ମୁମ୍ବାଇ: ବଲିଉଡ୍ ବେବୋ କରୀନା କପୁର। ସବୁବେଳେ କିଛି ନା କିଛି ଭିନ୍ନ କରି ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ କରିନା ଏକ ରେଡିଓ ଶୋ’ ଆରମ୍ଭ କରିଛନ୍ତି। ଯାହାର ନାଁ ରହିଛି ‘ହ୍ଵାଟ୍ ଉମେନ୍ ଓ୍ଵାଣ୍ଟ’। ଏହି ଶୋ’ରେ କରିନା ମହିଳାମାନଙ୍କ ଇଚ୍ଛାକୁ ପ୍ରଧାନ୍ୟ ଦେବା ସହ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ ଖୁଲାସା କରିଛନ୍ତି। ନିଜର ଆଗାମୀ ଅଧ୍ୟାୟରେ ସେ ନିଜ ହ୍ଵାଟ୍ସଆପ୍ ଗ୍ରୁପ୍ ବିଷୟରେ ଜଣାଇଛନ୍ତି।
ତାଙ୍କ କହିବା ଅନୁଯାୟୀ, “ମୁଁ ଏବଂ ମୋର ଯେତେ ବି ଭଲ ବନ୍ଧୁ ଅଛନ୍ତି ସମସ୍ତେ ମିଶି ଏକ ହ୍ଵାଟ୍ସଆପ୍ ଗ୍ରୁପ୍ କରିଛୁ । ଯାହାର ନାଁ ରହିଛି ଗଟ୍ସ(ସାହାସ) । ଏହି ଗ୍ରୁପ୍ରେ ଆମେମାନେ ଅନ୍ୟମାନଙ୍କ ପୋଷାକ ଉପରେ ଚର୍ଚ୍ଚା କରିଥାଉ । ଏହାକୁ ହିଁ ବନ୍ଧୁତା କୁହାଯାଏ । ଯେଉଁଠି କିଛି କହିବା ପୂର୍ବରୁ ଭାବିବାକୁ ପଡ଼େ ନାହିଁ ।”