ମଞ୍ଚରେ ଦେଖି ପ୍ରେମରେ ପଡ଼ିଥିଲେ, ଆଉ ଘର ଛାଡ଼ି ବାହା ହୋଇଥିଲେ

ପ୍ରେମର ଅନେକ ରୂପ। କେତେବେଳେ ସରଳ ତ ଆଉ କେତେବେଳେ ଜଟିଳ। କିନ୍ତୁ ଏହା ସତ ଯେ, ପ୍ରେମ ସବୁବେଳେ ମତୁଆଲା କରେ ମନ ଓ ହୃଦୟକୁ। ପ୍ରେମ ଆଗରେ ପ୍ରତୀକ୍ଷାର କିଛି ମୂଲ୍ୟ ନଥାଏ। ଯେ ସତରେ ପ୍ରେମ କରିଥାଏ, ସେ ପୁଅ ହେଉ କି ଝିଅ, ପ୍ରେମକୁ ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥାଏ। ଏମିତି ଏକ ପ୍ରେମ କାହାଣୀ ହେଉଛି ସୁଶାନ୍ତ ପାଢ଼ୀଙ୍କର, ଯିଏ ପ୍ରେମ ପାଇଁ ରାତି ରାତି […]

opera

opera

Jitendra Garnayak
  • Published: Monday, 29 July 2019
  • Updated: 29 July 2019, 04:09 PM IST

Sports

Latest News

ପ୍ରେମର ଅନେକ ରୂପ। କେତେବେଳେ ସରଳ ତ ଆଉ କେତେବେଳେ ଜଟିଳ। କିନ୍ତୁ ଏହା ସତ ଯେ, ପ୍ରେମ ସବୁବେଳେ ମତୁଆଲା କରେ ମନ ଓ ହୃଦୟକୁ। ପ୍ରେମ ଆଗରେ ପ୍ରତୀକ୍ଷାର କିଛି ମୂଲ୍ୟ ନଥାଏ। ଯେ ସତରେ ପ୍ରେମ କରିଥାଏ, ସେ ପୁଅ ହେଉ କି ଝିଅ, ପ୍ରେମକୁ ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥାଏ। ଏମିତି ଏକ ପ୍ରେମ କାହାଣୀ ହେଉଛି ସୁଶାନ୍ତ ପାଢ଼ୀଙ୍କର, ଯିଏ ପ୍ରେମ ପାଇଁ ରାତି ରାତି ଅନିଦ୍ରା ରହିଛନ୍ତି। ଚାରି ବର୍ଷ ଧରି ଏମିତି କେତେ ରାତି ସେ ଅନିଦ୍ରାରେ କଟାଇଛନ୍ତି, ତା’ର ହିସାବ ନାହିଁ। ହେଲେ ଏସବୁ ପ୍ରତୀକ୍ଷା ଫଳ ଅତ୍ୟନ୍ତ ମଧୁର ଥିଲା। କାରଣ ଚାରି ବର୍ଷ ପରେ ସେ ତାଙ୍କ ପ୍ରେମିକାଙ୍କୁ ପାଇଥିଲେ। ତାଙ୍କ ପ୍ରେମିକାଙ୍କ ନାଁ କାବେରୀ ପାଢ଼ୀ। ଆଉ ସେ ହେଉଛନ୍ତି ଯାତ୍ରା ଦୁନିଆର ଆଗଧାଡ଼ିର ଅଭିନେତ୍ରୀ। ତେବେ ସୁଶାନ୍ତ ଯାତ୍ରା କଳାକାର ନୁହନ୍ତି।

ପ୍ରଥମ ଦେଖା

ସୁଶାନ୍ତଙ୍କ ଏ ପ୍ରେମ କାହାଣୀ ଖୁବ୍ ଲମ୍ବା। ଥରେ ଅନୁଗୋଳ ଦୁର୍ଗା ପୂଜା ପଡ଼ିଆରେ ପଡ଼ିଥିଲା ଗୌରୀ ଗଣନାଟ୍ୟ। ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିବାକୁ ଯାଇଥିଲେ ସୁଶାନ୍ତ। ମଞ୍ଚର ଆଗଧାଡ଼ିରେ ସେ ବସିଥିଲେ। ନାଟକ ଆରମ୍ଭ ହେଲା। ମଞ୍ଚକୁ ଅଭିନୟ କରିବା ପାଇଁ ଆସିଥିଲେ କାବେରୀ। ତାଙ୍କ ଅଭିନୟରେ ବିଭୋର ହୋଇଯାଇଥିଲେ ସୁଶାନ୍ତ। ଆଉ ମନେ ମନେ କେତେବେଳେ କାବେରୀଙ୍କୁ ମନ ଦେଇ ବସିଥିଲେ, ତାହା ସେ ନିଜେ ବି ଜାଣିପାରି ନଥିଲେ। ଯାତ୍ରା ସରିଲା ଓ ଯାତ୍ରା ଦଳ ସେଠାରୁ ଚାଲିଗଲା। ହେଲେ ସୁଶାନ୍ତଙ୍କ ମନରେ ରହିଗଲେ କାବେରୀ।

ମଜାଦାର କଥା ହେଉଛି, ସୁଶାନ୍ତ ତାଙ୍କ ପ୍ରକୃତ ନାଁ ଜାଣି ନଥିଲେ। କେବଳ କାବେରୀ ସେଦିନ ଯାତ୍ରାରେ ଯେଉଁ ଚରିତ୍ରରେ ଅଭିନୟ କରିଥିଲେ, ସେହି ନାଁକୁ ସୁଶାନ୍ତ ମନେ ରଖିଥିଲେ। ଅବଶ୍ୟ ପରେ ସେ ତାଙ୍କ ନାଁ ଜାଣିଥିଳେ। ସେଦିନ ସେଠାରୁ ଗୌରୀ ଗଣନାଟ୍ୟ ଯିବା ପରେ ଅନେକ ଯାତ୍ରା ପାର୍ଟି ଅନୁଗୋଳ ଦୁର୍ଗା ପଡ଼ିଆକୁ ଯାତ୍ରା ପରିବେଷଣ ପାଇଁ ଆସିଥିଲେ। କିନ୍ତୁ ସୁଶାନ୍ତ ଗୋଟିଏ ବି ଯାତ୍ରା ଦେଖିବାକୁ ଯାଇ ନଥିଲେ। କାରଣ ସେହି ସବୁ ଯାତ୍ରାରେ ନଥିଲେ ସେହି ଅଭିନେତ୍ରୀ, ଯାହାକୁ ସେ ମନେ ମନେ ଭଲ ପାଇ ବସିଥିଲେ। ଏମିତିରେ ୪ ବର୍ଷ କଟି ଯାଇଥିଲା।

opera21୪ ବର୍ଷର ଅପେକ୍ଷା

୫ମ ବର୍ଷରେ ଅନୁଗୋଳ ଦୁର୍ଗା ପଡ଼ିଆରେ ପଡ଼ିଥିଲା ଶିବାନୀ ଗଣନାଟ୍ୟ। ଆଉ ଏହା ପୂରଣ କରିଥିଲା ସୁଶାନ୍ତଙ୍କ ସ୍ୱପ୍ନ। କାରଣ ୟା ଭିତରେ ଗୌରୀ ଗଣନାଟ୍ୟ ଛାଡ଼ି ଶିବାନୀ ଗଣନାଟ୍ୟରେ ମିଶିଥିଲେ କାବେରୀ। ଆଉ ସେ ବି ତାଙ୍କ ଯାତ୍ରା ଦଳ ସହ ଅନୁଗୋଳ ଆସିଥିଲେ। ସବୁ ବର୍ଷ ପରି ଏ ଥର ବି ସୁଶାନ୍ତଙ୍କୁ ତାଙ୍କ ସାଙ୍ଗମାନେ ଯାତ୍ରା ଦେଖିଯିବାକୁ ଡାକିଥିଲେ। ହେଲେ ସୁଶାନ୍ତ ମନା କରି ଦେଇଥିଲେ। ତାଙ୍କ ପ୍ରେମିକା ଆସି ନଥିବାରୁ ସେ ଯିବେ ନାହିଁ ବୋଲି କହିଥିଲେ। ତେବେ ପୂର୍ବରୁ ପୋଷ୍ଟର ଦେଖିଥିବା ତାଙ୍କ ସାଙ୍ଗମାନେ କହିଥିଲେ ଯେ, ଏଥିରେ ତୋ ପ୍ରେମିକା ଅଛି। ସୁଶାନ୍ତ ପ୍ରଥମେ ବିଶ୍ୱାସ କରି ନଥିଲେ। ସେଥିପାଇଁ ଯିବାକୁ ମନା କରି ଦେଇଥିଲେ। ହେଲେ ବହୁ ବାଧ୍ୟ କଲା ପରେ ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିବାକୁ ଯାଇଥିଲେ। ନାଟକର ନାଁ ଥିଲା ‘ସୁନା ଝିଅ ଶିବାନୀ’। ସେଦିନ ସେ ଦ୍ୱିତୀୟ ଧାଡ଼ିରେ ବସିଥିଲେ। ଯେତେବେଳେ ‘ଶିବାନୀ’ ଚରିତ୍ରରେ ଅଭିନୟ କରୁଥିବା କାବେରୀ ଷ୍ଟେଜ୍ ଉପରକୁ ଆସିଲେ ସୁଶାନ୍ତ ଆଉ ନିଜକୁ ନିୟନ୍ତ୍ରଣରେ ରଖି ପାରି ନଥିଲେ। ସେ କାବେରୀଙ୍କ ଆଡ଼କୁ ହାତ ହଲେଇ ‘ହାଏ କାବେରୀ’ ବୋଲି କହିଥିଲେ। ଏତେ ଦର୍ଶକଙ୍କ ଭିତରୁ ଜଣେ ଯୁବକ ତାଙ୍କୁ ନାଁ ଧରି ଡାକିବା ଶୁଣି କାବେରୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ବେଶୀ କିଛି ଚିନ୍ତା ନକରି ନିଜ ଚରିତ୍ରକୁ ଜୀବନ୍ତ କରିବାରେ ଲାଗି ପଡ଼ିଲେ।

ଯାତ୍ରା ଦେଖା ଖାଲି ବାହାନା

ଶିବାନୀ ଗଣନାଟ୍ୟ ସେଥର ସେଠାରେ ୮ ଦିନ ଧରି ଯାତ୍ରା ପରିବେଷଣ ହେଲା। ଆଉ ସବୁ ରାତିରେ ସୁଶାନ୍ତ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ତ କେବଳ ବାହାନା ଥିଲା। ପ୍ରକୃତ ଉଦ୍ଦେଶ୍ୟ ଥିଲା ସୁଯୋଗ ପାଇଲେ କାବେରୀଙ୍କୁ ଭେଟିବେ। ହେଲେ ଏହା ସମ୍ଭବ ହୋଇ ନଥିଲା। ଏଥିପାଇଁ ବହୁ କଳାକାରଙ୍କୁ ଅନୁରୋଧ କରି ସେ ନିରାଶ ମଧ୍ୟ ହୋଇଥିଲେ। ସବୁଆଡୁ ନିରାଶ ହେବା ପରେ ସୁଶାନ୍ତ ଯାତ୍ରାପାର୍ଟିର ବରିଷ୍ଠ କଳାକାର ଗୌରାଙ୍ଗ ସେନାପତିଙ୍କ ସହଯୋଗ ଲୋଡ଼ିଥିଲେ। ଆଉ ତାଙ୍କରି ସହଯୋଗରେ ସେ କାବେରୀଙ୍କୁ ସାକ୍ଷାତ କରିବାକୁ ସୁଯୋଗ ପାଇଥିଲେ। ପ୍ରଥମ ଦେଖାରେ କାବେରୀଙ୍କୁ ସେ ଦେଇଥିଲେ ଗିଫ୍ଟ ବକ୍ସ। ସେଥିରେ ଚକୋଲେଟ୍‌, ତାଙ୍କ ଫୋନ୍ ନମ୍ବର ଓ ଏକ ପ୍ରେମୀ ଯୁଗଳଙ୍କ ପ୍ରତିମୂର୍ତ୍ତି ଥିଲା। ଆଉ କାବେରୀଙ୍କୁ ଭେଟି ଫେରିଲା ବେଳେ ମାଗି ନେଇ ଥିଲେ ତାଙ୍କ ଫୋନ୍ ନମ୍ବର।

heroineବିଦାୟ ଦୁଃଖ

ଅନୁଗୋଳରୁ କାବେରୀଙ୍କ ବିଦାୟ ଥିଲା ସବୁଠାରୁ ପାଥେଟିକ୍‌। ସେ ବସ୍‌ରେ ବସିଥିଲେ। ଅଳ୍ପ ଦୂରରେ ସୁଶାନ୍ତ ଛିଡ଼ା ହୋଇ କାନ୍ଦୁଥିଲେ। ତାଙ୍କର କାନ୍ଦ ଦେଖି କାବେରୀ ନିଜକୁ ସମ୍ଭାଳି ପାରିଲେ ନାହିଁ। ସେ ମଧ୍ୟ କାନ୍ଦି ପକାଇ ଥିଲେ। ସେଦିନ ସିନା ସେ ଅନୁଗୋଳ ଛାଡ଼ି ପଳାଇ ଯାଇଥିଲେ, କିନ୍ତୁ ମନରେ ନେଇ ଯାଇଥିଲେ ସୁଶାନ୍ତଙ୍କ ସେହି ସର୍ତ୍ତହୀନ ପ୍ରେମ, ଯାହା ସେ ତାଙ୍କ ଆଖିରେ ଜଳ ଜଳ କରି ଦେଖିଥିଲେ। ତା’ପରେ ଦୁହିଁଙ୍କ ମଧ୍ୟରେ ଫୋନ୍‌ରେ ଭାବର ଆଦାନ ପ୍ରଦାନ ହୋଇଥିଲା। ଉଭୟ ପଟରୁ ଫୋନ୍ ଆସିଲା ଓ ଗଲା। ଯାତ୍ରା ପାର୍ଟି ଯୁଆଡ଼େ ଗଲା ସୁଶାନ୍ତ ସେଠାକୁ ଗଲେ। ଏମିତି ଭେଟାଭେଟି ଭିତରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ ଓ ପରସ୍ପରକୁ ବୁଝିପାରିଥିଲେ। ଆଉ ତା’ ଭିତରେ ସୁଯୋଗ ଦେଖି କାବେରୀଙ୍କୁ ପ୍ରେମ ନିବେଦନ କରିଥିଲେ ସୁଶାନ୍ତ। ତା’ପରେ ସେ କେମିତି ତାଙ୍କ ପ୍ରେମରେ ପାଗଳ ହୋଇଥିଲେ ସେ କଥା ବି କାବେରୀଙ୍କୁ କହିଥିଲେ। ଆଉ କାବେରୀ ଏ କଥା ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ ବର୍ଣ୍ଣନା କରିଥିଲେ।

ପରିବାରର ବିରୋଧ

କାବେରୀଙ୍କଠାରୁ ଗ୍ରୀନ୍ ସିଗ୍‌ନାଲ୍ ପାଇବା ପରେ ସୁଶାନ୍ତ ଏ ବିଷୟରେ ତାଙ୍କ ଘର ଲୋକଙ୍କୁ କହିଥିଲେ। ତେବେ ତାଙ୍କ ପରିବାର ଲୋକେ ତାଙ୍କ ପ୍ରେମକୁ ସ୍ୱୀକୃତି ଦେଇ ନଥିଲେ। ତା’ପରେ ସୁଶାନ୍ତ ଘର ଛାଡ଼ିଥିଲେ ଓ କାବେରୀଙ୍କ ପାଖକୁ ପଳାଇ ଯାଇଥିଲେ। ଏ ଯୋଡ଼ିକୁ ଭାଙ୍ଗିବାକୁ ସୁଶାନ୍ତଙ୍କ ପରିବାର ଲୋକେ ବହୁତ ଚେଷ୍ଟା କରିଥିଲେ। ହେଲେ ସଫଳ ହୋଇ ନଥିଲେ।

କାବେରୀ କହିଛନ୍ତି, “ମୋ ପାଇଁ ମୋ ସ୍ୱାମୀ ବହୁ କଷ୍ଟ କରିଛନ୍ତି। କିନ୍ତୁ ମୁଁ ତାଙ୍କୁ ସମୟ ଦେଇପାରେ ନାହିଁ। ବିବାହ ପରେ ଶ୍ୱଶୁର ଘର ଲୋକେ ଗ୍ରହଣ କଲେନାହିଁ। ୪ ବର୍ଷ ପରେ ଝିଅ ଜନ୍ମ ହେବାରୁ ସେମାନେ ମୋତେ ଗ୍ରହଣ କଲେ ଓ ଘରକୁ ନେଲେ।”

yatraଜାରି ରହିଛି ଯାତ୍ରା

କାବେରୀ ଦୁଇ ବର୍ଷ ହେଲା ‘ସ୍ୱର୍ଣ୍ଣମହଲ’ ଯାତ୍ରା ପାର୍ଟିରେ ଅଛନ୍ତି। ତାଙ୍କ ସ୍ୱାମୀ ସୁଶାନ୍ତ ଏବେ ଏହି ପାର୍ଟିର ମ୍ୟାନେଜର୍‌ ଅଛନ୍ତି। ସେ ପାର୍ଟିର କଳାକାରମାନଙ୍କୁ ବହୁ ଭଲ ପାଆନ୍ତି।

କାବେରୀଙ୍କ ଚର୍ଚ୍ଚିତ ନାଟକ ଭିତରେ ରହିଛି- ‘ବେଳ ବୁଡ଼ିଗଲେ ବେବିନା କାନ୍ଦେ’, ‘ଅର୍ଦ୍ଧାଙ୍ଗିନୀ’, ‘ଶହେ ମାନସିକ ତୋରି ପାଇଁ’, ‘ବାଜିବଲୋ ସାହାନାଇ’, ‘ହେ ବନ୍ଧୁ ବିଦାୟ’, ‘ତମେ ଚାଲିଗଲା ପରେ’, ‘ସୁନାଝିଅ ଶିବାନୀ’, ‘ବଡ଼ବଡ଼ୁଆ ହୋ ଅନ୍ଧାରେ ଆସ’, ‘ରଙ୍ଗବତୀ ରୁଷିଛି’, ‘ପ୍ରଳୟ ୨୦୧୨’, ‘ହାତ ଧରିଥିଲି ଯାହାର’, ‘ଅଧାସପନରେ ପାହିଲା ରାତି’, ‘ଶେଷ ଠିକଣା ସ୍ୱର୍ଗଦ୍ୱାର’, ‘କାହିଁକି କାନ୍ଦୁଛୁ ଶୁଣିବ କିଏ’, ‘ତୁମକୁ ଛୁଇଁଲେ ପାପ’, ‘ରଙ୍ଗବଜାରରେ ରଙ୍ଗ ଜୋକର’, ‘ହାଟରୁ କିଣିଛି ବାର ସାଥୀ’, ‘ନଖିନାନି ପୁଅ ଭଗିଆ’, ‘ମୋତେ ଭୁଲିବନି ମାଧୁମାଳତି’,‘ଥ୍ୟାଙ୍କ ୟୁ ଡାଡି’, ‘ଅଳପ ଦିନର ଗଳ୍ପ ଆମର’ ଓ ‘ପ୍ରେମ ସବାରୀରେ ପ୍ରୀତି ନାୟିକା’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story