିତ ସେଟ୍ଟୀଙ୍କ ଏହି ଶୋ’କୁ ଡ୍ୟାନ୍ସର ପୁନିତ ପାଠକ ଜିତିଥିଲେ। ଏବେ ଏହି ଶୋ’ର ଦଶମ ସଂସ୍କରଣ ଆରମ୍ଭ ହେବାରୁ ଯାଉଛି। ଏବେ ଯାଏ ଶୋ’ର ଅନ୍‌ ଏୟାର ଡେଟ୍‌ ତ ସାମ୍ନାକୁ ଆସି ନାହିଁ କିନ୍ତୁ ଶୋ’ର ପ୍ରତିଯୋଗୀମାନଙ୍କ ନାଁ ସାମ୍ନାକୁ ଆସିଗଲାଣି। ସୂଚନା ମୁତାବକ, ‘ଖତରୋଁ କେ ଖିଲାଡି -୧୦’ରେ ଟେଲି ଦୁନିଆର […]

kkk-1`0

kkk-1`0

Chinmayee Roy
  • Published: Thursday, 20 June 2019
  • Updated: 20 June 2019, 11:42 AM IST

Sports

Latest News

ମୁମ୍ବାଇ:  ଷ୍ଟଣ୍ଟ ସିନ୍‌ରେ ଭରପୁର ଟେଲି ଦୁନିଆର ରିୟାଲିଟି ଶୋ’ ‘ଖତରୋଁ କେ ଖିଲାଡ଼ି-୯’କୁ ବେଶ୍  ଭଲ ଟିଆରପି ମିଳିଥିଲା। ରୋହିତ ସେଟ୍ଟୀଙ୍କ ଏହି ଶୋ’କୁ ଡ୍ୟାନ୍ସର ପୁନିତ ପାଠକ ଜିତିଥିଲେ। ଏବେ ଏହି ଶୋ’ର ଦଶମ ସଂସ୍କରଣ ଆରମ୍ଭ ହେବାରୁ ଯାଉଛି। ଏବେ ଯାଏ ଶୋ’ର ଅନ୍‌ ଏୟାର ଡେଟ୍‌ ତ ସାମ୍ନାକୁ ଆସି ନାହିଁ କିନ୍ତୁ ଶୋ’ର ପ୍ରତିଯୋଗୀମାନଙ୍କ ନାଁ ସାମ୍ନାକୁ ଆସିଗଲାଣି।

ସୂଚନା ମୁତାବକ, ‘ଖତରୋଁ କେ ଖିଲାଡି -୧୦’ରେ ଟେଲି ଦୁନିଆର ନାମୀ ଦାମୀ କଳାକାରଙ୍କ ସହ  କ୍ରିକେଟ୍ ଷ୍ଟାର ଯୁବରାଜ ସିଂହ ମଧ୍ୟ ଭାଗ ନେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ତାଙ୍କ ପତ୍ନୀ ହେଜଲ୍‌ କିଚ୍ ଶୋ’ରେ ୟୁଭିଙ୍କର କାମ କରିବା କଥାକୁ ଖାରଜ କରିଦେଲେ। ଏବେ ନାଗିନ ଫେମ୍‌ ଅଭିନେତ୍ରୀ ଅଦା ଖାନ୍‌, କ୍ରିଷ୍ଟଲ ଡିସୁଜା, ପୂଜା ବାନାର୍ଜୀ, କରିସ୍ମା ତନ୍ନା, କବିତା କୌଶିକ୍, କରଣ ପଟେଲ ଶୋ’କେ ଭାଗ ନେଉଥିବା ଚର୍ଚ୍ଚା ହେଉଛି।

https://www.instagram.com/p/BlTAJLNAnYp/?utm_source=ig_web_copy_link

କୁହାଯାଉଛି ଯେ ଏହି ଶୋ’ର ସୁଟିଂ ଅଗଷ୍ଟରୁ ଆରମ୍ଭ ହେବ। ରୋହିତ୍‌ ସେଟ୍ଟୀ ତାଙ୍କ ଅପକମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ରୁ ବ୍ରେକ୍ ନେଇ  ଏହାର ସୁଟିଂ ଆରମ୍ଭ କରିବେ। ସୂଚନା ଅନୁଯାୟୀ ଯୁବରାଜ ସିଂହ, କରନ ପଟେଲ୍‌ ଓ କ୍ରିଷ୍ଟଲ ଡିସୁଜା ଏବେ ଯାଏଁ ଶୋ’ର କଣ୍ଟ୍ରାକ୍ଟ  ସାଇନ କରିନାହାଁନ୍ତି।  ଶୋ’ର ନିର୍ମାତା ଏବେ ଏହି ତିନିଜଣ ଷ୍ଟାରଙ୍କୁ ଶୋ’କୁ ଆଣିବାକୁ ଜୋରଦାର କସରତ ଚଳାଇଛନ୍ତି।

ଏଥର ‘ଖତରୋଁ କେ ଖିଲାଡ଼ୀ-୧୦’ର ସୁଟିଂ  ବୁଲଗେରିଆରେ ହୋଇପାରିବେ। ପ୍ରତିଯୋଗୀମାନେ ଆସନ୍ତା ମାସରେ ସୁଟିଂ ପାଇଁ  ବୁଲଗେରିଆ ବାହାରିଯିବେ। ଗତ ସିଜିନ୍‌ରେ ଆଦିତ୍ୟ ନାରାୟଣ, ଭାରତୀ ସିଂହ, ହର୍ଷ ଲିମ୍ବାଚିଆ, ଶ୍ରୀସନ୍ଥ, ଶମ୍‌ଇତା ସେଟ୍ଟୀ, ବିକାଶ ଗୁପ୍ତା, ରିଦ୍ଦିମା ପଣ୍ଡିତ ପରି ନାମୀ କଳାକାରମାନେ ଭାଗ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos