ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ କୁନ୍ଦନ ଶାହଙ୍କ ପରଲୋକ

ମୁମ୍ବାଇ: ସୁପର ହିଟ୍ ଫିଲ୍ମ ‘ଜାନେ ଭି ଦୋ ୟାରୋ, କଭି ହାଁ କଭି ନାଁ ଏବଂ ନୁକ୍କଡ ପରି ଟିଭି ସିରିୟଲର ଦିଗ୍ଗଜ ନିର୍ଦ୍ଦେଶକ କୁନ୍ଦନ ଶାହଙ୍କ ଆଜି ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ  ହୋଇଥିଲା।  ସେ ୧୯୪୭ ମସିହାରେ ଜନ୍ମ ହୋଇଥିଲେ।  ୨୦୧୪ରେ କୁନ୍ଦନ ଶାହଙ୍କ ଶେଷ ଫିଲ୍ମ ‘ପି ସେ ପିଏମ ତକ୍’ ଆସିଥିଲା। ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (FTII)ରୁ ଅଧ୍ୟୟନ କରିବା […]

Rakesh Mallick
  • Published: Saturday, 07 October 2017
  • , Updated: 08 October 2017, 03:39 PM IST

ମୁମ୍ବାଇ: ସୁପର ହିଟ୍ ଫିଲ୍ମ ‘ଜାନେ ଭି ଦୋ ୟାରୋ, କଭି ହାଁ କଭି ନାଁ ଏବଂ ନୁକ୍କଡ ପରି ଟିଭି ସିରିୟଲର ଦିଗ୍ଗଜ ନିର୍ଦ୍ଦେଶକ କୁନ୍ଦନ ଶାହଙ୍କ ଆଜି ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ  ହୋଇଥିଲା।  ସେ ୧୯୪୭ ମସିହାରେ ଜନ୍ମ ହୋଇଥିଲେ।  ୨୦୧୪ରେ କୁନ୍ଦନ ଶାହଙ୍କ ଶେଷ ଫିଲ୍ମ ‘ପି ସେ ପିଏମ ତକ୍’ ଆସିଥିଲା। ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (FTII)ରୁ ଅଧ୍ୟୟନ କରିବା ପରେ କୁନ୍ଦନ ଟିଭି ଓ ଫିଲ୍ମ ଜଗତରେ ବ୍ୟଙ୍ଗାତ୍ମକ କମେଡି ଆରମ୍ଭ କରିଥିଲେ। ତେବେ ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ଫିଲ୍ମ ‘ଜାନେ ଭି ଦୋ ୟାରୋ’ ଆଜି ବି ବହୁତ ଲୋକପ୍ରିୟ। ଏହି ଫିଲ୍ମ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।  ଏହା ପରେ ସେ କ୍ୟା କେହେନା, ଦିଲ୍ ହୈ ତୁମ୍ଭାରା’ ପରି ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଟେଲିଭିଜନ ଦୁନିଆରେ ତାଙ୍କ ନିର୍ଦ୍ଦେଶିତ ସିରିଏଲ ନୁକ୍କଡ ଓ ୱାଗଲେ କି ଦୁନିଆ ବେଶ ଲୋକପ୍ରିୟ ହୋଇଥିଲା।

Related story