‘ବାହୁବଲୀ ୨’ ଦେଖିବାକୁ ଛୁଟି ଆବେଦନ, ପଢ଼ନ୍ତୁ କିଛି ମଜାଦାର ଦରଖାସ୍ତ

ଭୁବନେଶ୍ୱର: ଆଜି ରିଲିଜ୍ ହେଉଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାହୁବଲୀ ୨’। ‘ବାହୁବଲୀ’ର ଏହି ସ୍ୱିକେଲ୍ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ରହିଛି ଅଦ୍ଭୁତପୂର୍ବ ଉତ୍ସାହ। ଆମେ ଗତକାଲି ପଢ଼ିଥିଲେ ଦର୍ଶକମାନେ ଏହି ଫିଲ୍ମ ଦେଖିବାକୁ କେମିତି ୩ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିଲେ। ସେମିତି ମାତ୍ର ୨୪ ଘଣ୍ଟାରେ ବୁକ୍‌ ହୋଇଥିଲା ୧୦ ଲକ୍ଷ ଅନ୍‌ଲାଇନ୍‌ ଟିକେଟ୍‌। ତେବେ ‘ବାହୁବଲୀ ୨’କୁ ନେଇ ସୋସିଆଲ୍ ମିଡ଼ିଆରେ ଆଉ କିଛି ମଜାଦାର ପୋଷ୍ଟ୍ ମଧ୍ୟ […]

prabhas

prabhas

Rakesh Mallick
  • Published: Friday, 28 April 2017
  • Updated: 28 April 2017, 08:30 AM IST

ଭୁବନେଶ୍ୱର: ଆଜି ରିଲିଜ୍ ହେଉଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାହୁବଲୀ ୨’। ‘ବାହୁବଲୀ’ର ଏହି ସ୍ୱିକେଲ୍ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ରହିଛି ଅଦ୍ଭୁତପୂର୍ବ ଉତ୍ସାହ। ଆମେ ଗତକାଲି ପଢ଼ିଥିଲେ ଦର୍ଶକମାନେ ଏହି ଫିଲ୍ମ ଦେଖିବାକୁ କେମିତି ୩ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିଲେ। ସେମିତି ମାତ୍ର ୨୪ ଘଣ୍ଟାରେ ବୁକ୍‌ ହୋଇଥିଲା ୧୦ ଲକ୍ଷ ଅନ୍‌ଲାଇନ୍‌ ଟିକେଟ୍‌। ତେବେ ‘ବାହୁବଲୀ ୨’କୁ ନେଇ ସୋସିଆଲ୍ ମିଡ଼ିଆରେ ଆଉ କିଛି ମଜାଦାର ପୋଷ୍ଟ୍ ମଧ୍ୟ ଦେଖିବାକୁ ମିଳିଛି। ଯେମିତିକି ଅନେକ ଚାକିରିଆ ଏହି ଫିଲ୍ମ ଦେଖିବା ପାଇଁ ସେମାନଙ୍କ ବସ୍‌ଙ୍କୁ ଦରଖାସ୍ତ ଦେଇଛନ୍ତି। ସ୍କୁଲ୍ ପିଲା ବି ବାଦ୍ ପଡ଼ି ନାହାନ୍ତି ଏଥିରୁ।

ଏଇ ଦରଖାସ୍ତ ପଢ଼ି ଆପଣଙ୍କୁ ବି ହସ ଲାଗିବ। କାରଣ ଅଧିକାଂଶ ଦରଖାସ୍ତରେ ଲେଖାଯାଇଛି – ମୁଁ ଜାଣିବାକୁ ଚାହେଁ କଟାପ୍ପା କାହିଁକି ବାହୁବଲୀକୁ ମାରିଲେ।

ଜଣେ ଛାତ୍ର ତାଙ୍କ ଶିକ୍ଷକଙ୍କୁ ଛୁଟି ମାଗିଥିବା ସଂପର୍କିତ ଦରଖାସ୍ତ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି- ୩୬୫ ଦିନ ଅପେକ୍ଷା କଲି। ଆଉ ଅପେକ୍ଷା କରି ହେବ ନାହିଁ।

ଫ୍ୟାନଙ୍କ କ୍ରେଜ୍‌କୁ ଦେଖି ବାହୁବଲୀ ଟିମ୍ ନିଜ ଅଫିସିଆଲ୍ ୱେବ୍‌ସାଇଟ୍‌ରେ ଏକ ଅଫିସିଆଲ୍ ଲିଭ୍ ଆପ୍ଲିକେସନ୍ ଫର୍ମ ଡିଜାଇନ୍ କରିଛି। ଏହି ଫର୍ମକୁ baahubali.com/leave-form/ କୁ ଯାଇ ଦେଖି ହେବ। ଏହି ଫର୍ମରେ ଛୁଟି ଆବେଦନର କାରଣ ବି ଲେଖି ଦିଆଯାଇଛି।

https://twitter.com/Rahulrautwrites/status/857139756798541824

 

https://twitter.com/krishnauppuluri/status/857187905147740160

90

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos