କମେଡି କିଙ୍ଗଙ୍କ ଉପରେ ପଡ଼ିଲା ଖିଲାଡି କୁମାରଙ୍କ ଇମ୍ପାକ୍ଟ , ୟୁଜର୍ସ କହିଲେ...

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ଉପରେ ଦେଖିବାକୁ ପଡ଼ିଛି ଖିଲାଡି କୁମାରଙ୍କ ଇମ୍ପାକ୍ଟ। ଲେଟ୍‌ ନାଇଟରେ ଶୋଇ ଅଧା ଦିନ ହେଲେ ବିଛଣା ଛାଡ଼ୁଥିବା କପିଲଙ୍କୁ ଏବେ ରାତି ୪ଟାରୁ ଜିମ୍‌ରେ ଝାଳ ବୁହାଉଥିବା ଦେଖିବାକୁ ମିଳୁଛି । ଏହି ଅଭ୍ୟାସ ପାଇଁ ସବୁବେଳେ ଅକ୍ଷୟ କୁମାରଙ୍କୁ ଦେଖାଇଶିଖାଇ କହୁଥିବା କପିଲ ଏବେ ତାଙ୍କ ଫର୍ମାଟରେ ପଡ଼ି ଯାଇଛନ୍ତି। ଏପରିକି ରାତି ୪ଟାରେ ଜିମ୍‌ରେ ଏକ୍‌ସରସାଇଜ କରୁଥିବାର ଭିଡିଓ ଛାଡ଼ିବା ପରେ କମେଡି ଷ୍ଟାରଙ୍କ ନିକଟକୁ […]

akshay-kumar-and-kapil-shar

Niharika Rout
  • Published: Thursday, 17 March 2022
  • , Updated: 17 March 2022, 10:58 AM IST

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ଉପରେ ଦେଖିବାକୁ ପଡ଼ିଛି ଖିଲାଡି କୁମାରଙ୍କ ଇମ୍ପାକ୍ଟ। ଲେଟ୍‌ ନାଇଟରେ ଶୋଇ ଅଧା ଦିନ ହେଲେ ବିଛଣା ଛାଡ଼ୁଥିବା କପିଲଙ୍କୁ ଏବେ ରାତି ୪ଟାରୁ ଜିମ୍‌ରେ ଝାଳ ବୁହାଉଥିବା ଦେଖିବାକୁ ମିଳୁଛି । ଏହି ଅଭ୍ୟାସ ପାଇଁ ସବୁବେଳେ ଅକ୍ଷୟ କୁମାରଙ୍କୁ ଦେଖାଇଶିଖାଇ କହୁଥିବା କପିଲ ଏବେ ତାଙ୍କ ଫର୍ମାଟରେ ପଡ଼ି ଯାଇଛନ୍ତି। ଏପରିକି ରାତି ୪ଟାରେ ଜିମ୍‌ରେ ଏକ୍‌ସରସାଇଜ କରୁଥିବାର ଭିଡିଓ ଛାଡ଼ିବା ପରେ କମେଡି ଷ୍ଟାରଙ୍କ ନିକଟକୁ ଆସୁଛି ନାନା କମେଣ୍ଟ।

ଫ୍ୟାନ୍ସଙ୍କୁ ନିଜ ଅପଡେଟ ଦେବାକୁ ଯାଇ କପିଲ ଶର୍ମା ଗତକାଲି ଏକ ଭିଡିଓ ଅପଲୋଡ କରିଥିଲେ। ଯେଉଁଥିରେ ସେ ଜିମ୍‌ରେ  ୱର୍କ ଆଉଟ କରୁଥିବା ଦେଖିବାକୁ ମିଳିଥିଲା। ଜଲଦି ସିଫ୍ଟ ଆରମ୍ଭ ହେବାକୁ ଥିବାରୁ ରାତି ୪ଟାରୁ ଜିମ୍‌ରେ ଚେକ୍‌ ଇନ୍‌ କରି ସାରିଥିବା ଲେଖିଛନ୍ତି କପିଲ। ଆପଣଙ୍କ ସକାଳ ୬ଟାରେ ସିଫ୍ଟ ଆରମ୍ଭ ହେଲେ ୪ଟାରେ ଜିମ୍‌ରେ ଚେକ୍‌ଇନ୍‌ କରିବାକୁ ପଡ଼ିବ ବୋଲି ବି ଲେଖିଛନ୍ତି । ଏପରିକି ଜିମ୍‌ରେ ପ୍ରବଳ କସରତ କରିଛନ୍ତି କପିଲ । ସକାଳୁ ସକାଳୁ କେତେବେଳେ ଟ୍ରେଡ ମିଲ୍‌ରେ ଦୌଡ଼ିଲେ ତ କେତେବେଳେ  ହାର୍ଡ ୱାର୍କଆଉଟ୍‌ କଲେ।

କପିଲ ଭିଡିଓ କରୁ କରୁ କମେଣ୍ଟ ଆସିବା ଆରମ୍ଭ ହୋଇଗଲା। କିଛି ୟୁଜର ଅକ୍ଷୟ କୁମାର ଟ୍ରେନିଂ ଦେଉଛନ୍ତି କି ପଚାରୁଥିବା ବେଳେ ଆଉ କିଛି ଆଜି ସେଟ୍‌କୁ ଦିପିକା ପାଦୁକୋନ ଆସିବେ ବି ବୋଲି ପଚାରିଛନ୍ତି। ଆଉ ଜଣେ କହିଛନ୍ତି, ନିହାତି ଅକ୍ଷୟ କୁମାର ଆସୁଥିବେ, ସେଥିପାଇଁ ଜଲଦି ଉଠି ପଡ଼ିଛ। ଆଉ ଜଣେ ଲେଖିଛନ୍ତି ଏହା ଅକ୍ଷୟ କୁମାରଙ୍କ ସହ ସୁଟିଂର ପ୍ରଭାବ । ଚିନ୍ତା କରନ୍ତୁ ନାହିଁ, ଜଲଦି ସବୁ କିଛି ସାମାନ୍ୟ ହୋଇଯିବ ।

Related story