କୃତିଙ୍କୁ ମିଳିବ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ

ମୁମ୍ବାଇ: ବଲିଉଡ ସୁନ୍ଦରୀ କୃତି ସେନନ୍‌ ଖୁବ୍ କମ୍ ଦିନ ମଧ୍ୟରେ ଅନେକ ସଫଳତା ପାଇଛନ୍ତି। ଫିଲ୍ମ ‘ବରେଲି କି ବର୍ଫି’ ପାଇଁ କୃତିଙ୍କୁ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯିବ। କିଛିଦିନ ପୂର୍ବରୁ ରଣଭୀର ସିଂଙ୍କୁ ମଧ୍ୟ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ସଞ୍ଜୟ ଲୀଲୀ ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତ୍’ରେ ଆଲ୍ଲାଉଦ୍ଦିନ ଖିଲିଜର ଦମ୍‌ଦାର ରୋଲ୍‌ ପାଇଁ ରଣଭୀରଙ୍କ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ ୨୦୧୮ରେ ଶ୍ରେଷ୍ଠ ଅଭିନେତା ଭାବେ […]

kruti sannon

kruti sannon

Rakesh Mallick
  • Published: Monday, 16 April 2018
  • Updated: 16 April 2018, 09:30 AM IST

ମୁମ୍ବାଇ: ବଲିଉଡ ସୁନ୍ଦରୀ କୃତି ସେନନ୍‌ ଖୁବ୍ କମ୍ ଦିନ ମଧ୍ୟରେ ଅନେକ ସଫଳତା ପାଇଛନ୍ତି। ଫିଲ୍ମ 'ବରେଲି କି ବର୍ଫି' ପାଇଁ କୃତିଙ୍କୁ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯିବ। କିଛିଦିନ ପୂର୍ବରୁ ରଣଭୀର ସିଂଙ୍କୁ ମଧ୍ୟ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ସଞ୍ଜୟ ଲୀଲୀ ଭଂଶାଲୀଙ୍କ ଫିଲ୍ମ 'ପଦ୍ମାବତ୍'ରେ ଆଲ୍ଲାଉଦ୍ଦିନ ଖିଲିଜର ଦମ୍‌ଦାର ରୋଲ୍‌ ପାଇଁ ରଣଭୀରଙ୍କ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ ୨୦୧୮ରେ ଶ୍ରେଷ୍ଠ ଅଭିନେତା ଭାବେ ବଛାଯାଇଛି। ଏହାର ଘୋଷଣା ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ପୁରସ୍କାର ସମିତି କରିଛି।

krutiଏମାନଙ୍କ ବ୍ୟତୀତ ବିନୋଦ ଖନ୍ନାଙ୍କୁ ମଧ୍ୟ ଦାଦା ସାହେବ ଫାଲକେ ମରଣୋପରାନ୍ତ ପାଇଁ ବଛାଯାଇଛି। ଜଣେଇ ଦେବାକୁ ଚାହୁଁ ଯେ, ଗତବର୍ଷ ବନୋଦ ଖନ୍ନାଙ୍କ ପରଲୋକ ଘଟିଥିଲା।

ଫିଲ୍ମ 'ବରେଲି କି ବର୍ଫି'ରେ ବିଟ୍ଟିର ଭୂମିକାରେ ନଜର ଆସିଥିଲେ କୃତି। ବିଟ୍ଟି ଖୋଲା ମନ ଓ ବିଚାର ରଖୁଥିବା ଛୋଟ ସହରର ଜଣେ ଝିଅ। ଫିଲ୍ମରେ କୃତିଙ୍କ ଭୂମିକାକୁ ଦର୍ଶକେ ଅନେକ ପସନ୍ଦ କରିଥିଲେ। ଫିଲ୍ମିର ନିର୍ଦ୍ଦେଶନା ଅଶ୍ୱିନ୍ ଅୟର ତିୱାରୀ ଦେଇଥିଲେ। ଫିଲ୍ମରେ କୃତୀଙ୍କ ବ୍ୟତୀତ ଆୟୁଷ୍ମାନ୍ ଖୁରାନା ଓ ରାଜକୁମାର ମଧ୍ୟ ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos