ଚର୍ଚ୍ଚାରେ ଅଭିନେତ୍ରୀ ଶ୍ୱେତା ତିୱାରିଙ୍କ ଝିଅ ପଲକ
ମୁମ୍ବାଇ: ଚର୍ଚ୍ଚାରେ ଟେଲିଭିଜନ୍ର ଚର୍ଚ୍ଚିତ ‘ଟେଲି ଅଭିନେତ୍ରୀ ଶ୍ୱେତା ତିୱାରିଙ୍କ ଝିଅ ପଲକ ତିୱାରି। ସୋଶାଲ ମିଡିଆରେ ପଲକ ବେଶ୍ ଆକ୍ଟିଭ୍ ରୁହନ୍ତି। ଏବେ ତାଙ୍କର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
କିଛିଦିନ ତଳେ ପଲକ ଫଟୋ ଶୁଟ୍ କରାଇଛନ୍ତି। ପଲକଙ୍କ ଏହି ଫଟୋଶୁଟ୍କୁ ସୋଶାଲ ମିଡିଆରେ ବେଶ୍ ପସନ୍ଦ କରୁଛନ୍ତି ଭ୍ୟୁୟର୍ସ। ଇନ୍ଷ୍ଟାଗ୍ରାମରେ ତାଙ୍କର 2.40 ଲକ୍ଷ୍ୟରୁ ବି ଅଧିକ ଫଲୋୟର୍ସ ଅଛନ୍ତି। ନିଜ ନୂଆ ଫଟୋସୁଟ୍ରେ ପଲକ୍ ବ୍ଲାକ୍ ଆଉଟଫିଟ୍ରେ ନଜର ଆସିଛନ୍ତି। Tailored Romper ଡ୍ରେସ୍ରେ ପଲକ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ଯାହାକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ପଲକ। ତେବେ ପଲକ ବହୁତ ଶୀଘ୍ର ଛୋଟ ପରଦାରେ ଡେବ୍ୟୁ କରିବାକୁ ଯାଉଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।