ରଞ୍ଜିତାଙ୍କ ପ୍ରେମରେ ପାଗଳ ଥିଲେ ରାଇମୋହନ; ଚିଠିରେ ଲେଖୁଥିଲେ ମନର କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳଚ୍ଚିତ୍ରରେ ଭୟଙ୍କର ଅଭିନୟ କରୁଥିବା ରାଇମୋହନ ପରିଡ଼ା ଯୌବନରେ ପଡ଼ିଥିଲେ ପ୍ରେମରେ। ମନର ମାନସୀଙ୍କୁ ପାଇବା ପାଇଁ ହୋଇଥିଲେ ପାଗଳ! ଆଉ ଚିଠିରେ ଲେଖୁଥିଲେ ମନର କଥା। ଦିନେ କି ଦୁଇ ଦିନ ନଥିଲେ ଏ ପ୍ରେମ। ୫ରୁ ୭ ବର୍ଷର ପ୍ରେମ ସମ୍ପର୍କ ପରେ ନେଇଥିଲା ବିବାହର ରୂପ। ଅବେଳରେ ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ନିଆରା ପ୍ରେମ କାହାଣୀକୁ ନେଇ ଏବେ ସବୁଠି ଚର୍ଚ୍ଚା। ଓଲିଉଡ୍‌ ମଲ୍‌ଟି ଟ୍ୟାଲେଣ୍ଟେଡ୍‌ ଅଭିନେତା […]

Raimohan Parida

Manoranjan Sial
  • Published: Saturday, 25 June 2022
  • , Updated: 25 June 2022, 05:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳଚ୍ଚିତ୍ରରେ ଭୟଙ୍କର ଅଭିନୟ କରୁଥିବା ରାଇମୋହନ ପରିଡ଼ା ଯୌବନରେ ପଡ଼ିଥିଲେ ପ୍ରେମରେ। ମନର ମାନସୀଙ୍କୁ ପାଇବା ପାଇଁ ହୋଇଥିଲେ ପାଗଳ! ଆଉ ଚିଠିରେ ଲେଖୁଥିଲେ ମନର କଥା। ଦିନେ କି ଦୁଇ ଦିନ ନଥିଲେ ଏ ପ୍ରେମ। ୫ରୁ ୭ ବର୍ଷର ପ୍ରେମ ସମ୍ପର୍କ ପରେ ନେଇଥିଲା ବିବାହର ରୂପ। ଅବେଳରେ ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ନିଆରା ପ୍ରେମ କାହାଣୀକୁ ନେଇ ଏବେ ସବୁଠି ଚର୍ଚ୍ଚା।

ଓଲିଉଡ୍‌ ମଲ୍‌ଟି ଟ୍ୟାଲେଣ୍ଟେଡ୍‌ ଅଭିନେତା ରାଇମୋହନ ପରିଡ଼ା ଥିଲେ କଳାପ୍ରେମୀ। ପିଲାବେଳୁ କଳା ପ୍ରେମରେ ପଡ଼ିଥିଲେ। ସେଥିପାଇଁ ଜନ୍ମ ମାଟି କେନ୍ଦୁଝରରୁ ଧାଇଁ ଆସିଥିଲେ ରାଜଧାନୀ ଭୁବନେଶ୍ୱର। ଆଉ କଳାର ଏନ୍ତୁଡ଼ିଶାଳ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ଅଭିନୟରେ ନିପୁଣ ରାଇମୋହନ ସେଠାରେ ଭେଟିଥିଲେ ରଞ୍ଜିତାଙ୍କୁ। ଆଉ ପଡ଼ିଯାଇଥିଲେ ତାଙ୍କ ପ୍ରେମରେ।

ପାଠପଢ଼ା ସରିବା ପରେ ରାଇମୋହନ ମୁହଁରେ ରଙ୍ଗ ମାଖି ନିଜ ଚରିତ୍ର ଭିତରେ ଭିଜିଥିଲେ। ସେ କେତେବେଳେ ହୀରୋ ତ ଆଉ କେତେବେଳେ ହିରୋଇନ୍‌ ପାଇଁ ବିଛାଉଥିଲେ ବୁଢ଼ିଆଣି ଜାଲ। ଅତି ଭୟଙ୍କର ହୋଇଯାଉଥିଲେ। ହେଲେ ସେ ନିଜ ପ୍ରେମିକାଙ୍କ ଆଗରେ ଅସହାୟ ହୋଇଯାଉଥିଲେ। ଲାଇଟ୍‌ କ୍ୟାମେରା ଆକ୍‌ସନରୁ ଫୁରସତ୍‌ ପାଇଲେ ଯେଉଁଠି ଥିଲେ ମଧ୍ୟ ନିଜ ମନର ମାନସୀ ରଞ୍ଜିତାଙ୍କୁ ଲେଖୁଥିଲେ ଚିଠି। ଆଉ ଚିଠିରେ ଆଙ୍କୁଥିଲେ ‘ଦିଲ୍‌’। ଦୁଇ ପ୍ରେମ ପକ୍ଷୀଙ୍କ ଏ ଅମର ପ୍ରେମ ଦିନେ କି ଦୁଇ ଦିନର ନଥିଲା। ଥିଲା ୫ରୁ ୭ ବର୍ଷର।

ରଞ୍ଜିତାଙ୍କଠାରୁ ଗ୍ରୀନ୍‌ ସିଗ୍‌ନାଲ ପାଇବା ପରେ ରାଇମୋହନ ନିଜ ବାପା-ମାଆଙ୍କୁ କହିଥିଲେ। ପୁଅର କଥାରେ ରାଜି ହୋଇଥିଲେ ପରିବାର ଲୋକ। ହେଲେ ରଞ୍ଜିତାଙ୍କ ବାପା ରାଜି ହୋଇନଥିଲେ। କାରଣ ରାଇମୋହନ ଥିଲେ ନାଟୁଆ। ରଞ୍ଜିତାଙ୍କ ବାପା ଜଣେ ଇଞ୍ଜିନିୟର। ସେ ଚାହୁଁଥିଲେ ଝିଅ, ତାଙ୍କ ମନପସନ୍ଦର ପୁଅକୁ ବାହା ହେଉ। କିନ୍ତୁ ବାପାଙ୍କ ବିରୋଧକୁ ଖାତିର ନକରି ରାଇମୋହନଙ୍କ ହାତ ଧରିଥିଲେ ରଞ୍ଜିତା।

୧୯୯୨ ମସିହାରେ ହୋଇଥିଲା ରାଇମୋହନ ପରିଡାଙ୍କ ବିବାହ। ଭୁବନେଶ୍ୱରସ୍ଥିତ ଆମ୍ଫୋଇ ସଂସ୍ଥା ସହାୟତାରେ ରାଇମୋହନ ଓ ରଞ୍ଜିତାଙ୍କ ବିବାହ ହୋଇଥିଲା। ଓଟିଭି ଗପ୍‌ସପ୍‌କୁ ଦେଇଥିବା ସାକ୍ଷାତକାରରେ ରାଇମୋହନ କହିଥିଲେ, ମୋର ପ୍ରେମ ବିବାହ ହୋଇଥିଲା। ବାହାଘର ପରେ ୧୫୦ ଟଙ୍କା ଭଡ଼ାରେ ଏକ ଆଜ୍‌ବେଷ୍ଟସ୍‌ ଘରେ ସଂସାର ଆରମ୍ଭ କରିଥିଲି। ସବୁ ସମୟରେ ମୋ’ ଜୀବନସାଥୀ ମୋତେ ସହଯୋଗ କରି ଆସୁଥିଲେ। ତାଙ୍କ ପାଇଁ ମୁଁ ଆଜି ପର୍ଯ୍ୟନ୍ତ ବାଟବଣା ହୋଇନାହିଁ ବୋଲି ରାଇମୋହନ କହିଥିଲେ।

ଆଧ୍ୟାତ୍ମିକ ବିଶ୍ୱାସୀ ରାଇମୋହନଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଶୁକ୍ରବାର ମିଳିଥିଲା। ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ି ନଥିବା ବେଳେ ଆଜି କମିଶନରେଟ୍‌ ପୁଲିସ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଛି।

https://youtu.be/-QARtoL4lCM

 

Related story