ସୁସ୍ଥ ହୋଇ ଘରକୁ ଫେରିଲେ ଦିଲୀପ କୁମାର

ନୂଆଦିଲ୍ଲୀ: ଦିଲୀପ କୁମାରଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ସୁସ୍ଥ ହୋଇ ସେ ଏବେ ଘରକୁ ଫେରିଛନ୍ତି। ଆଜି ଲୀଲାବତୀ ହସ୍ପିଟାଲରୁ ପତ୍ନୀ ଓ ପରିବାର ଲୋକଙ୍କ ଦିଲୀପ କୁମାର ଘରକୁ ଆସିଛନ୍ତି। ଗତ ୮ଦିନ ହେବ ଲୀଲାବତୀ ହସ୍ପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଥିଲା। ଆଜି ସକାଳେ ଯେତେବେଳେ ଡାକ୍ତର ତାଙ୍କୁ ଘରକୁ ଯିବାକୁ ଅନୁମତି ଦେଲେ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇଯାଇଥିଲେ। ଅସୁସ୍ଥତା କାରଣରୁ ହସ୍ପିଟାଲରେ ଦିଲୀପ କୁମାର ଭର୍ତ୍ତି ହେବା ପରେ […]

Dilip-kumar

Rakesh Mallick
  • Published: Wednesday, 09 August 2017
  • , Updated: 09 August 2017, 08:53 PM IST

ନୂଆଦିଲ୍ଲୀ: ଦିଲୀପ କୁମାରଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ସୁସ୍ଥ ହୋଇ ସେ ଏବେ ଘରକୁ ଫେରିଛନ୍ତି। ଆଜି ଲୀଲାବତୀ ହସ୍ପିଟାଲରୁ ପତ୍ନୀ ଓ ପରିବାର ଲୋକଙ୍କ ଦିଲୀପ କୁମାର ଘରକୁ ଆସିଛନ୍ତି।

ଗତ ୮ଦିନ ହେବ ଲୀଲାବତୀ ହସ୍ପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଥିଲା। ଆଜି ସକାଳେ ଯେତେବେଳେ ଡାକ୍ତର ତାଙ୍କୁ ଘରକୁ ଯିବାକୁ ଅନୁମତି ଦେଲେ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇଯାଇଥିଲେ।

ଅସୁସ୍ଥତା କାରଣରୁ ହସ୍ପିଟାଲରେ ଦିଲୀପ କୁମାର ଭର୍ତ୍ତି ହେବା ପରେ ସାରା ଦେଶରେ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ପୂଜାର୍ଚ୍ଚନା କରାଯାଉଥିଲା। ଘରକୁ ଫେରିବା ପରେ ସେ ଟ୍ୱିଟ୍‌ କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଲୀଲାବତୀ ହସ୍ପିଟାଲର ଉପାଧ୍ୟକ୍ଷ ଅଜୟ କୁମାର ଫାଣ୍ଡ୍ୟା କହିଛନ୍ତି- “ଦିଲୀପ କୁମାର ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। କ୍ରିଏଟିନିନ ଲେଭଲ ପ୍ରାୟ ଠିକ୍‌ ହୋଇଯାଇଛି। ୟୁରିନ ଆଉଟପୁଟ୍‌ ଠିକ ଅଛି। ଏବେ ସେ ନିଜେ ଖାଇବା ଆରମ୍ଭ କରିଛନ୍ତି। ଏହାସତ୍ତ୍ୱେ ତାଙ୍କୁ କୌଣସି ପ୍ରକାର ଇମ୍ଫେକ୍ସନରୁ ଦୂରେଇ ରହିବାକୁ ପଡିବ।”

Related story